ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଆନ୍ଧ୍ରର ୩ ବରିଷ୍ଠ ଆଇପିଏସ୍ ଅଧିକାରୀ ନିଲମ୍ବିତ, ଅଭିନେତ୍ରୀଙ୍କ ସଙ୍ଗୀନ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ

ହାଇଦ୍ରାବାଦ,୧୬।୯: ଆନ୍ଧ୍ର ପ୍ରଦେଶର ୩ ବରିଷ୍ଠ  ଆଇପିଏସ୍‌ ଅଧିକାରୀ ନିଲମ୍ବିତ। ମୁମ୍ବାଇର ଜଣେ ଅଭିନେତ୍ରୀଙ୍କ ଅଭିଯୋଗ ପରେ ଉଚ୍ଚ ପଦସ୍ତ ଆଇପିଏସ ଅଧିକାରୀଙ୍କୁ ହେବାକୁ ପଡିଛି ସସପେଣ୍ଡ। ନିଲମ୍ବିତ ପୋଲିସ ଅଧିକାରୀଙ୍କ ମଧ୍ୟରେ ଜଣେ ଡାଇରେକ୍ଟର-ଜେନେରାଲ ରାଙ୍କ,  ଇନ୍ସପେକ୍ଟର ଜେନେରାଲ୍ ଏବଂ ଏସପି ରାଙ୍କର ଅଧିକାରୀ ଅଛନ୍ତି। ସେମାନେ ହେଲେ- ପି ଏସ୍ ଆର ଅଞ୍ଜାନେଇଲୁ (ଡିଜି ରାଙ୍କ୍‌), କାନ୍ତୀ ରାଣା ଟାଟା (ଆଇଜି ରାଙ୍କ୍) ଏବଂ ବିଶାଲ ଗୁନି (ଏସପି ରାଙ୍କ୍)।    

ମିଳିଥିବା ସୂଚନା ଅନୁସାରେ, ନିଲମ୍ବିତ ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ରହିଛି ସେମାନେ ମୁମ୍ବାଇର ଅଭିନେତ୍ରୀ ଓ ମଡେଲ କାଦମ୍ବରୀ ଜେଠଓ୍ବାନୀଙ୍କ ବିରୋଧ ଦାଖଲ କରାଯାଇଥିବା ମାମଲାର ଠିକ୍ ଭାବରେ ତଦନ୍ତ କରଥିଲେ। ତାଙ୍କୁ ତରବରିଆ ଭାବରେ ଗିରଫ କରି ନିଆଯାଇଛି। ଏହା ସହ ଅଧିକାରୀଙ୍କ ଉପରେ ଅଭିନେତ୍ରୀଙ୍କୁ ହଇରାଣ କରିବାର ଅଭିଯୋଗ ମଧ୍ୟ ରହିଛି।

ମୁମ୍ବାଇରେ ରହୁଥିବା  ଅଭିନେତ୍ରୀ କାଦମ୍ବରୀ ଅଭିଯୋଗ କରିଥିଲେ, ଅଗଷ୍ଟରେ ଏନ୍‌ଟିଆର ପୋଲିସ କମିଶନର ଏସ୍‌.ଭି ରାଜଶେଖର ବାବୁଙ୍କ ନିକଟରେ ଔପଚାରିକ ଅଭିଯୋଗ ଦାଖଲ କରିଥିଲେ। ଏହି ଅଭିଯୋଗରେ ସେ କହିଥିଲେ, ଯେ, ୱାଇଏସଆର ଜଗନ ମୋହନ ରେଡ୍ଡୀଙ୍କ ସରକାର ସମୟରେ ଆନ୍ଧ୍ରପ୍ରଦେଶ ପୁଲିସ ତାଙ୍କୁ ହଇରାଣ କରିଥିଲା। YSR କଂଗ୍ରେସର ନେତା ଓ ଫିଲ୍ମ ନିର୍ମାତା ବିଦ୍ୟାସାଗର ଜମି ବିବାଦକୁ ନେଇ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଫଳରେ ଆନ୍ଧ୍ର ପୁଲିସ ତାଙ୍କୁ ଏବଂ ତାଙ୍କ ବାପା-ମା’ଙ୍କୁ ଗିରଫ କରିଥିଲା। ଗିରଫ କରିବା ପରେ ବିନା କୌଣସି ପୂର୍ବ ସୂଚନାରେ ମୁମ୍ବାଇରୁ ବିଜୟଓ୍ବାଡା ନେଇଯାଇଥିଲା। ପୋଲିସ ତାଙ୍କ ବାପା-ମା’ଙ୍କୁ ଅପମାନିତ କରିଥିଲା ଓ ବେଆଇନ ଭାବରେ କଷ୍ଟଡିରେ ରଖିଥିଲା। ଏହି କାରଣରୁ ତାଙ୍କୁ ଏବଂ ତାଙ୍କ ବାପା-ମା’ଙ୍କୁ ୪୦ ଦିନରୁ ଅଧିକ ସମୟ ନ୍ୟାୟିକ ହେପାଜତରେ ରହିବାକୁ ପଡିଥିଲା। ଅଭିନେତ୍ରୀଙ୍କ ଓକିଲ. ଏନ୍ ଶ୍ରୀନିବାସ ଅଭିଯୋଗ କରିଛନ୍ତି ଯେ, ଅଭିନେତ୍ରୀ ଓ ତାଙ୍କ ପରିବାର ଲୋକଙ୍କୁ ଫଶାଇବା ପାଇଁ ବିଦ୍ୟାସାଗର ନକଲି ଦସ୍ତାବିଜ ତିଆରି କରିଥିଲା। ପୋଲିସ ତାଙ୍କୁ ବହୁ ଦିନ ପର୍ଯ୍ୟନ୍ତ ଜାମିନ୍ ଆବେଦନ ଦାଖଲ କରିବାକୁ ଅନୁମତି ଦେଇନଥିଲା। ଆନ୍ଧ୍ରପ୍ରଦେଶ ପୁଲିସ ଏହି ଅଭିଯୋଗର ଯାଞ୍ଚ କରି ୧୯୯୨,  ୨୦୦୪ ଏବଂ ୨୦୧୦ ବ୍ୟାଚର ତିନି ଅଧିକାରୀଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.