ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫଡ଼ନାବିସଙ୍କ ଇସ୍ତଫା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଶାହ

ନୂଆଦିଲ୍ଲୀ,୮/୬:  ବିଜେପିର ଖରାପ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ। ନୈତିକତା ଦୃଷ୍ଟିରୁ  ସେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହିଛନ୍ତି ଏବଂ ସେ ତାଙ୍କର ଏହି ନିଷ୍ପତ୍ତିରେ ଅଟଳ ରହିଛନ୍ତି। ତେବେ ଫଡ଼ନାବିସଙ୍କର ଏଭଳି ନିଷ୍ପତ୍ତି ପରେ ତାଙ୍କୁ ଅନେକ ନେତା ବୁଝାଇବାକୁ ଚେଷ୍ଟା କରିଥିବା ବେଳେ ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫଡ଼ନାବିସଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କୁ ସରକାରରେ କାର୍ଯ୍ୟ ଜାରି ରଖିବା ପାଇଁ କହିଛନ୍ତି।

ସୂଚନା ମୁତାବକ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡ଼ନାବିସ ହେଉଛନ୍ତି ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ଗୋଷ୍ଠୀର ଶିବସେନା । ଏଥିସହ ଅଜିତ ପାୱାର ଗୋଷ୍ଠୀର ଏନସିପି ସରକାରର ଏକ ଅଂଶ। ଅବିଭାଜିତ ଶିବସେନା ଏବଂ ବିଜେପି ୨୦୧୯ରେ ମହାରାଷ୍ଟ୍ରରେ ୪୮ ଆସନରୁ ୪୧ ଆସନରେ ଜିତିଥିଲେ। କିନ୍ତୁ ନୂଆ ମେଣ୍ଟ ମାତ୍ର ୧୭ ଆସନରେ ଜିତିପାରିଛି। ଅନ୍ୟପ‌କ୍ଷେ କଂଗ୍ରେସ, ଶିବସେନା ଏବଂ ଏନସିପି ମହ‌ା ବିକାଶ ଅଘାଡ଼ି ୩୦ ଲୋକସଭା ଆସନ ଜିତିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.