ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ହୃଦ୍‌ଘାତ ପାଇଁ ‘ଏଇଡି’ ସଞ୍ଜୀବନୀ, ଗହଳିପୂର୍ଣ୍ଣ ସ୍ଥାନରେ ରହିବା ଆବଶ୍ୟକତା ନେଇ ମତ ରଖିଲେ ବିଶେଷଜ୍ଞ

ଭୁବନେଶ୍ୱର,୦୬/୦୫: ହୃଦ୍‌ଘାତ କ୍ଷେତ୍ରରେ ସାମାନ୍ୟ ବିଳମ୍ବ ରୋଗୀଙ୍କ ଜୀବନ ନେଇପାରେ । ହେଲେ ଠିକ୍‌ ସମୟରେ ଅଟୋମେଟେଡ୍‌ ଏକ୍ସଟର୍ନାଲ୍‌ ଡେଫିବ୍ରିଲେଟର (ଏଇଡି) ଚିକିତ୍ସା ଫଳରେ ରୋଗୀ ମୃତ୍ୟୁ ମୁଖରୁ ବର୍ତ୍ତିଯାଇପାରିବ । ‘ଏଇଡି’ ଏକ ଛୋଟ ଇଲୋକ୍ଟୋଟ୍ରନିକ୍ସ ଯନ୍ତ୍ର । ଯାହାକୁ ହୃଦଘାତ ଆକ୍ରାନ୍ତଙ୍କ ହୃତପିଣ୍ଡକୁ ଆପେ ଆପେ କ୍ରିୟାଶୀଳ କରିଥାଏ । ଜନଗହଳି ହେଉଥିବା ସର୍ବସାଧାରଣ ସ୍ଥାନରେ ଏଇଡି ରଖାଗଲେ ଏହା ରୋଗୀଙ୍କ ପାଇଁ ସଞ୍ଜିବନୀ ସାଜିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

କାର୍ଡିଓଲୋଜିଷ୍ଟ୍‌ ଡାକ୍ତର ପ୍ରଭାତ କୁମାର ଦାଶ କହିଛନ୍ତି, ସାଧାରଣତଃ ରୋଗୀ ଅଚେତ ହେବାର ୩ ମିନିଟ୍‌ ମଧ୍ୟରେ ଏଇଡି ବ୍ୟବହାର କରାଗଲେ ରୋଗୀର ବଞ୍ଚିବା ସମ୍ଭାବନା ସବୁଠାରୁ ଅଧିକ ରହିଥାଏ । ଅନ୍ୟଥା ରୋଗୀ ବ୍ରେନ ଡେଡ୍‌ ହେବାର ଆଶଙ୍କା ଥାଏ । ବିଭିନ୍ନ ସରକାରୀ କାର୍ଯ୍ୟାଳୟ. ସିନେମା ହଲ, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଏବଂ ଆମ୍ବୁଲାନ୍ସରେ ଏଇଡି ରହିବା ଉଚିତ ଏବଂ କର୍ମଚାରୀମାନେ ଏହାକୁ ପରିଚାଳନା ପାଇଁ ପ୍ରଶିକ୍ଷଣ ନେବା ଜରୁରି ବୋଲି ସେ କହିଛନ୍ତି ।

ଏଜି ଡିଭିଜନ୍‌ ସହକାରୀ ଆୟୁକ୍ତ ପୁରୁଷୋତ୍ତମ ବଳ ଏକ ସଦ୍ୟତମ ଉଦାହରଣ ଦେଇ କହିଛନ୍ତି ଯେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କୁ ହସ୍ପିଟାଲ ଆଣୁଥିବା ଆମ୍ବୁଲାନ୍ସରେ ଯଦି ଏଇଡି ଥାଆନ୍ତା ତେବେ ତାଙ୍କୁ ବଞ୍ଚାଯାଇ ପାରିଥାନ୍ତା ।  ଶ୍ରୀ ବଳ କହିଛନ୍ତି, ଏଜି ଆମ୍ବୁଲାନ୍ସ ପକ୍ଷରୁ ଜନସାଧାରଣଙ୍କୁ ପ୍ରତିବର୍ଷ ତାଲିମ ପ୍ରଦାନ କରାଯାଉଛି । ଏହି ମେସିନ ଚଳାଇବା ଅତି ସହଜ । ହୃଦ୍‌ ସ୍ପନ୍ଦନ ବନ୍ଦ ହୋଇଗଲେ କିମ୍ବା ସିପିଆର ପ୍ରୟୋଗ ପରେ ମଧ୍ୟ କୌଣସି ସୁଫଳ ନ ମିଳିଲେ, ତୁରନ୍ତ ଏଇଡି ପ୍ରୟୋଗ କରାଗଲେ ରୋଗୀକୁ ବଞ୍ଚାଯାଇ ପାରିବ । 

ଜାତୀୟ କ୍ରାଇମ୍‌ ବ୍ୟୁରୋ ରେକର୍ଡ ଅନୁସାରେ ଭାରତରେ ୨୦୨୨ରେ ୩୨ ହଜାର ୪୫୭ ଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ୨୦୨୧ରେ ମୃତ୍ୟୁ ସଂଖ୍ୟା ୨୮ ହଜାର ୪୧୩ ଥିଲା । ପ୍ରତିବର୍ଷ ହୃଦ୍‌ଘାତଜନିତ ମୃତ୍ୟୁ ୧୨% ବୃଦ୍ଧି ଘଟୁଥିବାରୁ ଏହା ଉଦବେଗଜନକ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.