ଭୁବନେଶ୍ୱର ୦୯/୦୮: ଫୁସ୍ଫୁସ୍ ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଯଦି ଫୁସ୍ଫୁସ୍ ଠିକ୍ ନଥାଏ, ତେବେ ଶ୍ୱାସପ୍ରଶ୍ୱାସରେ ସମସ୍ୟା ଆସିଥାଏ । ଫୁସ୍ଫୁସର ସବୁଠାରୁ ବଡ଼ ରୋଗ ହେଲା ପଲ୍ମୋନାରୀ ଏଡିମା । କଥିତ ଭାଷାରେ ଏହାକୁ କୁହାଯାଏ ଫୁସ୍ଫୁସ୍ରେ ପାଣି ଜମିବା । ଏହି ରୋଗ ହେବା ଦ୍ୱାରା ଶରୀରରେ ଅମ୍ଲଜାନର ଅଭାବ ଦେଖା ଦେଇଥାଏ । ଫଳରେ ନିଶ୍ୱାସ ନେବାରେ ସମସ୍ୟା ଆସିଥାଏ । ଅନେକ ସମୟରେ ଏହି ରୋଗ ଆମ ଶରୀର କେତେକ ସଙ୍କେତ ଦେଇଥାଏ । କିନ୍ତୁ ସଚେତନତା ଅଭାବରୁ ଲୋକମାନେ ଏହାକୁ ଅଣଦେଖା କରିଥାନ୍ତି । ଚାଲନ୍ତୁ ଜାଣିବା ଫୁସ୍ଫୁସ୍ରେ ପାଣି ଭରିବା ପରେ ଶରୀରରେ କି କି ଲକ୍ଷଣ ପ୍ରକାଶ ପାଇଥାଏ । ବିଶେଷଜ୍ଞଙ୍କ ମତରେ ଫୁସ୍ଫୁସ୍ରେ ପାଣି ଜମିବାର ଅନେକ କାରଣ ରହିଥାଏ । ଯେପରିକି ନିମୋନିଆ, ରକ୍ତ ସଂକ୍ରମଣ, କିଡ୍ନୀ ଫେଲ୍, ଲିଭର୍ ସୋରିଓସିସ୍, ନିଶ୍ୱାସପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଓ ଔଷଧର ଓଭର ଡୋଜ୍ ଆଦି ।
ଲକ୍ଷଣ :
ହୃଦ୍ସ୍ପନ୍ଦନରେ ଅନିୟମିତତା, ଛେପରେ ଫେଣ ଆସିବା, ଶୋଇବା ସମୟରେ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା, ବିଚଳିତ ଲାଗିବା, ଛାତିରେ ଯନ୍ତ୍ରଣା, ତ୍ୱଚା ହଳଦିଆ ଦେଖାଯିବା, ଥକ୍କାପଣ ଓ ପାଦରେ ଯନ୍ତ୍ରଣା । ଯଦି ଶରୀରରେ ଏପରି ଲକ୍ଷଣମାନ ପ୍ରକାଶ ପାଉଥାଏ, ତେବେ ଡାକ୍ତର ପରାମର୍ଶ ନିଶ୍ଚୟ ନିଅନ୍ତୁ । ପରାମର୍ଶ କ୍ରମେ ପରୀକ୍ଷାନୀରିକ୍ଷା କରିବା ସହ ଚିକିତ୍ସା କରିବା ଉଚିତ୍ । ଡାକ୍ତର ଇଲୋକ୍ଟ୍ରେଲାଇଟ୍ସ, କିଡ୍ନୀ ଫଙ୍କସନ୍, ଲିଭର ଫଙ୍ଗସନ୍, ବ୍ଲଡ୍ କାଉଣ୍ଟ ଟେଷ୍ଟ କରିବା ସହ ଏକ୍ସରେ ଓ ଅଲଟ୍ରାସାଉଣ୍ଡ ଆଦି କରିବା ପାଇଁ ପରାମର୍ଶ ଦେଇଥାନ୍ତି ।