ଭୁବନେଶ୍ୱର, ୦୧/୦୧: ଓଡ଼ିଶାର ପ୍ରତିଭାବାନ ବାଳିକା ଟେନିସ୍ ଖେଳାଳି ଆହାନ ଡବ୍ଲ୍ୟୁଟିଏ ସିଙ୍ଗଲ୍ସରେ ପଏଣ୍ଟ ହାସଲ କରି ଇତିହାସ ରଚିଛନ୍ତି । ସେ ପ୍ରଥମ ଓଡ଼ିଶା ଖେଳାଳି ଭାବେ ଏହି ସଫଳତା ଲାଭ କରିଛନ୍ତି । ଗୁରୁକୁଳ ଟେନିସ୍ ଏକାଡେମୀ ଏବଂ ମିଶନ ଅଲିମ୍ପିକ୍ସ ସ୍ପୋର୍ଟ୍ସ ଫାଉଣ୍ଡେସନ (ଏମ୍ଓଏସ୍ଏଫ୍) ପକ୍ଷରୁ ଏବିଷୟରେ ଘୋଷଣା କରାଯାଇଛି ।
ଅହମ୍ମଦାବାଦରେ ଆୟୋଜିତ ଗତ ଆଇଟିଏଫ୍ ଡବ୍ଲ୍ୟୁ-୧୫ ଟୁର୍ଣ୍ଣାମେଣ୍ଟରେ ଆହାନ କ୍ୟାରିୟରରେ ପ୍ରଥମ ପେସାଦାର ମୁଖ୍ୟ ଡ୍ର’ ମ୍ୟାଚ୍ ଜିତିଥିଲେ । ଏହି ବିଜୟ ବଳରେ ସେ ଗୋଟିଏ ଡବ୍ଲ୍ୟୁଟିଏ ସିଙ୍ଗଲ୍ସ ପଏଣ୍ଟ ହାତେଇବାରେ ସଫଳ ହୋଇଥିଲେ । ଯୋଗ୍ୟତା ରାଉଣ୍ଡରେ ସେ ଉଭୟ ମ୍ୟାଚ୍ ଜିତି ମୁଖ୍ୟ ଡ୍ର’ରେ ସ୍ଥାନ ପକ୍କା କରିଥିଲେ । ନିୟମ ଅନୁଯାୟୀ, ଆହାନ ୩ଟି ଡବ୍ଲ୍ୟୁଟିଏ ସିଙ୍ଗଲ୍ସ ପଏଣ୍ଟ ହାସଲ କଲେ ଆନୁଷ୍ଠାନିକ ଭାବେ ମାନ୍ୟତା ତାଲିକାରେ ସ୍ଥାନ ପାଇବେ ।