ଫିଲ୍ମ ଦୁନିଆକୁ କମବ୍ୟାକ୍ କରୁଛନ୍ତି ନର୍ଗିସ୍, ବଲିଉଡ ନୁହେଁ ସାଉଥ ଇଣ୍ଡଷ୍ଟ୍ରିରେ କରିବେ ଏଣ୍ଟ୍ରି

ନୂଆଦିଲ୍ଲୀ ୦୧/୦୭: ବଲିଉଡରୁ ବ୍ରେକ୍ ନନେବା ପାଇଁ ଅନେକ ଲୋକ ଅଭିନେତ୍ରୀ ନର୍ଗିସ୍ ଫାଖରୀଙ୍କୁ ବୁଝାଇଥିଲେ। କାରଣ ବ୍ରେକ୍ ନେଉଥିବା ଅଭିନେତ୍ରୀଙ୍କୁ କେବଳ ଲୋକ ନୁହଁନ୍ତି, ନିର୍ମାତା-ନିର୍ଦ୍ଦେଶକମାନେ ମଧ୍ୟ ଭୁଲିଯାଆନ୍ତି। ନର୍ଗିସ୍ ଙ୍କ ସହ ମଧ୍ୟ ତାହା ହିଁ ଘଟିଲା। ରଣବୀର କପୁରଙ୍କ ସହ ଫିଲ୍ମ ରକଷ୍ଟାର ସହିତ ବଲିଉଡରେ ଡେବ୍ୟୁ କରିଥିବା ନର୍ଗିସଙ୍କୁ ବର୍ତ୍ତମାନ ଲୋକ ଉଦୟ ଚୋପ୍ରାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଭାବରେ ମନେରଖିଛନ୍ତି। ଦୁଇ ବର୍ଷର ସମ୍ପୂର୍ଣ୍ଣ ବ୍ରେକ୍ ପରେ, ନର୍ଗିସ୍ କିଛି ଦିନ ହେବ ବଲିଉଡରେ ପୁଣିଥରେ ଏଣ୍ଟ୍ରି କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସଫଳତା ପାଇଲେ ନାହିଁ । ହେଲେ ସେ ପୁଣି ଥରେ ଦର୍ଶକଙ୍କ ସାମ୍ନାରେ ନିଜର ଉପସ୍ଥିତି ପଞ୍ଜିକରଣ କରିବାକୁ ଆସୁଛନ୍ତି। କିନ୍ତୁ ସେ କମବ୍ୟାକ୍ ବଲିଉଡରୁ ନୁହେଁ ବରଂ ସାଉଥ ଫିଲ୍ମରୁ କରୁଛନ୍ତି। ନର୍ଗିସ, ପୱନ କଲ୍ୟାଣଙ୍କ ସହ ତେଲୁଗୁ ଫିଲ୍ମ ‘ହରି ହରା ଭୀରା ମଲ୍ଲୁ’ରେ ନଜର ଆସିବେ। ଏହି ଫିଲ୍ମରେ ନିଧି ଅଗ୍ରୱାଲ ଏବଂ ଅର୍ଜୁନ ରାମପାଲ ମୁଖ୍ୟ ଭୂମିକାରେ ନଜର ଆସିବେ।

ନର୍ଗିସଙ୍କ ହଠାତ୍ ନିଖୋଜ ହେତୁ ଲୋକମାନେ ଭାବୁଥିଲେ ସେ ଇଣ୍ଡଷ୍ଟ୍ରି ଛାଡି ଦେଇଛନ୍ତି। ସେ ଅଭିନେତା ଉଦୟ ଚୋପ୍ରାଙ୍କ ସହ ଆମେରିକାରେ ସେଟେଲ୍ ହୋଇଥିବା ଖବର ଆସିଥିଲା। ଉଭୟ ବିବାହ କରିବାକୁ ଯାଉଥିଲେ। କିନ୍ତୁ ୨୦୧୭ ରେ ଅଭିନେତ୍ରୀ ଉଦୟଙ୍କ ସହ ତାଙ୍କର ବ୍ରେକଅପ୍ ଘୋଷଣା କରିଥିଲେ। ୨୦୧୮ ରେ, ନର୍ଗିସ୍ ଫିଲ୍ମ ନିର୍ମାତା ମେଟ୍ ଆଲୋନଜୋଙ୍କ ସହ ରିଲେସନସିପ୍ରେ ଥିବା ପ୍ରକାଶ କରିଥିଲେ।

୨୦୧୧ରେ ରଣବୀର କପୁରଙ୍କ ସହ ‘ରକଷ୍ଟାର’ରେ ଡେବ୍ୟୁ କରିଥିବା ନର୍ଗିସଙ୍କ ଶେଷ ଫିଲ୍ମ ‘ବାନ୍ଜୋ’ (୨୦୧୬) ଥିଲା। ଯେଉଁଥିରେ ସେ ରିତେଶ ଦେଶମୁଖଙ୍କ ସହ ନଜର ଆସିଥିଲେ। ଏହା ପରେ ସେ ପ୍ରାୟ ଅଦୃଶ୍ୟ ହୋଇଗଲେ। ମଝିରେ ତାଙ୍କର ତିନୋଟି ଫିଲ୍ମ କେବେ ଆସିଲା, କେବେ ଗଲା, ତାହା କେହି ଜାଣିପାରିଲେ ନାହିଁ।