ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଅଭିନେତ୍ରୀ ଡା. ସୁଧାରାଣୀ ଜେନାଙ୍କ ପରଲୋକ, ୭୦ ଦଶକରେ ଅନେକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ଭୁବନେଶ୍ୱର,୨୪/୦୮: ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଡାକ୍ତର ସୁଧାରାଣୀ ଜେନାଙ୍କ ପରଲୋକ ଘଟିଛି । ମଙ୍ଗଳବାର ରାତି ସାଢ଼େ ୮ଟାରେ କଟକ ରୋଡ୍‌ ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୮୪ ବର୍ଷ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ ଡା. ରାମଶଙ୍କର ଜେନା, ୩ ଝିଅ ସୁନନ୍ଦା, ସୁପ୍ରିୟା ଓ ସୁଜାତା ଜେନା ଏବଂ ଜ୍ୱାଇଁ, ନାତି, ନାତୁଣୀ, ପରିବାରବର୍ଗ, ଆତ୍ମୀସ୍ୱଜନ ଉପସ୍ଥିତ ଥିଲେ । ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲାବେଳେ ବଡ଼ ଜ୍ୱାଇଁ ମନୋରଞ୍ଜନ ପାତ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଏବଂ ଚିକିତ୍ସା ଜଗତରେ ଶୋକର ଛାୟା ଖେଳିଯାଇଛି । ଅଭିନେତା ଶ୍ରୀତମ ଦାସ, ସିନେ ଗବେଷକ ସୂର୍ଯ୍ୟ ଦେଓଙ୍କ ସମେତ ବହୁ ବିଶିଷ୍ଟ ସିନେ ବ୍ୟକ୍ତିତ୍ୱ, ଡାକ୍ତର ଶୋକବ୍ୟକ୍ତ କରିଛନ୍ତି ।

ଶ୍ରୀ ଦେଓ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ସତୁରି ଦଶକରେ ଓଡ଼ିଆ ଚଳଚ୍ଚିତ୍ରରେ ଯେବେ ପାଶ୍ୱର୍ ଚରିତ୍ର ଅଭିନେତ୍ରୀ ସଙ୍କଟ ଥିଲା, ସେବେ ଡା. ସୁଧାରାଣୀ ଥିଲେ ଅନ୍ୟତମ ଭରସା । ସେତେବେଳକୁ ଭାନୁମତୀ, ଲକ୍ଷ୍ମୀଦେବୀ, ମଣିମାଳା, ଲକ୍ଷ୍ମୀପ୍ରିୟା ପ୍ରମୁଖ ପାଶ୍ୱର୍ ଚରିତ୍ର ଅଭିନେତ୍ରୀ ଓଡ଼ିଆ ଚଳଚ୍ଚିତ୍ରରେ ମା' ଭୂମିକାରେ ଆସୁଥିଲେ । ସେମାନଙ୍କ ବିକଳ୍ପ ଭାବରେ ଓଡ଼ିଆ ଚଳଚ୍ଚିତ୍ର ପରଦାକୁ ଆସିଲେ ଡା. ସୁଧାରାଣୀ । କିନ୍ତୁ ଚରିତ୍ର ଅଭିନୟକୁ ଆସିବା ପୂର୍ବରୁ ୧୯୬୧ରେ ସେ ନାୟିକା ଭାବରେ ପରଦା ପ୍ରବେଶ କରିସାରିଥିଲେ । ଚଳଚ୍ଚିତ୍ର ଥିଲା କବିରାଜ କଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମାଙ୍କ ‘ପରିଣାମ’ । ଓଡ଼ିଆ ଚଳଚ୍ଚିତ୍ର ଯେବେ ସମ୍ପୂର୍ଣ୍ଣ ରଙ୍ଗୀନ ହେଲା, ସେବେଠାରୁ ଡା. ସୁଧାରାଣୀ ଜେନାଙ୍କ ଅଭିନୟର ଦ୍ୱିତୀୟ ଫର୍ଦ୍ଦ ଆରମ୍ଭ ହେଲା । ‘ଗପ ହେଲେ ବି ସତ’ ଚଳଚ୍ଚିତ୍ରରେ ସେ ପାଶ୍ୱର୍ ଅର୍ଥାତ ନାୟକର ମା' ଭୂମିକାରେ ଅଭିନୟ କଲେ । ତାପରେ ‘ରାମ ବଳାରାମ’, ‘କାବେରୀ’, ‘ଶଙ୍ଖ ମହୁରୀ’, ‘ଝିଅଟି ସୀତା ପରି’, ‘ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା’ ଚଳଚ୍ଚିତ୍ରରେ ମା' ଭୂମିକାରେ ତାଙ୍କ ଅଭିନୟକୁ ସ୍ମାରକୀ ଭାବରେ ବିବେଚନା କରାଯାଏ ।

ସେ ବୃତ୍ତିରେ ଥିଲେ ଡାକ୍ତର । ମେଡିକାଲ କଲେଜରେ ପଢ଼ିଲାବେଳେ କ୍ରମାନ୍ୱୟ ଚାରିବର୍ଷ ଧରି କଲେଜ ନାଟକର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ "ମିହିର ମୁଖାର୍ଜୀ' ସ୍ମୃତି ପୁରସ୍କାର ପାଇଥିଲେ । ସେଠୁ ସେ ଆସିଲେ ଚଳଚ୍ଚିତ୍ର ଅଭିନୟକୁ । ‘ପରିଣାମ’ରେ ନାୟିକା ଭୂମିକା ଥିଲା । କିନ୍ତୁ ଡା. ସୁଧାରାଣୀ ବଦଳରେ ତାଙ୍କ ନାମ ରଖାଯାଇଥିଲା ଅଭିନେତ୍ରୀ ଗୀତିସୁଧା । କହିରଖେ, ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍‌ ପକ୍ଷରୁ ‘ପରିଣାମ’ ଚଳଚ୍ଚିତ୍ର ପୁନଃଉଦ୍ଧାର କରାଯାଉଛି । ସମ୍ପୂର୍ଣ୍ଣ ନ ହେଲେ ବି ‘ପରିଣାମ’ର ଅଶି ପ୍ରତିଶତ ଅଂଶକୁ ନେଇ ସ୍କ୍ରିନିଂର ଯୋଜନା ହୋଇପାରେ । ଏହି ଅବସରରେ ଶ୍ରୀ ଦେଓ ଡ. ସୁଧାରାଣୀ ଜେନାଙ୍କ ଅଭିନୀତ "ଝିଅଟି ସୀତା ପରି'ର ଏକ ଭିଡିଓ ଦୃଶ୍ୟର ଅଂଶକୁ ପୋଷ୍ଟ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.