PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଅମିତ ଶାହଙ୍କ ସହ ଅଜିତ ଡୋଭାଲଙ୍କ ହାଇଲେଭଲ୍‌ ବୈଠକ, ଆତଙ୍କୀ ଲିଙ୍କ୍‌ରେ PFIର ବିଭିନ୍ନ ଆଡ୍ଡାରେ ଚଢାଉ ପରେ ସଜାଗ ଭାରତ ସରକାର

ନୂଆଦିଲ୍ଲୀ ୨୨/ ୦୯: ଦେଶର ବିଭିନ୍ନ ରାଜ୍ୟରୁ ୧୦୦ରୁ ଅଧିକ ପିଏଫ୍‌ଆଇ ଏଜେଣ୍ଟ ଗିରଫ ହେବାପରେ ଏବେ ଦେଶବ୍ୟାପୀ ଜୋରଧରିଛି ଚର୍ଚ୍ଚା । ପପୁଲାର୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (PFI)ର ଅଧ୍ୟକ୍ଷ ଓଏମ୍‌ଏ ସଲାମ୍‌ଙ୍କୁ ଏନଆଇଏ ଗୁରୁବାର ସକାଳୁ ଗିରଫ କରିବା ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଆତଙ୍କବାଦୀଙ୍କ ସହ ଲିଙ୍କ ଏବଂ ପାଣ୍ଠି ଯୋଗାଇବା ମାମଲାରେ ୧୦୦ରୁ ଉର୍ଦ୍ଧ୍ବ ପିଏଫ୍‌ଆଇ ସଦସ୍ୟଙ୍କ ଗିରଫ କରାଯାଇଛି । ଦିଲ୍ଲୀ PFI ମୁଖ୍ୟ ପରଭେଜ୍‌ ଅହମଦକୁ ମଧ୍ୟ ଗିରଫ କରାଯାଇଛି ।

PFI ଅଧ୍ୟକ୍ଷ ସଲାମ୍‌ ଗିରଫ ହେବା ପରେ ସ୍ଥିତି ବିଗିଡିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ, NIA ଡିଜି, ଗୃହ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ହାଇଲେଭଲ୍‌ ବୈଠକ କରିଛନ୍ତି ଶାହ । ବୈଠକରେ ଦେଶ ସୁରକ୍ଷା ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେଉଛି । ଏହା ସହିତ ଆଗକୁ ସ୍ଥିତି ଯେଭଳି ଅଧିକ ନବିଗିଡେ ସେ ନେଇ ମଧ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ସୂଚନାଯୋଗ୍ୟ, ବୁଧବାର ମଧ୍ୟରାତ୍ରୀରେ ଦେଶର ୧୦ ରାଜ୍ୟରେ ଘମାଘୋଟ ଚଢାଉ କରିଥିଲେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଭାରତର ଉଗ୍ରବାଦୀ ସଂଗଠନ ପପୁଲାର୍‌ ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI)ର ୧୦୦ରୁ ଉର୍ଦ୍ଧ୍ବ ସଦସ୍ୟ ଏବଂ ତାଙ୍କର ସହଯୋଗୀମାନଙ୍କୁ ଗିରଫ କରାଯାଇଥିଲା । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲନାଡୁ ସମେତ ଅନ୍ୟ କିଛି ରାଜ୍ୟରେ ଚଢାଉ କରିଥିଲା NIA ଏବଂ ED।

NIA ଏବଂ ED ପକ୍ଷରୁ ଏହା ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । କାରଣ ଏହା ପୂର୍ବରୁ ଆତଙ୍କୀ ଲିଙ୍କ୍‌ ମାମଲାରେ ଏତେ ସଂଖ୍ୟକ ବ୍ୟକ୍ତିଙ୍କୁ ଏକାସଙ୍ଗେ କେବେ ଗିରଫ କରାଯାଇ ନାହିଁ । ଗିରଫ ଅଭିଯୁକ୍ତମାନେ ବିଭିନ୍ନ ସମୟରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା, ତାଲିମ ଶିବିର କରିବା ଏବଂ ଲୋକମାନଙ୍କୁ ତାଙ୍କ ସଂଗଠନ ସହ ସାମିଲ କରିବା ପାଇଁ ପ୍ରବର୍ତ୍ତାଇବା ଭଳି କାର୍ଯ୍ୟରେ ଲିପ୍ତ ଥିଲେ । ଏପରିକି ଗିରଫ ମାନଙ୍କ ମଧ୍ୟରୁ କିଛି ଅଭିଯୁକ୍ତ ଆତଙ୍କୀ ସହ ସିଧାସଳଖ ଲିଙ୍କରେ ଥିବା ଏବଂ ଭାରତର ଗୁପ୍ତ ତଥ୍ୟ ପ୍ରଦାନ କରୁଥିବା ମଧ୍ୟ ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା ।

ସୂଚନାଥାଉକି, ଚଢାଉରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA)ର ପ୍ରାୟ ୨୦୦ରୁ ଅଧିକ ସଦସ୍ୟ ସାମିଲ ଥିଲେ । ବିଶେଷ କରି ଚରମପନ୍ଥୀମାନଙ୍କ ବାସଭବନ, କାର୍ଯ୍ୟାଳୟ ଏବଂ ଟ୍ରେନିଂ କ୍ୟାମ୍ପ ଗୁଡିକରେ ଚଢାଉ କରାଯାଇଥିଲା । ଏହି ସମୟରେ କେରଳ ମାଲ୍ଲାପୁରମ ଜିଲ୍ଲା ମଞ୍ଜେରିରେ ରହୁଥିବା PFI ଲିଡର୍‌ OMA ସଲାମର ଘର ସମେତ ପିଏଫଆଇ କାର୍ଯ୍ୟାଳୟରେ ବୁଧବାର ମଧ୍ୟରାତ୍ରୀରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ବର୍ତ୍ତମାନ ମଧ୍ୟ କିଛି ସ୍ଥାନରେ ରେଡ୍‌ ଜାରି ରହିଥିବା ସୂଚନା ମିଳିଛି । ତେବେ କେନ୍ଦ୍ରୀୟ ତଦନ୍ତ ସଂସ୍ଥାଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି OMA ସଲାମର ବାସଭବନ ବାହାରେ ତାର କିଛି ସମର୍ଥକ ଧାରଣା ଦେଇଥିଲେ ।

କେବଳ କେରଳର ପ୍ରାୟ ୫୦ରୁ ଅଧିକ ସ୍ଥାନରେ ଏକକାଳୀନ ରେଡ୍‌ କରାଯାଇଥିବା କହିଛି ପିଏଫଆଇର ରାଜ୍ୟ ସମ୍ପାଦକ ଏ ଅବଦୁଲ ସତ୍ତାର । ପିଏଫଆଇର ରାଜ୍ୟ କମିଟି କାର୍ଯ୍ୟାଳୟରେ ମଧ୍ୟ ଛାପା ମାରିଛି ଏନ୍ଆଇଏ । ସୂଚନାଯୋଗ୍ୟ ଯେ, ଗତ କିଛିଦିନ ମଧ୍ୟରେ ଉଗ୍ରବାଦୀ ସଂଗଠନ ପିଏଫ୍‌ଆଇ ବିରୁଦ୍ଧରେ ପ୍ରାୟ ୧୫ରୁ ଉର୍ଦ୍ଧ୍ବ ମାମଲା ରୁଜୁ ହୋଇସାରିଛି । ସେହି ଆଧାରରେ ଏବେ ଏହି ସଂସ୍ଥାର ମୁଖିଆ, କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ସ୍ଥାନରେ ଚଢାଉ କରାଯାଇଥିଲା । ଏନଆଇଏର ପ୍ରାୟ ୨୩ଟି ଟିମ୍‌ ଲଗାତାର ଭାବେ ନିଜାମାବାଦ, କୁର୍ଣ୍ଣୋଲ୍, ଗୁଣ୍ଟୁର ଏବଂ ନେଲୋରରେ ସର୍ଚ୍ଚ ଅପରେସନ କରିଥିଲେ ।

ସମ୍ବନ୍ଧିତ ଖବର