ନୂଆଦିଲ୍ଲୀ,୪/୩ : ଆଇସିସି ଟି-୨୦ ବିଶ୍ବକପ୍ ୨୦୨୬ର ଦ୍ବିତୀୟ ସେମି ଫାଇନାଲ ମ୍ୟାଚ୍ ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁମ୍ବାଇରେ ଖେଳାଯିବ । ଏହି ଗୁରତ୍ବପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ମୋର୍ନେ ମର୍କେଲ କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ଆଉଟ୍ ଅଫ ଫର୍ମ ଚାଲୁଥିବା ବ୍ୟାଟର ଅଭିଷେକ ଶର୍ମାଙ୍କ ଉଦ୍ଧାର କରିଛନ୍ତି ଏବଂ ତାଙ୍କ ଆଗାମୀ ମ୍ୟାଚରେ ଖେଳିବାକୁ ନେଇ ସଙ୍କେତ ଦେଇଛନ୍ତି । ତାଙ୍କ କହିବା ଅନୁସାରେ , ଆସନ୍ତାକାଲି ଅଭିଷେକଙ୍କ ଲାଗି ଫ୍ରେଶ୍ ପେଜ୍ ଭଳି ଅଟେ । ସେ ଏହି ସୁଯୋଗର ଫାଇଦା ଉଠାଇପାରନ୍ତି ।
ବୋଲିଂ କୋଚ୍ ଇଂଲଣ୍ଡ ବିପକ୍ଷ ଅଭିଷେକ ଶର୍ମାଙ୍କ ପ୍ରଦର୍ଶନକୁ ବି ମନେ ପକାଇ ଦେଇଛନ୍ତି । ସେ କହିଛନ୍ତି କି ଓ୍ବାଙ୍ଖେଡ଼େରେ ଇଂଲଣ୍ଡ ବିପକ୍ଷରେ ସେ ପୂର୍ବରୁ ବି ଶତକ ଯୋଡ଼ିଛନ୍ତି । ଭାରତୀୟ କୋଚ୍ ଅଭିଷେକଙ୍କୁ ଖୋଲାଖୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି । ଖାଲି ଏତିକି ନୁହେଁ ତାଙ୍କ କହିବା ଅନୁସାରେ ଅଭିଷେକଙ୍କ ବ୍ୟାଟିଂ କରିବାର ଶୈଳୀରେ କୌଣସି କମି ନାହିଁ । ସେ କହିଛନ୍ତି, ସେ ଏଭଳି ଜଣେ ବ୍ୟାଟର ଅଟନ୍ତି ଯିଏ କୌଶଳ ପ୍ରତି ଅଧିକ ଧ୍ୟାନ ଦେଇ ନଥାନ୍ତି । ଯଦି ତାଙ୍କ ବ୍ୟାଟରୁ ଗୋଟିଏ ଦୁଇଟା ଭଲ ସର୍ଟ୍ସ ଆସିଯାଏ ତେବେ ନିଜେ ଭଲ ଲୟରେ ଆସିଯାଇଥାନ୍ତି ।