PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

କରଜ ସୁଝିବାକୁ ଅନିଲ ଅମ୍ବାନୀଙ୍କ ପ୍ରୟାସ, ବିକ୍ରି କରିବେ ଏହି ସବୁ କମ୍ପାନୀ

ମୁମ୍ବାଇ,୩/ ୧୧: ରିଲିୟାନ୍ସ ଗ୍ରୁପର ଚେୟାରମ୍ୟାନ୍‌ ଅନିଲ ଅମ୍ବାନୀ ଏବେ ଆଉ ଏକ ବିଜନେସ୍‌ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନିଲ ଅମ୍ବାନୀ ଏବେ ରିଲିୟାନ୍ସ କ୍ୟାପିଟାଲ ଲିମିଟେଡ କମ୍ପାନୀର ସହାୟକ ରିଲିୟାନ୍ସ ଜେନେରାଲ ଇନସୁରାନ୍ସ ଓ ରିଲିୟାନ୍ସ ନିପୋ ଲାଇଫ୍‌ ଇନସୁରାନ୍ସକୁ ବିକ୍ରି କରିବା ପାଇଁ ଟେଣ୍ଡର ଡାକିଛନ୍ତି। ଅନିଲ ଅମ୍ବାନୀ ଏହି କମ୍ପାନୀକୁ ବିକ୍ରି କରି ୨୦ ହଜାର କୋଟି ଟଙ୍କା ଏକାଠି କରିବାର ଆଶା ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଏହି କମ୍ପାନୀ ପାଇଁ ଅକ୍ଟୋବର ୩୧ ତାରିଖ ଏକ୍ସପ୍ରେଶନ୍‌ ଅଫ୍‌ ଇଣ୍ଟରେଷ୍ଟ ମାଗିବାର ନିଷ୍ପତ୍ତି ନିଆଯାଇଥିଲା। ଏହି କମ୍ପାନୀକୁ ବିକ୍ରି କରି ରିଲିୟାନ୍ସ କ୍ୟାପିଟାଲ ଲିମିଟେଡ ଉପରେ ଥିବା କରଜକୁ ସୁଝିବାକୁ ଚେଷ୍ଟା ଜାରି ରଖିଛନ୍ତି।

ଅନୀଲ ଅମ୍ବାନୀ ଯେଉଁ କମ୍ପାନୀ ବିକ୍ରି କରିବା ପାଇଁ ଟେଣ୍ଡର ଡାକିଛନ୍ତି ସେମଧ୍ୟରେ ରିଲିୟାନ୍ସ ଜେନେରାଲ ଇନସରୁନାସ୍, ରିଲିୟାନ୍ସ ନିପ୍ପୋନ ଲାଇଫ୍‌ ଇନସ୍ୟୁରାନ୍ସ କମ୍ପାନୀ, ରିଲିୟାନ୍ସ ସିକ୍ୟୁରିଟି, ରିଲିୟାନ୍ସ ଫଇନାନଶିଆଲ ଲିମିଟେଡ ଓ ରିଲିୟାନ୍ସ ରିକଣ୍ଟ୍ରରକସନ୍‌ ଲିମିଟେଡ ରହିଛି। ସୂଚନା ମୁତାବିକ ଏହି ପୁରା ପ୍ରକ୍ରିୟା ଆଇଟିସିଏଲ୍‌ ଇଣ୍ଡିଆ ଲିମିଟେଡ ପକ୍ଷରୁ କରାଯାଉଛି। ଯାହାପାଖରେ ୯୩ ପ୍ରତିଶତ ସେୟାର ଅଛି।