ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଏୟାର୍ ଇଣ୍ଡିଆ ପରେ ଶ୍ରୀଲଙ୍କା ଏୟାର୍‌ଲାଇନ୍ସ କିଣିବାକୁ ଟାଟା ଆଗ୍ରହୀ, ଦୌଡ଼ରେ ଏମିରେଟ୍‌ସ, ଆଦାନି ଗ୍ରୁପ୍‌ ଭଳି ନାମକରା କମ୍ପାନି

ନୂଆଦିଲ୍ଲୀ,୦୯/୦୯: ଶ୍ରୀଲଙ୍କା ସରକାର ନିଜର ଶ୍ରୀଲଙ୍କାନ୍‌ ଏୟାର୍‌ଲାଇନ୍ସର ଘରୋଇକରଣ ବିକଳ୍ପଗୁଡ଼ିକ ଉପରେ ବିଚାର କରୁଛନ୍ତି । ଏହାର ଘରୋଇକରଣ ନେଇ ସରକାର ସକ୍ରିୟତା ବଢ଼ାଇ ଦେଇଛନ୍ତି । ଘରୋଇ କମ୍ପାନିଙ୍କ ହାତରେ ଏହାକୁ ଟେକି ଦେବାକୁ କଥାବାର୍ତ୍ତା ଜାରି ରହିଛି । ଏଥିପାଇଁ ଅନେକ କମ୍ପାନି ଦୌଡ଼ରେ ଅଛନ୍ତି । ତେବେ ଶ୍ରୀଲଙ୍କା ଏୟାର୍‌ଲାଇନ୍ସକୁ କିଣିବା ପାଇଁ ଟାଟା ସନ୍ସ, ଆଦାନି ଗ୍ରୁପ୍‌, ଏମିରେଟ୍‌ସ ଭଳି ବଡ଼ ବଡ଼ ନାଁ ସାମିଲ ଅଛି ।

ଶ୍ରୀଲଙ୍କା ଏୟାର୍‌ଲାଇନ୍ସର ଘରୋଇକରଣ ପାଇଁ ଶ୍ରୀଲଙ୍କା ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି । କେତେକ ଘରୋଇ କମ୍ପାନି ସହ କଥାବାର୍ତ୍ତା ଚାଲିଛି । ସିଏଚ୍‌-ଆଭିଏଶନ୍‌ର ରିପୋର୍ଟ ଅନୁସାରେ ଏହି ତାଲିକାରେ କେତେକ ନାମକରା କମ୍ପାନି ସାମିଲ ଅଛନ୍ତି । ସମ୍ଭାବ୍ୟ ନିବେଶକଙ୍କ ମଧ୍ୟରେ ଏମିରେଟ୍‌ସ(ଇକେ, ଦୁବାଇ ଇଣ୍ଟର୍‌ନ୍ୟାସ୍‌ନାଲ), ଟାଟା ସନ୍ସ ଏବଂ ଆଦାନି ଗ୍ରୁପ୍‌ ସାମିଲ ଅଛନ୍ତି । ଭାରତ, ବାଂଲାଦେଶ, ନେପାଳରେ ଏହି ଏୟାର୍‌ଲାଇନ୍ସର ପହଞ୍ଚ ବଢ଼ିଛି । 

ଶ୍ରୀଲଙ୍କାନ ଏୟାର୍‌ଲାଇନ୍ସ ଆଗାମୀ ଶୀତ ଋତୁରେ କଲମ୍ବୋ ଏବଂ ଥିରୁଅନନ୍ଥପୂରମ ମଧ୍ୟରେ ଏହାର ବିମାନ ସେବାକୁ ବଢ଼ାଇବାକୁ ଯୋଜନା କରିଛି । ଏହାକୁ ସପ୍ତାହରେ ୬ରୁ ବଢ଼ାଇ ୭ ଥର କରିବା ପାଇଁ ବିଚାର ହେଉଛି । ଏହାବ୍ୟତୀତ କୋଚି ଇଣ୍ଟର୍‌ନ୍ୟାସ୍‌ନାଲ ପାଇଁ ଏହାର ସାପ୍ତାହିକ ୧୦ ଥର ଉଡ଼ାଣକୁ ଜାରି ରଖିବା ପାଇଁ ଉଦ୍ୟମ କରୁଛି । ଏହାବ୍ୟତୀତ ଏୟାର୍‌ଲାଇନ୍ସ କୋଝିକୋଡ୍‌ ପାଇଁ ନୂଆ ଉଡ଼ାଣ ମାର୍ଗ ଚିହ୍ନଟ ନେଇ କାର୍ଯ୍ୟ କରୁଛି । ରିପୋର୍ଟ ଅନୁସାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଲଗାତର ବିମାନ ପରିବହନ ବଢିଛି । 

ଏୟାର୍‌ ଇଣ୍ଡିଆକୁ ଅଧିଗ୍ରହଣ କରିବା ପରେ ଟାଟା ସନ୍ସ ଶ୍ରୀଲଙ୍କା ଏୟାର୍‌ଲାଇନ୍ସ ପାଇଁ ଆଗ୍ରହ ଦେଖାଇଛି । ଟାଟା ସନ୍ସ ପାଖରେ ଏୟାର୍‌ ଇଣ୍ଡିଆ, ଭିସ୍ତାରା, ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ, ଏୟାର୍‌ ଏସିଆ ଭଳି ବିମାନ କମ୍ପାନିଗୁଡ଼ିକୁ ଚଳାଇବାର ଅନୁଭବ ରହିଛି । ଅନ୍ୟପକ୍ଷରେ, ଆଦାନି ଶ୍ରୀଲଙ୍କା ସରକାରଙ୍କ ସହ ମିଶି ସେଠାରେ ଅନେକ ପ୍ରକଳ୍ପରେ କାର୍ଯ୍ୟ କରୁଛି । ଗୌତମ ଆଦାନି ଜୁଲାଇରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେଙ୍କ ଦୁଇଦିନିଆ ଭାରତ ଗସ୍ତ ସମୟରେ ତାଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ଶ୍ରୀଲଙ୍କାରେ ଅନେକ ପରିଯୋଜନା ଉପରେ ଧ୍ୟାନକେନ୍ଦ୍ରିତ କରାଯାଇଥିଲା ।

Copyright © 2022 - Summa Real Media Private Limited. All Rights Reserved.