ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବଜେଟ୍ ଆଗତ ପରେ ସେୟାର ବଜାରରେ ଝଡ଼, ୧୦୦ ପଏଣ୍ଟ ଖସିଲା ସେନସେକ୍ସ, ୨୧ ହଜାର ୭୦୦ ତଳେ ନିଫ୍ଟି

ମୁମ୍ବାଇ, ୦୧/୦୨: ଭାରତୀୟ ସେୟାର୍ ବଜାର ଉପରେ ଅନ୍ତରୀଣ ବଜାରର ପ୍ରଭାବ ଦେଖିବାକୁ ମିଳିଛି । ସ୍ୱଳ୍ପ ବୃଦ୍ଧି ସହ ଗୁରୁବାର ଆରମ୍ଭ ହୋଇଥିଲା ସେୟାର ବଜାର କାରବାର । ଉଭୟ ସେନସେକ୍ସ ଓ ନିଫ୍ଟି ଆରମ୍ଭରୁ ବଢ଼ିଥିଲା । ଅନ୍ତରୀଣ ବଜେଟ୍ ପୂର୍ବରୁ ପ୍ରାରମ୍ଭିକ କାରବାରରେ ସେନସେକ୍ସ ୨୪୮.୪ ପଏଣ୍ଟ ବଢ଼ି ୭୨ ହଜାର ୦୦୫.୫୧ ପଏଣ୍ଟରେ ପହଞ୍ଚିଥିଲା ।

ସେହିଭଳି ନିଫ୍ଟି ମଧ୍ୟ ୬୨.୬୫ ପଏଣ୍ଟ ବୃଦ୍ଧି ପାଇ ୨୧ ହଜାର ୭୮୮.୩୫ ପଏଣ୍ଟରେ ପହଞ୍ଚିଥିଲା । ତେବେ ବଜାର ଖୋଲିବା ପରେ ସେନସେକ୍ସ ଓ ନିଫ୍ଟି ଖସିଥିଲା । ଏହା ପରେ ଦିନ ତମାମ୍ ସେୟାର ବଜାରରେ ହ୍ରାସ୍, ବୃଦ୍ଧି ଲାଗି ରହିଥିଲା ।

ଆଜି ଅନ୍ତରୀଣ ବଜେଟ୍ ଆଗତ ହେଉଥିବାରୁ ନିବେଶକଙ୍କ ନଜର ରହିଥିଲା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଭାଷଣ ଉପରେ । ଆଉ ଅନ୍ତରୀଣ ବଜେଟ୍ ୨୦୨୪ ଆଗତ ପରେ ସେୟାର ବଜାରରେ ଷ୍ଟକ ଖସିବା, ବଢ଼ିବା ଲାଗି ରହିଥିଲା । ମୋଟାମୋଟି କହିବାକୁ ଗଲେ ନିବେଶକଙ୍କ ମଧ୍ୟରେ ଉତ୍ସାହ ନଥିଲା ।

ବଜାର ବନ୍ଦ ବେଳେ ସେନସେକ୍ସ ୧୦୬.୮୧ ପଏଣ୍ଟ ହ୍ରାସ୍ ପାଇ ୭୧ ହଜାର ୬୫୪.୩୦ ପଏଣ୍ଟ ରହିଥିବା ବେଳେ ନିଫ୍ଟି ୩୬.୦୫ ପଏଣ୍ଟ ଖସି ୨୧ ହଜାର ୬୮୯.୬୫ ପଏଣ୍ଟରେ ରହିଥିଲା । ଦିନ ୧୧ଟାରେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣ ଆରମ୍ଭରେ ସେନସେକ୍ସ ୩୦୦ ପଏଣ୍ଟ ବୃଦ୍ଧି ପାଇ ୭୨ ହଜାର ପାର୍ କରିଥିଲା । ସେହିଭଳି ନିଫ୍ଟି ୨୧ ହଜାର ୮୦୦ ପଏଣ୍ଟ ଉପରେ କାରବାର କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.