ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ନିଆଁର ଆଁ ଭିତରେ ସମାକୋଇ ଓ କଳାପାଟ ସଂରକ୍ଷିତ ଜଙ୍ଗଲ, ୭ ଦିନ ହେବ ତେଲକୋଇ ବନାଞ୍ଚଳରେ ଥମୁନି ନିଆଁ

କେନ୍ଦୁଝର, ୦୭/୦୩ : କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ଥମିବାର ନାଁ ଧରୁନି ନିଆଁର ପ୍ରକୋପ। ୭ ଦିନ ହେବ ନିଆଁର ଆଁ ଭିତରେ ସମାକୋଇ ସଂରକ୍ଷିତ ଜଙ୍ଗଲ ଓ କଳାପାଟ ସଂରକ୍ଷିତ ଜଙ୍ଗଲ। ଅଗ୍ନିକାଣ୍ଡରେ ଧ୍ଵଂସ ହୋଇଗଲାଣି ଶହ ଶହ ଏକର ଜଙ୍ଗଲ। ସେପଟେ ବନ୍ୟଜନ୍ତୁ ମଧ୍ୟ ଗାଁ ମୁହାଁ ହେଲେଣି। ବାରାହା, ସମ୍ବର, କୁଟୁରା ଆଦି ବନ୍ୟଜନ୍ତୁ ଶାବକ ଜନ୍ମ କରିବା ସମୟରେ ତାଙ୍କ ବାସସ୍ଥଳୀରେ ଏବେ ଲାଗିଛି ନିଆଁ । ଏଭଳି ସମୟରେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ବନବିଭାଗ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ପାଲଟିଛି। ତେବେ ନିଆଁକୁ ଆୟତ୍ତ କରିବାରେ ବିଫଳ ହେଉଛି ବନବିଭାଗ। ବିଭାଗ ପକ୍ଷରୁ ଯେତିକି ପଦକ୍ଷେପ ଗ୍ରହଣ କରୁଛି ତାହା ଯଥେଷ୍ଟ ହୋଇ ପାରୁନି ।

ସମାକୋଇ ସଂରକ୍ଷିତ ଜଙ୍ଗଲର ଗଉଡୁଣିଦର ଗାଁ ପାଖ ଜଙ୍ଗଲରେ ହୁତହୁତ ହୋଇ ନିଆଁ ଜଳୁଛି । ନିଆଁ ଦାଉରେ ଏକର ଏକର ଜଙ୍ଗଲ ଜଳିପୋଡି ଛାରଖାର ହୋଇଗଲାଣି। ଦିନଦିନ ଧରି ଜଙ୍ଗଲରେ ନିଆଁ ଲାଗିବା ଫଳରେ ଶାଳ, ପିଆଶାଳ ଜଙ୍ଗଲ ନଷ୍ଟ ହେବା ସହ ଜଙ୍ଗଲରେ ଥିବା ବନ୍ୟଜନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି। ୭ଦିନ ହେବ ସମାକୋଇ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତର ଗୁଣ୍ଡରିଯୋଡା, ଖୁଣ୍ଟାପଡା ଜଙ୍ଗଲ ସହିତ କଳାପାଟ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ପଡାଙ୍ଗ ପଞ୍ଚାୟତର ବୁଢାମ୍ବ, କୃଷ୍ଣପୂର ଓ ରାଇସୁଆଁ ପଞ୍ଚାୟତର ରାଇସୁଆଁ ଦୋବଲାପାଳ ପଞ୍ଚାୟତର ହନୁମନ୍ତିଆ ପାହାଡ ଜଙ୍ଗଲରେ ନିଆଁ ଲାଗଛି । ନିଆଁ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ବନ୍ୟଜନ୍ତୁ ସବୁ ଏବେ ଗାଁ ମୁହାଁ ହେଲେଣି । ଜଙ୍ଗଲରେ ହାତୀମାନଙ୍କ ସହିତ ହରିଣ, ବାରାହା, କୁଟୁରା, ସମ୍ବର, ଝିଙ୍କ, ବଜ୍ରକାପ୍ତା, ସରିସୃପ ଆଦି ଜୀବଜନ୍ତୁ ବହୁ ସଂଖ୍ୟାରେ ରହୁଥିବା ଜଙ୍ଗଲରେ ନିଆଁ ଲାଗିବା ଦ୍ଵାରା ସେମାନଙ୍କ ସୁରକ୍ଷା ମଧ୍ୟ ଏବେ ଚିନ୍ତାର କାରଣ ପାଲଟିଛି । ସେପଟେ ନିଆଁ ଲିଭାଇବାକୁ ଅସଫଳ ହେଉଛି ବନ ବିଭାଗ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.