ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ବଲାଙ୍ଗୀର,୧/୩ : ବଲାଙ୍ଗୀର ସହର ସଦର ଥାନା ଅନ୍ତର୍ଗତ ଲର୍କିପାଲି ସରକାରୀ ଆଇଟିଆଇ ସମ୍ମୁଖରେ ଦୁର୍ଘଟଣା । ଫଳରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବିରକେଲ ଗାଁର ବୋଲି ଜଣାପଡ଼ିଛି। ତେବେ ଗୋଟିଏ ବାଇକରେ ଜଣେ ଝିଅ ଓ ମହିଳାଙ୍କ ସହ ପୁରୁଷ ବାହାଘର ଭୋଜିଖାଇ ଫେରୁଥିବାବେଳେ ଆଇଟିଆଇ ସମ୍ମୁଖରେ ଆଉ ଏକ ବାଇକରେ ଜଣେ ଯୁବକ ଦ୍ରୁତଗତିରେ ଆସୁଥିବାବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି। 

ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ଆଣିଥିବାବେଳେ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.