ମାଲକାନଗିରି, ୨୧/୦୮ : ମାଲକାନଗିରି ତେଲେଙ୍ଗାନା ସୀମାନ୍ତ କୋତ୍ତାଗୁଡେମ ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ । ଜଣେ ମହିଳା ମାଓବାଦୀଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ସାଥୀ ମାଓବାଦୀ। ଚେନ୍ନପୁରାମ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରୁ ମାଓବାଦୀଙ୍କ ହାତଲେଖା ଚିଠି ଜବତ ହୋଇଛି।
ସୂଚନାନୁଯାୟୀ, ମାଓବାଦୀଙ୍କ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଚାର୍ଲା ମଣ୍ଡଳୀ ପ୍ରଜାକୋର୍ଟରେ ଏହି ହିଂସାକାଣ୍ଡ କରିଥିବା ଜଣାପଡିଛି। ମୃତ ମାଓବାଦୀଙ୍କ ନିଜ ଘର ହାଇଦ୍ରାବାଦ ବୋଲି ସୂଚନା ମିଳିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଠାବ କରିବା ସହ ସଂପୃକ୍ତ ଅଞ୍ଚଳରେ କୁମ୍ଵିଂ ଅପରେସନ ଆରମ୍ଭ କରିଛି।