ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରିଲିଜ୍‌ ପୂର୍ବରୁ ‘ପୁଷ୍ପା -୨’ ର ଧମାକା , ଗୋଟିଏ ଝଟକାରେ ୫୦୦ କୋଟି ଟଙ୍କା ଆୟ

ମୁମ୍ୱାଇ : ଅଲ୍ଲୁ ଅର୍ଜୁନଙ୍କର ପୁଷ୍ପା-୨ କୁ ଲୋକେ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ବୋଧହୁଏ ଏହି କାରଣ କି ମାର୍କେଟ୍‌ରେ ଉକ୍ତ ଫିଲ୍ମର ଡିମାଣ୍ଡ ଦିନକୁ ଦିନ ବଢି ଚାଲିଛି। କିଛି ଦିନ ପୂର୍ବେ ଖବର ଆସିଥିଲା କି, ରବିନା ଟଣ୍ଡନଙ୍କ ସ୍ୱାମୀ ଅନିଲ ଥଡାନୀ ପୁଷ୍ପା-୨ର ମେକର୍ସଙ୍କ ସହ ୨୦୦କୋଟି ଟଙ୍କାର ଡିଲ୍‌ ପୂରା କରିଛନ୍ତି। ସେପଟେ ଏବେ ଖବର ଆସୁଛି କି , ଓଟିଟି ପ୍ଲାଟଫର୍ମ ପୁଷ୍ପା-୨ ର ଡିଜିଟାଲ ରାଇଟ୍ସ ବହୁତ ମହଙ୍ଗା ଦାମ୍‌ରେ କିଣିଛି। 

ପିଙ୍କଭିଲାର ରିପୋର୍ଟ ଅନୁସାରେ, ଉତ୍ତର ଭାରତରେ ପୁଷ୍ପା-୨ କୁ ଫିଲ୍ମ ହଲ୍‌ ଯାଏ ପହଞ୍ଚିବାର ଦାୟିତ୍ୱ ଅନିଲ ଥଡାନୀ ଉଠାଇଛନ୍ତି। ଅନିଲ ଥଡାନୀ ୨୦୦ କୋଟି ଟଙ୍କାରେ ପୁଷ୍ପା-୨ ର ଡିଷ୍ଟ୍ରିବ୍ୟୁସନ ରାଇଟ୍ସ କିଣିଛନ୍ତି। ସେପଟେ ଏବେ ନେଟଫ୍ଲିକ୍ସ ୨୫୦ କୋଟି ଟଙ୍କାର ବେସ୍‌ ପ୍ରାଇଜ୍‌ରେ ପୁଷ୍ପା -୨ ର ଡିଜିଟାଲ ରାଇଟ୍ସ ନେଇଛି। 

କୁହାଯାଉଛି ଯେ, ଏହି ବେସ୍‌ ପ୍ରାଇଜ୍‌କୁ ୩୦୦ କୋଟି ଟଙ୍କା ଯାଏ ବୃଦ୍ଧି କରାଯାଇ ପାରେ। ଅର୍ଥାତ୍‌ ୫୦୦ କୋଟି ଟଙ୍କା ବଜେଟ୍‌ରେ ତିଆରି ପୁଷ୍ପା-୨ ରିଲିଜ୍‌ ପୂର୍ବରୁ ହିଁ ୪୫୦-୫୦୦ କୋଟି ଟଙ୍କାର ଆୟ କରି ପାରିଛି।

ପୁଷ୍ପା-୨ , କେଜିଏଫ୍‌-୨ର ରେକର୍ଡ ଭାଙ୍ଗି ପାରିନି । Siasatର ରିପୋର୍ଟ ମୁତାବିକ , ଆମାଜନ ପ୍ରାଇମ୍‌ ଭିଡ଼ିଓ କେଜିଏଫ-୨ ର ଡିଜିଟାଲ ରାଇଟ୍ସ ୩୨୦ କୋଟି ଟଙ୍କାରେ କିଣି ଥିଲା । ସେପଟେ ନେଟଫ୍ଲିକ୍ସ ଶାହରୁଖଙ୍କ ଯବାନର ରାଇଟ୍ସ ୨୫୦ କୋଟି ଟଙ୍କା ନେଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.