ଭୁବନେଶ୍ବର, ୬।୬ : ନିର୍ବାଚନରେ ପରାଜିତ ହୋଇଥିବା ବିଜେଡିର ବିଧାୟକ ଓ ସାଂସଦମାନଙ୍କୁ ନେଇ ନବୀନ ନିବାସରେ ବୈଠକ ଅନୁଷ୍ଠିତ ହୋଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଏଥିରେ ଅଧ୍ୟକ୍ଷତା କରିଛନ୍ତି।
ବୈଠକରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜୟଶ୍ରୀ କହଁର, କୌଶଲ୍ୟ ପ୍ରଧାନ, ସୁଦାମ ମାର୍ଣ୍ଡି, ସୁବ୍ରତ ତରାଇ,ଲମ୍ବୋଦର ନିଆଲ ,ଅଭିନାଶ ସାମଲ , ରଞ୍ଜିତା ସାହୁ, ମନ୍ମଥ ରାଉତରାୟ , ବାଲେଶ୍ଵର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର, ଜଗତସିଂହପୁର ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ, ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, କୋରାପୁଟ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା, ଭଦ୍ରକ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ, ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
ଦଳର ସଭାପତି ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ ଡାକିଥିଲେ । ନବୀନ ପଟ୍ଟନାୟକଙ୍କ ଭଳି ନେତା ସର୍ବୋଚ୍ଚ । ତାଙ୍କୁ କେହି କେବେ ଟକକର ଦେଇପାରିବେ ନାହିଁ ବୋଲି ପ୍ରଣବ କହିଛନ୍ତି।
ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ଲୋକଙ୍କ ପାଇଁ କାମ କରିଥିଲା। ଲୋକମାନେ ପରିବର୍ତ୍ତନ ଚାହୁଁଥିଲେ ତେଣୁ କଲେ। ଲୋକଙ୍କ ପାଇଁ ଆମେ କାମ କରୁଥିଲୁ ଆଗକୁ ମଧ୍ୟ କାମ କରିବୁ ବୋଲି ପ୍ରଦୀପ ମାଝି କହିଛନ୍ତି।