ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

୬୦୦ ରୋଗୀଙ୍କ ଦେହରେ ନକଲି ପେସ୍‌ମେକର ଲଗାଇବା ଅଭିଯୋଗ, ସୈଫେଇ ମେଡିକାଲର ଡାକ୍ତର ଗିରଫ

ଲକ୍ଷ୍ନୌ,୧୧/୧୧: ରୋଗୀଙ୍କ ଦେହରେ ନିମ୍ନମାନର ପେସ୍‌ମେକର ଲଗାଇବା ଏବଂ ସରକାର ଧାର୍ଯ୍ୟ କରିଥିବା ମୂଲ୍ୟଠାରୁ ଦୁଇଗୁଣ ଅର୍ଥ ଦେଇ ତାହା କିଣିବା ଲାଗି ସେମାନଙ୍କୁ ବାଧ୍ୟ କରିବା ଅଭିଯୋଗରେ ଉତ୍ତରପ୍ରଦେଶ ଇଟାୱା ଜିଲ୍ଲା ସୈଫେଇ ମେଡିକାଲ ୟୁନିଭର୍ସିଟିର ଜଣେ ଡାକ୍ତରଙ୍କୁ ପୁଲିସ ଗିରଫ କରିଛି । ସେ ହେଲେ ହୃଦ୍‌ରୋଗ ବିଶେଷଜ୍ଞ ଡକ୍ଟର ସମୀର ସରାଫ । ୨୦୧୭ରୁ ୨୦୨୧ ମଧ୍ୟରେ ସେ ପ୍ରାୟ ୬୦୦ ରୋଗୀଙ୍କ ଦେହରେ ନିମ୍ନମାନର ପେସ୍‌ମେକର ଲଗାଇଥିବା ଅଭିଯୋଗ ହୋଇଛି । ଏପରିକି ଏହି ପେସ୍‌ମେକର ଲଗାଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୨୦୦ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି ।

ନିମ୍ନମାନର ପେସ୍‌ମେକର ଲଗାଇଥିବା କିଛି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଳ୍ପଦିନ ପରେ ଖରାପ ହେବାରୁ ସେମାନେ କାନପୁର ହସ୍ପିଟାଲରେ ଦେଖାଇଥିଲେ । ସେଠାରୁ ସେମାନେ ନିମ୍ନମାନର ପେସ୍‌ମେକର ଲଗାଯାଇଥିବା ଜାଣିବାକୁ ପାଇଥିଲେ । କିଛିଦିନ ଭିତରେ ଏକାଧିକ ଅଭିଯୋଗ ଆସିବାରୁ ମେଡିକାଲ ୟୁନିଭର୍ସିଟିର କୁଳପତି ପ୍ରଫେସର ରାଜ କୁମାର ତଦନ୍ତ ଆଦେଶ ଦେଇଥିଲେ । ଯାଞ୍ଚରୁ ଜଣାପଡିଥିଲା କି ଉକ୍ତ ପେସ୍‌ମେକର ସ୍ଥାନୀୟ ଫାର୍ମରୁ କିଣାଯାଇଛି । 

ସେହିଭଳି ମେଡିକାଲରେ ପ୍ରାୟ ଦେଢ଼ ବର୍ଷ ପାଇଁ ଚିକିତ୍ସା ସାମଗ୍ରୀ ଉପଲବ୍ଧ ସତ୍ତେ୍ୱ ଡାକ୍ତର ସରାଫ ଓ ତାଙ୍କର କିଛି ସହଯୋଗୀ ପ୍ରାୟ ୧ କୋଟି ଟଙ୍କାର ସାମଗ୍ରୀ କିଣିଥିଲେ । ଏହା ପରେ ଡାକ୍ତର ସରାଫଙ୍କ ଉପରେ ସନ୍ଦେହ ହୋଇଥିଲା । ୟୁନିଭର୍ସିଟିର ତତ୍କାଳୀନ ମୁଖ୍ୟ ଅଧୀକ୍ଷକ ଡକ୍ଟର ଆଦେଶ କୁମାର ୨୦୨୧ ଡିସେମ୍ବରରେ ପୁଲିସରେ ଅଭିଯୋଗ କରିଥିଲେ । ଏହା ପରେ ବିଶେଷଜ୍ଞ ଟିମ୍‌ ଗଠନ କରାଯାଇଥିଲା ଏବଂ ୨୦୨୨ ଫେବ୍ରୁଆରୀରୁ ତଦନ୍ତ ଆରମ୍ଭ ହୋଇଥିଲା । ଡାକ୍ତର ସରାଫଙ୍କୁ ସସ୍‌ପେଣ୍ଡ କରାଯାଇଥିଲା । ଦୀର୍ଘ ଦୁଇବର୍ଷ ଧରି ତଦନ୍ତ ଚାଲିଥିଲା । ଶେଷରେ ଅଭିଯୋଗ ସତ ଜଣାପଡିବା ପରେ ଡାକ୍ତର ସରାଫଙ୍କୁ ଗିରଫ କରାଯାଇଛି ।

ଯାଞ୍ଚରୁ ଜଣାପଡିଛି କି ରୋଗୀଙ୍କ ଠାରୁ ଏମ୍‌ଆରଆଇ ପେସ୍‌ମେକର ଲଗାଇବାକୁ ଅର୍ଥ ନିଆଯାଇଥିଲା ବେଳେ ସେମାନଙ୍କୁ ନନ୍‌ ଏମ୍‌ଆରଆଇ ପେସ୍‌ମେକର ଲଗାଯାଇଛି । ଯେଉଁ କମ୍ପାନିର ପେସ୍‌ମେକର ଲଗାଯାଇଥିଲା ସେମାନଙ୍କୁ ଜେରା କରାଯାଇଥିଲା । କିନ୍ତୁ ସେମାନେ କହିଥିଲେ କି ତାଙ୍କ କମ୍ପାନିର ଷ୍ଟିକର ଅବଶ୍ୟ ଲାଗିଛି । କିନ୍ତୁ ପେସ୍‌ମେକର ତାଙ୍କ କମ୍ପାନିର ନୁହେଁ । ସ୍ଥାନୀୟ ଫାର୍ମ ସହ ମିଶି ଡାକ୍ତର ସରାଫ ନିମ୍ନମାନର ପେସ୍‌ମେକର କିଣି ତାକୁ ରୋଗୀଙ୍କୁ ଅଧିକ ଦାମ୍‌ରେ ବିକ୍ରି କରିଛନ୍ତି । ଆହୁରି ଜଣାପଡ଼ିଛି କି ଡାକ୍ତର ସରାଫ ପରିବାର ସହ ୫ଥର ବିଦେଶ ବୁଲିବାକୁ ଯାଇଛନ୍ତି । ଏ ବାବଦ ସମସ୍ତ ଖର୍ଚ୍ଚ ନିମ୍ନମାନର ଚିକିତ୍ସା ସାମଗ୍ରୀ କିଣାଯାଇଥିବା ଫାର୍ମ ବହନ କରିଛି।

Copyright © 2022 - Summa Real Media Private Limited. All Rights Reserved.