ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

୫୪୩ ସାଂସଦଙ୍କ ମଧ୍ୟରୁ ୫୦ ପ୍ରତିଶତଙ୍କର ରହିଛି ଅପରାଧିକ ମାମଲା, ୫୦୪ କୋଟିପତି: ADR ରିପୋର୍ଟ

ନୂଆଦିଲ୍ଲୀ,୬।୬: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ମଙ୍ଗଳବାର ଘୋଷିତ ହୋଇଛି। ଏହି ନିର୍ବାଚନରେ କେନ୍ଦ୍ରର ଶାସକ ବିଜେପିକୁ ୨୪୦ ଆସନ ମିଳିଛି। ସେଭଳି ଦ୍ବିତୀୟ ସ୍ଥାନରେ ରହିଛି କଂଗ୍ରେସ , ଯାହାର ୯୯ ସାଂସଦ ଲୋକସଭାରେ ପହଁଞ୍ଚିଛନ୍ତ। ୨୯୩ ଆସନ ସହିତ ଏନ୍‌ଡିଏ ଲଗାତାର ତୃତୀୟ ଥର ସରକାର ଗଠନ ହେବାକୁ ଯାଉଛି। ନୂଆ ଲୋକସଭାର ଗଠନର ପ୍ରସ୍ତୁତି ଭିତରେ, ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମସ୍ ବା ଏଡିଆର ଏକ ରିପୋର୍ଟ ଦେଇଛନ୍ତି।

୨୦୨୪ରେ ନିର୍ବାଚନ ଜିତିଥିବା ସମସ୍ତ ୫୪୩ ସାଂସଦଙ୍କ ସତ୍ୟପାଠର ବିଶ୍ଲେଷଣ କରିଛି ଏଡିଆର। ଏହି ବିଶ୍ଲେଷଣ ଅନୁସାରେ, ୫୪୩ ସାଂସଦଙ୍କ ଭିତରୁ ୨୫୧ ଜଣଙ୍କ ଉପରେ ଅପରାଧିକ ମାମଲା ରହିଛି। ସେଭଳି ୫୦୪ ଜଣ ସାଂସଦ କୋଟିପତି। ୨୧୪ ଜଣ ପୁନଃ ନିର୍ବାଚିତ ଏବଂ ୪୨୦ ଜଣ ସ୍ନାତକ ଓ  ଉଚ୍ଚଶିକ୍ଷିତ। ସେଭଳି ୧୯% ସାଂସଦଙ୍କ ଶିକ୍ଷାଗତ ଯୋଗ୍ୟ ପଞ୍ଚମରୁ ଦ୍ବାଦଶ ଣ୍ରେଣୀ ଭିତରେ ରହିଛି। ସବୁଠାରୁ ଯୁବ ସାଂସଦଙ୍କ ଭିତରେ ଅଛନ୍ତି ପୁଷ୍ପେନ୍ଦ୍ର ସରୋଜ ଓ ପ୍ରିୟା ସରୋଜ। ୨୫ ବର୍ଷର ଦୁଇ ନବ ନିର୍ବାଚିତ ସାଂସଦ ସମାଜବାଦୀ ପାର୍ଟି ଟିକେଟରେ ଜିତିଛନ୍ତି। ସବୁଠାରୁ ବୟସ୍କ ନବ ନିର୍ବାଚିତ ସାଂସଦ ଡିଏମକେର ଟିଆର ବାଲୁ ଅଛନ୍ତି, ଯାହାଙ୍କ ବୟସ ୮୨ ବର୍ଷ। ସେଭଳି ଏଥର  ସଂସଦକୁ ନିର୍ବାଚିତ ହୋଇଛନ୍ତି ୭୪ ମହିଳା ସାଂସଦ।

ଏଡିଆର ରିପୋର୍ଟ ଅନୁସାରେ, ବର୍ତ୍ତମାନ ଲୋକସଭା ନିର୍ବାଚନରେ ୫୪୩ ସାଂସଦ ଭିତରୁ ୨୫୧ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଏହି ବିଜୟୀ ପ୍ରାର୍ଥୀଙ୍କ ଭିତରେ ୧୭୦ ଜଣଙ୍କ ଉପରେ ଗମ୍ଭୀର ଅପରାଧିକ ମାମଲା ରହିଛି, ଯେଉଁଥିରେ ହତ୍ୟା, ହତ୍ୟା ଉଦ୍ୟମ, ମହିଳାଙ୍କ ବିରୋଧରେ ଅପରାଧ ଓ ହେଟ୍‌ ସ୍ପିଚ୍‌ ଦେବା ଭଳି ଅଭିଯୋଗ ରହିଛି। ଯଦି ଦଳ ହିସାବରେ ଦେଖିବା ତେବେ ବିଜେପିର ସବୁଠାରୁ ଅଧିକ ରହିଛି। ଦଳର ୨୪୦ରୁ ସାଂସଦଙ୍କ ଭିତରୁ ୯୪ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ଦ୍ବିତୀୟ ସ୍ଥାନରେ ଅଛି କଂଗ୍ରେସ, ଦଳର ୯୯ ରୁ ୪୯ ଜଣ, ସମାଜବାଦୀ ପାର୍ଟିର ୩୭ରୁ ୨୧, ଟିଏମ୍‌ସିର ୨୯ ରୁ ୧୩, ଡିଏମ୍‌କେର ୨୨ରୁ ୧୩, ଟିଡିପିର ୧୬ ରୁ ୮ ଓ ଶିବସେନାର ୭ରୁ ୫ ଜଣ ସାଂସଦଙ୍କ ଉପରେ ଅପରାଧିକ ମାମଲା ରହିଛି।

ନିର୍ବାଚନରେ ସବୁଠାରୁ ଅଧିକ ସମ୍ପତ୍ତି ଥିବା ସାଂସଦ ହେଲେ ଡକ୍ଟର ଚନ୍ଦ୍ରଶେଖର ପେମ୍ମାସାନୀ। ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରୁ ଟିଡିପି ପ୍ରାର୍ଥୀ ପେମ୍ମାସାନୀଙ୍କର ମୋଟ ୫୭୦୫ କୋଟି ସମ୍ପତ୍ତି ରହିଛି। ଏହି ମାମଲାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ବିଜେପିର କୋଣ୍ଡା ବିଶେଶ୍ବର ରେଡ୍ଡୀ। ତେଲେଙ୍ଗାନାର ଚେଭେଲ୍ଲା ଆସନରୁ ନିର୍ବାଚନ ଜିତିଥିବା ରେଡ୍ଡୀ   ୪୫୬୮ କୋଟି ଟଙ୍କାର ମାଲିବ। ତାଙ୍କ ପରେ ତୃତୀୟ ସବୁଠାରୁ ଧନୀ ହେଉଛନ୍ତି ବିଜେପିର ନବୀନ ଜିନ୍ଦଲ। ତାଙ୍କର ୧୨୪୧ କୋଟି ଟଙ୍କା ସମ୍ପତ୍ତି ରହିଛି। ଏହି ମାମଲାରେ ପଞ୍ଚମ ସ୍ଥାନରେ ଅଛନ୍ତି କଂଗ୍ରେସର ନକୁଳ ନାଥ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.