ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାଠ ଫାଳିଆ ମାଡ଼ରେ ଯୁବକ ମୃତ, କାରଣ ଅସ୍ପଷ୍ଟ

ମୋହନା, ୧୫/୦୩ : ଜଣେ ଯୁବକଙ୍କ କାଠ ଫାଳିଆ ମାଡ଼ରେ ଆଉ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା ମୋହନାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ହେଲେ ମୋହନା ଥାନା ପିଣ୍ଡିକି ଗାଁର ଭକ୍ତ ବନ୍ଧୁ ନାୟକ। 

ସୂଚନାନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ସାଢେ ୯ଟାରେ ଭକ୍ତବନ୍ଧୁ ନିଜ ଦୋକାନ ବାରଣ୍ଡାରେ ମୋବାଇଲ ଦେଖୁଥିବା ସମୟରେ ନିଲାଞ୍ଚଳ ସାହୁ ନାମକ ଜଣେ ଯୁବକ ଅତର୍କିତ ଭାବେ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ କିଛି ଯୁବକ ଭକ୍ତବନ୍ଧୁଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରିଥଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବ୍ରହ୍ମପୁର ମେଡିକାଲରେ ଭକ୍ତବନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। କାଠ ଫାଳିଆରେ ଆକ୍ରମଣ କରିଥିବା ଯୁବକ ନୀଳାଞ୍ଚଳକୁ ମୋହନା ପୋଲିସ ଅଟକ ରଖିଥିବା ବେଳେ ଅଧିକା ତଦନ୍ତ କରୁଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.