ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଶିଳ୍ପା ଶେଟ୍ଟୀଙ୍କ ହାତ ଧରିଲେ ଅକ୍ଷୟ କୁମାର, ଭାଇରାଲ ହେଲା ଭିଡ଼ିଓ

Published By : Gurupada Nath | March 4, 2025 5:56 PM

ମୁମ୍ବାଇ, ୪/୩ :   ଅକ୍ଷୟ କୁମାର ଏବଂ ଶିଳ୍ପା ସେଟ୍ଟୀଙ୍କ ଲଭ୍ ଅଫାୟର ବିଷୟରେ କାହାକୁ ଜଣା ନାହିଁ । କିନ୍ତୁ ତାଙ୍କ ଲଭ୍ ଷ୍ଟୋରୀ ଅଧିକ ଚାଲି ପାରିନଥିଲା ଏବଂ ଉଭୟ ଅଲଗା ହୋଇଯାଇଥିଲେ ଓ ଉଭୟ ନିଜ ଜୀବନରେ ଆଗକୁ ବଢିଥିଲେ । ଏବେ ଅକ୍ଷୟ ଏବଂ ଶିଳ୍ପାଙ୍କୁ ଗୋଟିଏ ସାଥିରେ ଦେଖାଯାଇଛି । ଉଭୟ ଷ୍ଟେଜରେ ନିଜ ଡ୍ୟାନ୍ସରେ ନିଆଁ ଲଗାଇଛନ୍ତି । 

ଅକ୍ଷୟ ଏବଂ ଶିଳ୍ପା ନିକଟରେ ଏକ ଆଓ୍ବାର୍ଡ଼ ଫକ୍ଶନରେ ଯୋଗଦେଇଥି‌ଲେ । ଏହି ସମୟରେ ଉଭୟେ ହ୍ବାଇଟ୍ କଲରର ଆଉଟଫିଟରେ ଦେଖାଯାଇଛନ୍ତି । ଶିଳ୍ପା ହ୍ବାଇଟ୍ କଲରର ଶାଢୀରେ ଦେଖାଯାଉଛନ୍ତି । ସେହିଭଳି ଅକ୍ଷୟ ହ୍ବାଇଟ କଲରର ସୁଟରେ ଦେଖାଯାଉଛନ୍ତି । ଉଭୟେ ଷ୍ଟେଜରେ ଗୀତ ଚୁରା କେ ଦିଲ ମେରାରେ ଠୁମକା ଲଗାଇଥିଲେ । ଫିଲ୍ମରେ ଶିଳ୍ପା ଏବଂ ଅକ୍ଷୟ ସାଥିରେ ଏହି ଗୀତରେ ନଜର ଆସିଥିଲେ । ଉଭୟଙ୍କ ଏନର୍ଜୀ ଫ୍ୟାନ୍ସଙ୍କୁ ଦିଓ୍ବାନା କରିଦେଇଛି । ଅକ୍ଷୟ ଶିଳ୍ପାଙ୍କ ହାତ ଧରି ଡ୍ୟାନ୍ସ କରିଥିଲେ । 

ପ୍ରକାଶ ଯେ, ଶିଳ୍ପା ଏବଂ ଅକ୍ଷୟଙ୍କ ସାଥିରେ ବହୁ ଫିଲ୍ମରେ କାମ କରିଥିଲେ । ସେ ଫିଲ୍ମରେ ଖିଲାଡ଼ି ତୁ ଅନାଡ଼ି, ଇଂସାଫ, ଧଡ଼କନ, ଜାନଓ୍ବର ଭଳି ଫିଲ୍ମରେ ଏକାସାଥିରେ ଦେଖାଯାଇଛନ୍ତି । ଶିଳ୍ପା ଏବଂ ଅକ୍ଷୟଙ୍କ ଲଭଲାଇଫର କଥା ଯଦି ଆମେ କହିବା ତେବେ ୯୦ଦଶକରେ ଉଭୟଙ୍କ ଲଭ୍ ଅଫାୟର ଚର୍ଚ୍ଚାରେ ଥିଲା । ୧୯୯୪ରେ ଫିଲ୍ମରେ ଖିଲାଡ଼ୀ ତୁ ଅନାଡ଼ୀ ସମୟରେ ଉଭୟଙ୍କ ଭେଟ ହୋଇଥିଲା । ଏହାପରେ ତାଙ୍କ ଅଫାୟର ଚାଲିଥିଲା । ଉଭୟେ ୩ବର୍ଷ ପର୍ଯ୍ୟନ୍ତ ରିଲେଶନଶିପରେ ଥିଲେ । କିନ୍ତୁ ପରେ ଉଭୟଙ୍କ ରାସ୍ତା ଭିନ୍ନ ହୋଇଥିଲା ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.