ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

କାନ୍‌ ରେଡ୍‌ କାର୍ପେଟ୍‌ରେ ଐଶ୍ୱର୍ଯ୍ୟା, ହାତରେ ବ୍ୟାଣ୍ଡେଜ୍‌ ବାନ୍ଧି ଦେଖାଇଲେ ଜଲୱା

ନୂଆଦିଲ୍ଲୀ ୧୮/୦୫: ସବୁ ବର୍ଷ ଭଳି ଏ ଥର ବି କାନ୍‌ ଫିଲ୍ମ ମହୋତ୍ସବରେ ଜଲ୍‌ୱା ଦେଖାଇଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ । କାନ୍‌ ରେଡ୍‌ କାର୍ପେଟ୍‌ରେ ତାଙ୍କ ଲୁକ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କଳା ରଙ୍ଗର ଗାଉନ୍‌ରେ ସେ ନଜର ଆସିଥିଲେ । ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିବାରୁ ସେଥିରେ ବ୍ୟାଣ୍ଡେଜ୍‌ ବନ୍ଧା ହୋଇଥିଲା । ତଥାପି ନିଜ ଫ୍ୟାଶନ୍‌ ଷ୍ଟେଟ୍‌ମେଣ୍ଟ୍‌ ଜରିଆରେ ଐଶ୍ୱର୍ଯ୍ୟା କାନ୍‌ରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ସୁନେଲି ରଙ୍ଗର ଫୁଲ ଖଚିତ ଲମ୍ବା ଗାଉନ୍‌କୁ ସମ୍ଭାଳିବା ପାଇଁ ଝିଅ ଆରାଧ୍ୟାଙ୍କ ସମେତ ୪ ଜଣିଆ ଏକ ଟିମ୍‌ ନିୟୋଜିତ ହୋଇଥିଲେ । ତାଙ୍କ ଗ୍ଲାମ୍‌ ସ୍କ୍ୱାଡ୍‌ ଗ୍ରୁପ୍‌ ଡ୍ରେସ୍‌କୁ ଧରି ଐଶ୍ୱର୍ଯ୍ୟାଙ୍କୁ ରେଡ୍‌ କାର୍ପେଟ୍‌ରେ ପହଞ୍ଚାଇବାରେ ସହଯୋଗ କରିଥିଲେ ।




ଐଶ୍ୱର୍ଯ୍ୟାଙ୍କର ଏହି ଲୁକ୍‌କୁ ମୋନୋକ୍ରୋମାଟିକ୍‌ ଲୁକ୍‌ କୁହାଯାଏ । କଳା ମୋନୋକ୍ରୋମାଟିକ୍‌ ଡ୍ରେସ୍‌କୁ ସେ ଧଳା ଶ୍ରଗ୍‌ ସହ କ୍ୟାରି କରିଥିଲେ । ଫାଲଗୁନୀ ଓ ଶେନ୍‌ ଡିଜାଇନର୍‌ ଯୋଡ଼ି ଏହି ଗାଉନ୍‌କୁ ଡିଜାଇନ୍‌ କରିଛନ୍ତି । ୨୦୦୨ ମସିହାରୁ ଐଶ୍ୱର୍ଯ୍ୟା ପ୍ରାୟ ସବୁ କାନ୍‌ ମହୋତ୍ସବରେ ସାମିଲ ହୋଇ ଆସୁଛନ୍ତି । ଐଶ୍ୱର୍ଯ୍ୟାଙ୍କ ସମେତ ଶୋଭିତା ଧୁଲିପାଲା, ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ ମଧ୍ୟ କାନ୍‌ ରେଡ୍‌ କାର୍ପେଟ୍‌ରେ ନଜର ଆସିଛନ୍ତି । ସେହିପରି କିଆରା ଆଡ଼ଭାନି, ଅଦିତି ରାଓ ହୈଦରୀ, ପ୍ରତୀକ ବବ୍ୱର ଓ ଛାୟା କଦମ ମଧ୍ୟ ଚଳିତ କାନ୍‌ ମହୋତ୍ସବରେ ଯୋଗ ଦେବେ । କାନ୍‌ର ରେଡ୍‌ କାର୍ପେଟ୍‌କୁ ବିଶ୍ୱର ସବୁଠୁ ବଡ଼ ଫ୍ୟାଶନ୍‌ ମଞ୍ଚ ବୋଲି କୁହାଯାଏ । ଏଠାରେ ଚାଲୁଥିବା ସେଲିବ୍ରିଟି ଫିଲ୍ମ ପ୍ରମୋସନ୍‌ ସହିତ ନୂଆ ଡିଜାଇନର୍‌ଙ୍କ ପୋଷାକ ପ୍ରଦର୍ଶନ କରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.