ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ପିଲାଙ୍କ ପାଇଁ ବିପଜ୍ଜନକ ହୋଇପାରେ ଚିକେନପକ୍ସର ନୂଆ ଭାରିଆଣ୍ଟ , ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ

ନୂଆଦିଲ୍ଲୀ : ଚିକେନପକ୍ସ ଏକ ସଂକ୍ରାମକ ରୋଗ , ଯାହା ଭେରିସେଲା – ଜୋଷ୍ଟର ଭାଇରସ କାରଣରୁ ହୋଇଥାଏ। ବୈଜ୍ଞାନିକଙ୍କୁ ଏହି ପ୍ରାଣଘାତୀ ଚିକେନପକ୍ସର ନୂଆ ଭାରିଆଣ୍ଟ ଭାରତରେ ମିଳିଛି। ଚିକେନପକ୍ସର ଏହି ଭାରିଆଣ୍ଟକୁ କ୍ଲେଡ-୯ କୁହାଯାଉଛି। ଭେରିସେଲା ଜୋଷ୍ଟର ଭାଇରସ ମାଧ୍ୟମରେ ବ୍ୟାପି ଥିବା ଏହି ରୋଗ ଭାରତରୁ ପ୍ରଥମେ ଆମେରିକା, ବ୍ରେଟେନ ଓ ଜର୍ମାନୀ ଭଳି ଦେଶରେ ବ୍ୟାପି ସାରିଛି। ଚିକେନପକ୍ସର ନୂଆ ଭାରିଆଣ୍ଟର ମାମଲା ଭାରତରେ ମିଳିବା ପରେ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି। ଏହି ବିପଜ୍ଜନକ ରୋଗରୁ ନିଜକୁ ରକ୍ଷା କରିବା ପାଇଁ ଆସନ୍ତୁ ଜାଣିବା ରକ୍ଷା ପାଇବାର ଉପାୟ ଓ ଲକ୍ଷଣ –

ରିପୋର୍ଟସ ଅନୁସାରେ ଚିକେନପକ୍ସଙ୍କର ଭାଇରସ କାଶିବା ଓ ଛିଙ୍କିବା ଦ୍ୱାରା ମଧ୍ୟ ବ୍ୟାପି ଥାଏ। ଏଥିରେ ଲୋକେ ସଂକ୍ରମିତ ରୋଗୀଙ୍କ ସଂପର୍କରେ ଆସି ବି ଏହି ଭାଇରସର ଶିକାର ହୋଇପାରନ୍ତି। 

ଚିକେନପକ୍ସର ନୂଆ ଭାରିଆଣ୍ଟର ଲକ୍ଷଣ –

- ଦାନା ( ବମ୍ପସ)

-ଜ୍ୱର

- ଭୋକ ନଲାଗିବା

-ମୁଣ୍ଡବ୍ୟଥା

-କ୍ଲାନ୍ତ ଲାଗିବା 

-ସ୍ୱାସ୍ଥ୍ୟ ଖରାପ ହେବା 

ରିପୋର୍ଟ ଅନୁସାରେ ଚିକେନପକ୍ସର ଦାନା ଭାଇରସ ସଂପର୍କରେ ଆସିବାର ୨-୩ ସପ୍ତାହ ପରେ ଦେଖା ଦେଇଥାଏ। ହେଲେ ଏହା ପୂର୍ବରୁ ଜ୍ୱର , ଶରୀରରେ ଯନ୍ତ୍ରଣ ଓ ମୁଣ୍ଡବ୍ୟଥା ହେବା ଆରମ୍ଭ ହୋଇ ଯାଏ। ଶରୀର ସାରା ଦାନ ଉଠିବାକୁ ଲାଗେ। ଦାନା ବାହାରିବାର ୧-୨ ଦିନ ପରେ ଜ୍ୱର ଠିକ୍‌ ହୋଇଯାଏ।  

କେମିତି ରହିବେ ସୁରକ୍ଷିତ –

- ଏଥିରେ ସଂକ୍ରମିତ ବ୍ୟକ୍ତି ଭଲ ହାଇଜିନ ଓ ନିୟମିତ ରୂପେ ସମସ୍ତେ ହାତ ଧୋଇବା ଆବଶ୍ୟକ।

- ସଂକ୍ରମିତ ବ୍ୟକ୍ତି ପରିବାରର ଅନ୍ୟ ମାନଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।

-କାଶ ଓ ଛିଙ୍କ ହେଲେ ମୁହଁକୁ ଭଲ ଭାବେ ଢାଙ୍କି ରଖନ୍ତୁ । 

-ନିୟମିତ ଭାବେ ସାବୁନ ଓ ପାଣିରେ ହାତ ଧୁଅନ୍ତୁ । 

-ଚିକନପକ୍ସ ସଂକ୍ରମିତ ବ୍ୟକ୍ତି ଅଲଗା ପୋଷାକ ଓ ବାସନ ବ୍ୟବହାର କରନ୍ତୁ । 

- ଦୃଢ଼ ଇମ୍ୟୁନି ସିଷ୍ଟମ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିପାରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.