ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ସେମିକଣ୍ଡକ୍ଟ ଶିଳ୍ପ ଦେବ ୧୨ ଲକ୍ଷ ନିଯୁକ୍ତି , ଡିଜାଇନ ସେଣ୍ଟର ସ୍ଥାପନ କରୁଛନ୍ତି କମ୍ପାନି

ନୂଆଦିଲ୍ଲୀ,୧୨/୦୯: ସେମିକଣ୍ଡକ୍ଟର  ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ଏକ ପ୍ରମୁଖ ସ୍ଥଳ ହେବାକୁ ଭାରତ ଉଦ୍ୟମ ଜାରି ରଖିଛି । ଏହି  କ୍ଷେତ୍ର ବିକଶିତ ହେଲେ ଦେଶ ମଧ୍ୟରେ ୧୨  ଲକ୍ଷ ନିଯୁକ୍ତି ଯୋଡ଼ିବ ବୋଲି ଏଏମ୍‌ଡି ଇଣ୍ଡିଆର  ମୁଖ୍ୟ ତଥା ସେମିକନ ଟାଲେଣ୍ଟ ବିଲ୍ଡିଂ କମିଟିର ଅଧ୍ୟକ୍ଷ ଜୟା ଜଗଦିଶ କହିଛନ୍ତି । 

ସେ କହିଛନ୍ତି, ଏ କ୍ଷେତ୍ରରେ ଯୁବ ପ୍ରତିଭାଙ୍କ ବିଶେଷ ଆବଶ୍ୟକତା ରହିଛି । ଟେକ୍ନିସିଆନ,  ଇଞ୍ଜିନିୟର, ଅପରେଟର ଭଳି ବିଭିନ୍ନ ବର୍ଗ ଏହା ସହ ଜଡ଼ିତ । ତେବେ ଚିପ୍‌ ଡିଜାଇନ କ୍ଷେତ୍ର ଏକ  ପ୍ରମୁଖ ଭୂମିକା ଗ୍ରହଣ କରିବ । ଡିପ୍ଲୋମା,ଅଣ୍ଡର  ଗ୍ରାଜୁଏଟ, ମାଷ୍ଟର୍ସ, ପିଏଚ୍‌ଡି, ପୋଷ୍ଟ ଡକ୍ଟରେକ୍ଟ  କରିଥିବା ପ୍ରାୟ ୨.୭ ଲକ୍ଷ ବ୍ୟକ୍ତି ବିଶେଷ ଚିପ୍‌  ଡିଜାଇନ ପାଇଁ କାମ କରିବାର ସୁଯୋଗ ସୃଷ୍ଟି ହେବ ।  ସେ ପୁଣି କହିଛନ୍ତି ଦେଶରୁ ପ୍ରତିବର୍ଷ ପ୍ରାୟ ୫ ଲକ୍ଷ  ଇଞ୍ଜିନିୟର ବାହାରୁ ଥିବାରୁ ପ୍ରତିଭାଙ୍କର କୌଣସି  ଅଭାବ ରହିବ ନାହିଁ । ଗତ ୨ ଦଶନ୍ଧି ହେବ ଦେଶ ମଧ୍ୟରେ ଚିପ୍‌ ଡିଜାଇନ କ୍ଷେତ୍ରରେ କାମ ହେଉଛି ।  ଏବେ ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନିଗୁଡିକ ଦେଶ  ମଧ୍ୟରେ ଡିଜାଇନ ସେଣ୍ଟର ସ୍ଥାପନ କରୁଛନ୍ତି । ଏହା  ଶିଳ୍ପ ଅଭିବୃଦ୍ଧିରେ ଯୋଗଦାନ ଦେବ । 

ଏ କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା  ଲାଗି ସରକାର ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ମଧ୍ୟ  କରୁଛନ୍ତି । ପ୍ରତିଭାଙ୍କ ଅଭାବ ନ ଥିବା ସତ୍ତେ୍ୱ ଶିଳ୍ପ  ଉପଯୋଗୀ ଶ୍ରମ ଶକ୍ତିର ପାଇବା ଏବେ ଚ୍ୟାଲେଞ୍ଜ  ରହୁଛି । ଏ କ୍ଷେତ୍ରରେ ରହିଥିବା ପାର୍ଥକ୍ୟକୁ ଦୂର  କରିବାକୁ ପଡିବ । ଏହାକୁ ଧ୍ୟାନରେ ରଖି ସର୍ବ  ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଦେଶର  ୩୦୦ ଇଞ୍ଜିନିୟରିଂ କଲେଜରେ କୋର୍ସ ୱାର୍କ ସହ  ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ କାମ କରୁଛି । 

ଏହା ଦୀର୍ଘ ମିଆଦି ଲକ୍ଷ୍ୟ ହୋଇଥିବା ବେଳେ  ସ୍ୱଳ୍ପ ମିଆଦି ଭିତ୍ତିରେ ଯୁବବର୍ଗଙ୍କୁ ରିସ୍କିଲିଂ ଏବଂ  ଅପସ୍କିଲିଂ ଦିଗରେ ମଧ୍ୟ କାର୍ଯ୍ୟକ୍ରମ ଗ୍ରହଣ  କରାଯାଉଛି । ଯୁବବର୍ଗଙ୍କ ମଧ୍ୟରେ ଦକ୍ଷ ଶ୍ରମ ଶକ୍ତି  ଗଠନ ଦିଗରେ ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ  ସହଭାଗିତା ଊପରେ ସେ ଗୁରୁତ୍ୱାରୋପ କରିଛନ୍ତି

Copyright © 2022 - Summa Real Media Private Limited. All Rights Reserved.