PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ଆଶିଷ ବିଦ୍ୟାର୍ଥୀଙ୍କ ଦ୍ୱିତୀୟ ବିବାହ ପରେ ପ୍ରଥମ ପତ୍ନୀ ସେୟାର କଲେ ପୋଷ୍ଟ, ଲେଖିଲେ-‘ତୁମେ ଏହାର ଯୋଗ୍ୟ’

tv9hindi

ନୂଆଦିଲ୍ଲୀ ୨୬/୦୫: ବଲିଉଡର ପ୍ରସିଦ୍ଧ ଅଭିନେତା ଆଶିଷ ବିଦ୍ୟାର୍ଥୀ ଏବେ ଚର୍ଚ୍ଚାରେ। ଅଭିନେତା ୬୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଶିଷ କୋଲକାତାର ବାସିନ୍ଦା ରୁପାଲି ବରୁଆଙ୍କୁ ବିବାହ କରିଛନ୍ତି। ଯାହାପରେ ଫ୍ୟାନ୍ସ ଆଶିଷ ଓ ରୁପାଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥି ମଧ୍ୟରେ ଆଶିଷଙ୍କ ପ୍ରଥମ ପତ୍ନୀ ରାଜୋଶି ବରୁଆ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ କିଛି ପୋଷ୍ଟ ସେୟାର କରିଛନ୍ତି। ଯାହାକୁ ନେଇ ଅନେକ ଆଲୋଚନା ହେଉଛି।

ରାଜୋଶି ଲେଖିଛନ୍ତି, “ସଠିକ୍ ବ୍ୟକ୍ତି ଆପଣଙ୍କୁ କଦାପି ପଚାରିବେ ନାହିଁ ଯେ ସେମାନେ ତୁମ ପାଇଁ କ’ଣ। ସେମାନେ ଏପରି କିଛ କରିବେ ନାହିଁ, ଯାହା ତୁମକୁ ଦୁଃଖି କରିବ। ଏହାକୁ ସର୍ବଦା ମନେ ରଖିବ। ମୁଁ ଆଶା କରୁଛି ଅଧିକ ଚିନ୍ତା କରିବା ଏବଂ ସନ୍ଦେହ ତୁମ ମନରୁ ଦୂରେଇ ଯିବ। ଦ୍ୱନ୍ଦ୍ୱ ବଦଳରେ ତୁମ ମନରେ ସ୍ୱଚ୍ଛତା ରହୁ। ଶାନ୍ତି ଏବଂ ଖୁସିରେ ତୁମ ଜୀବନ ପରିପୂର୍ଣ୍ଣ ରହୁ। ତୁମେ ଯଥେଷ୍ଟ ସମୟ ପର୍ଯ୍ୟନ୍ତ ଶକ୍ତିଶାଳୀ ହୋଇଛ, ବର୍ତ୍ତମାନ ଆଶୀର୍ବାଦ ପାଇବାର ସମୟ ଆସିଛି । ତୁମେ ଏସବୁର ଯୋଗ୍ୟ।”

ତେବେ ରାଜୋଶିଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଏବଂ ୟୁଜର୍ସ ଏହା ଉପରେ ଅନେକ ମନ୍ତବ୍ୟ ଦେଉଛନ୍ତି। ରାଜୋଶି ଓ ଆଶିଷ ଏକ ପୁତ୍ର ସନ୍ତାନର ପିତାମାତା, ଯାହାଙ୍କ ବୟସ ୨୩ ବର୍ଷ। ଆଶିଷଙ୍କ ପୁଅର ନାମ ଅର୍ଥ। ଏପରି ପରିସ୍ଥିତିରେ ପିତାଙ୍କ ଦ୍ୱିତୀୟ ବିବାହକୁ ନେଇ ପୁଅ ଅର୍ଥଙ୍କୁ ଗଭୀର ଆଘାତ ଲାଗିଛି।

ସମ୍ବନ୍ଧିତ ଖବର