ପ୍ରମୁଖ ଖବର
  • ପଦ୍ମ ଧରିଲେ ପ୍ରଶାନ୍ତ ଜଗଦେବ, ବିଜେଡିରୁ ହୋଇଥିଲେ ୨ ଥରର ବିଧାୟକ
  • ||
  • ରତ୍ନଭଣ୍ଡାର ଅଳଙ୍କାର ଲିଷ୍ଟ ପାଇଁ କମିଟି ଗଠନ, ୧୨ ଜଣିଆ କମିଟି ଗଠନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ମହାରାଜ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଛି ମିଟିଂ
  • ||
  • ମାର୍ଚ୍ଚ ୫​‌ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚଣ୍ଡିଖୋଲର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • ହିମାଚଳର ୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସଦସ୍ୟତା ରଦ୍ଦ
  • ||
  • ଉଦଳା: ସ୍କୁଟି- ବାଇକ୍ ଧକ୍କାରେ ଚାଲିଗଲା ୩ ଜଣ ଜୀବନ
  • ||
  • ୧୦ ବର୍ଷର ପ୍ରତୀକ୍ଷାର ଅନ୍ତ: ଆଜି ବକ୍ସ ଡ୍ରେନ୍‌ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ୪୫୦ କୋଟିରେ ହୋଇଛି ନିର୍ମାଣ
  • ||
  • ଭିଜିଲାନ୍ସ ଜାଲରେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ବିଜେପି ସିଇସିର ପ୍ରଥମ ବୈଠକ: ଆଜି ୧୨୦ ପ୍ରାର୍ଥୀଙ୍କ ତାଲିକା ଜାରି କରିପାରେ ଦଳ
  • ||
  • ପଦ୍ମ ଧରିବେ ପ୍ରଶାନ୍ତ, ମନ୍ମଥ ! ଖୁବଶୀଘ୍ର ହୋଇପାରେ କିଛି ବଡ଼ ଘୋଷଣା
  • ||
  • ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା, ଫ୍ୟାନ୍‌ରେ ଝୁଲିପଡିଲେ ପ୍ରଦୀପ କୁମାର ଘୋଷ
  • ||
  • ସରିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଆଜି ବିଦାୟ ନେବେ ୬ ଅପେରା ପାର୍ଟି
  • ||
  • ଟ୍ରକ୍ ସହ ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୬ ଗୁରୁତର
  • ||
  • WPL-2024: ବିଜୟ ଖାତା ଖୋଲିଲା ୟୁପି ଓ୍ୱାରିୟର୍ସ, ୭ ୱିକେଟ୍‌ରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ
  • ||
  • ଝଲସୁଛି ଉତ୍କଳ ବିଶ୍ୱବିଦ୍ୟାଳୟ, ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ରାଜ୍ୟର ୫ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ଉପକୂଳ ଓଡ଼ିଶାରେ ବଢ଼ିବପାରେ ତାତି
  • ||

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନର୍ସମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ନର୍ସମାନେ ତ୍ୟାଗ ଓ ସେବାର ପ୍ରତୀକ । ତାଙ୍କ ଉପରେ ମଣିଷର ଜୀବନ ନିର୍ଭର କରେ । ତେଣୁ ସେମାନେ ଯତ୍ନର ସହ ରୋଗୀ ସେବା କରିବା ଜରୁରୀ । ଡାକ୍ତର ଓ ନର୍ସ ଗୋଟିଏ ମୁଦ୍ରା ର ଦୁଇଟି ପାଶ୍ୱର୍ ସଦୃଶ ବୋଲି ଓଡିଶା ନର୍ସିଂନିର୍ଦ୍ଦେଶକ ଡାକ୍ତର ରାମଚନ୍ଦ୍ର ରାଉତ କହିଛନ୍ତି । ସଦା ସର୍ବଦା ନିଜର କାମକୁ ସଠିକ୍‌ ଭାବରେ ତୁଲାଇବା ଜରୁରୀ ବୋଲି ସେ କହିଥିଲେ । ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍‌ ନର୍ସିଂ କଲେଜ (ଏସ୍‌ଏନ୍‌ସି) ର ନବାଗତ ତଥା ୨୦୨୩-୨୪ ବ୍ୟାଚ୍‌ର ପ୍ରଥମ ବର୍ଷ ବିଏସ୍‌ସି ନର୍ସିଂ ଛାତ୍ରଛାତ୍ରୀ ମାନଙ୍କ ପ୍ରଦୀପ୍ତ ପ୍ରଜ୍ୱଳନ, ଶପଥ ଗ୍ରହଣ ତଥା କଲେଜର ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତର ରାଉତ ତାଙ୍କର ମନ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଡକ୍ଟର ମିନତି ବେହେରା କହିଥିଲେ ଯେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ନର୍ସମାନେ ବେଶ ଗୁରୁତ୍ୱ ୂର୍ଣ୍ଣ ଭୂମିକା ତୁଲାଇ ଥାଆନ୍ତି । ଏଥି ସହିତ ସେ ନୂତନ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବର୍ତମାନ ପୁଅ ଓ ଝିଅ ମାନଙ୍କ ଭିତରେ କୌଣସି ପାର୍ଥକ୍ୟ ନାହିଁ । ଉଭୟ ଏହି ପାଠପଢା କୁ ନିଜ ଇଚ୍ଛାରେ ଚୟନ କରି ଏହାକୁ ନିଜର ବୃତି ଭାବେ ଗ୍ରହଣ କରୁଛନ୍ତି । ଆମେ ସବୁବେଳେ ଡାକ୍ତରଙ୍କୁ ନିଜର ପାଖରେ ପାଇ ନଥାଉ କିନ୍ତୁ ଦ୍ୱିତୀୟ ଡାକ୍ତର ସଦୃଶ ନର୍ସଙ୍କୁ ଆମେ ନିଜ ପାଖରେ ପାଇଥାଉ ।ରୋଗୀଟିର ସେବାରେ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଥାନ୍ତି ନର୍ସ  । ତେଣୁ ଗୋଟିଏ ରୋଗୀର ଜୀବନରେ ନର୍ସ ମାନଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ନର୍ସିଂ ଡେପୁଟି ନିର୍ଦ୍ଦେଶକ ଶ୍ରୀମତି ରାଜେଶ୍ୱରୀ ପଣ୍ଡା ମଧ୍ୟ ଯୋଗଦେଇ କହିଥିଲେ ଯେ କ୍ଲାସ୍‌ ରୁମ୍‌ ପାଠ ସହ କ୍ଲିନିକାଲ୍‌ ଶିକ୍ଷାର ମଧ୍ୟ ଅନେକ ଗୁରୁତ୍ୱ ରହିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନର୍ସମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରୋଗୀଟି ସୁସ୍ଥ ହେବା ପଛରେ କେବଳ ଔଷଧ ମୁଖ୍ୟ ନୁହେଁ ବରଂ ନର୍ସମାନଙ୍କ ସେବା, ଯତ୍ନ ଓ ଭଲ ପାଇବା ଅତ୍ୟନ୍ତ ଆବଶ୍ୟକ ପଡିଥାଏ । ନର୍ସଟି କି ରି ସାବଧାନତାର ସହ ରୋଗୀ ସେବା କରିବା ଜରୁରୀ ଏଥି ପ୍ରତି ସେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ଆସୋସିଏଟ୍‌ ପ୍ରଫେସର ଦେବଜାନୀ ନାୟକ ଛାତ୍ରଛାତ୍ରୀମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିବାବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏସ୍‌ଏନ୍‌ସିର ଡିନ୍‌ ପ୍ରଫେସର (ଡାକ୍ତର) ପ୍ରଭାତୀ ତ୍ରି ।ଠୀ ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ଆସୋସିଏଟ୍‌ ଡିନ୍‌ ପ୍ରଫେସର (ଡାକ୍ତର) ସସ୍ମିତା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଡିସ୍‌ନାଲ୍‌ ଡିନ୍‌ ତଥା ପ୍ଲେସ୍‌ମେଂଟର ପ୍ରଫେସର ତପତି ଶାହା ବକ୍ତବ୍ୟ ରଖିଥିଲେ ଏବଂ ସମ୍‌ ନର୍ସିଂ କଲେଜ (ଏସ୍‌ଏନ୍‌ସି) ଆସିଷ୍ଟାଂଟ ପ୍ରଫେସର ମଧୁସ୍ମିତା ନାୟକ ଧନ୍ୟବାଦ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.