ଏୟାରଟେଲ୍ ୟୁଜର୍ସଙ୍କ ପାଇଁ ଖୁସି ଖବର: ମାଗଣାରେ ମିଳୁଛି ୪୦୦ ଏମବି ଡାଟା, ଜାଣନ୍ତୁ କେମିତି

ନୁଆଦିଲ୍ଲୀ ୨୨/୫: ରିଲାଏନ୍ସ ଜିଓ ଆସିବା ପରେ ଅନ୍ଯ ଟେଲିକମ୍ କମ୍ପାନୀଗୁଡିକ ନିଜ କଷ୍ଟମର ମାନଙ୍କୁ ଖୁସି କରିବା ପାଇଁ ଲଗାତାର ନୂଆ ଅଫର ଆଣିବାରେ ଲାଗିଛନ୍ତି । ଏବେ କମ୍ପାନୀଗୁଡିକ ନୂଆ ଅଫର ଆଣିବା ସହିତ ନିଜ ପୂରୁଣା ପ୍ଲାନକୁ ଅପଡେଟ୍ କରିବାରେ ମଧ୍ଯ ଲାଗିପଡିଛନ୍ତି । ଏୟାରଟେଲ୍ ନିଜର ୩୯୯ ଟଙ୍କା, ୪୪୮ ଓ ୪୯୯ ଟଙ୍କିଆ ପ୍ଲାନରେ କିଛି ପରିବର୍ତ୍ତନ ଆଣିଛି । ଏହି ପ୍ଲାନକୁ ପରିବର୍ତ୍ତନ କରିବା ପରେ ଏବେ ୟୁଜର୍ସଙ୍କୁ ଅଧିକ ଡାଟା ମିଳିବ । ୟୁଜର୍ସଙ୍କୁ ଏବେ ୪୦୦ ଏମବି ଅଧିକ ଡାଟା ମିଳୁଛି । TRAIର ତାଜା ରିପୋର୍ଟ ଅନୁସାରେ କେବଳ ମାର୍ଚ୍ଚରେ ଏୟାରଟେଲର ୧.୫୧ କୋଟି କନେକ୍ସନ କମିଛି । ମାର୍ଚ୍ଚର ଶେଷ ସୁଦ୍ଧା ଏୟାରଟେଲର ଉପଭୋକ୍ତାଙ୍କ ସଂଖ୍ଯା ୩୨.୫୧ କୋଟି ରହିଯାଇଛି ।
ଏହାର ଅର୍ଥ ଏବେ ୩୯୯ ଟଙ୍କାରେ ୟୁଜର୍ସଙ୍କୁ ପ୍ରତିଦିନ ୧.୪ ଜିବି ଡାଟା, ୪୪୮ ଟଙ୍କାରେ ପ୍ରତିଦିନ ୧.୯ ଜିବି ଡାଟା ଓ ୪୯୯ ଟଙ୍କାରେ ପ୍ରତିଦିନ ୨.୪ ଜିବି ଡାଟା ମିଳିବ । ଏହା ପୂର୍ବରୁ କମ୍ପାନୀ ୧୨୯ ଓ ୨୪୯ ଟଙ୍କିଆ ପ୍ଲାନରେ ପରିବର୍ତ୍ତନ କରିଥିଲା । ଏୟାରଟେଲ୍ ୟୁଜର୍ସଙ୍କୁ ୪ ଲକ୍ଷର ଲାଇଫ୍ ଇନ୍ସ୍ଯୁରାନ୍ସ ମଧ୍ଯ ଦେଉଛି ।
୩୯୯ ଟଙ୍କିଆ ପ୍ଲାନ୍
ଏହି ପ୍ଲାନର ଭ୍ୟାଲିଡିଟି ୮୪ ଦିନ । ଏଥିରେ ପ୍ରତିଦିନ ୧.୪ ଜିବି ଡାଟା ମିଳିବ । ପୂର୍ବରୁ ୧ ଜିବି ପ୍ରତିଦିନ ଡାଟା ମିଳୁଥିଲା । ଲୋକାଲ୍, ଏସଟିଡି ଓ ରୋମିଂ ଅନଲିମିଟେଡ୍ କଲିଂ ସୁବିଧା ମଧ୍ଯ ରହିଛି । ଏହା ବ୍ଯତୀତ ପ୍ରତିଦିନ ୧୦୦ ଏସଏମଏସ୍ ମଧ୍ୟ ମିଳୁଛି ।
୪୪୮ ଟଙ୍କିଆ ପ୍ଲାନ୍
ଏହାର ବୈଧତା ୮୨ ଦିନ । ଏହି ପ୍ଲାନରେ ପୂର୍ବରୁ ୧.୫ ଜିବି ପ୍ରତିଦିନ ଡାଟା ମିଳୁଥିଲା । ଏବେ ୧.୯ ଜିବି ଡାଟା ପ୍ରତିଦିନ ମିଳିବ । ଲୋକାଲ୍, ଏସଟିଡି ଓ ରୋମିଂ ଅନିମିଟେଡ୍ କଲିଂ ସୁବିଧା ମିଳିବ । ଏହା ବ୍ଯତୀତ ପ୍ରତିଦିନ ୧୦୦ ଏସଏମଏସ୍ ମଧ୍ଯ ମିଳିବ ।
୪୯୯ ଟଙ୍କିଆ ପ୍ଲାନ୍
ଏହି ପ୍ଲାନର ଭ୍ୟାଲିଡିଟି ମଧ୍ଯ ୮୨ ଦିନ । ପୂର୍ବରୁ ଏଥିରେ ପ୍ରତିଦିନ ୨ ଜିବି ଡାଟା ମିଳୁଥିଲା । କିନ୍ତୁ ଏବେ ଏଥିରେ ପ୍ରତିଦିନ ୨.୪ ଜିବି ଡାଟା ମିଳିବ । ଲୋକାଲ୍, ଏସଟିଡି ଓ ରୋମିଂ ଅନଲିମିଟେଡ୍ କଲିଂର ସୁବିଧା ରହିଛି । ଏହା ବ୍ୟତୀତ ପ୍ରତିଦିନ ୧୦୦ ଏସଏମଏସ ମଧ୍ଯ ମିଳୁଛି ।