ପ୍ରମୂଖ ଖବର
  • ଜୁଲାଇ ୨୨ରେ ସଂସଦର ବଜେଟ ଅଧିବେଶନ, ୨୧ରେ ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ
  • ||
  • ବଲାଙ୍ଗୀର:ଓଲଟିଲା ପରିବା ବୋଝେଇ ପିକଅପ ଗାଡି, ଜଣେ ଗୁରୁତର ୫ ଆହତ
  • ||
  • ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଦଳ ଘୋଷଣା, ଟି-ଟ୍ୱେଣ୍ଟି ଅଧିନାୟକ ମୁଖ୍ୟ ଦାବିଦାର ସୂର୍ଯ୍ୟକୁମାର ଯାଦବ
  • ||
  • ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା: ଆସନ୍ତା ୨୧ରୁ ୩୧ ତାରିଖ ଯାଏଁ ଚାଲିବ
  • ||
  • ସୁନାବେଶରେ ଦର୍ଶନ ଦେବେ ବ୍ରହ୍ମାଣ୍ଡନାଥ,୧୩୮ ପ୍ରକାର ରତ୍ନଖଚିତ ଅଳଙ୍କାର ଲାଗି ହେବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବର୍ଷାରେ ଭିଜିବ ଓଡ଼ିଶା, ଆଗାମୀ ୪ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି, ଶୁକ୍ରବାର ପୁଣି ଲୁଘଚାପ
  • ||

ମହିଳାଙ୍କ ପାଦରୁ ପାଉଁଜି ଖୋଲିଲାବେଳେ ଧରାପଡ଼ିଲା ଚୋର, ଉତ୍ତମ ମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ପରିବାରଲୋକ

ପୁରୀ ୧୦/୧୧: ଦମ୍ପତି ଶୋଇଥିବାବେଳେ ଘରେ ପଶିଲା ଚୋର । ମହିଳାଙ୍କ ବେକରୁ ମଙ୍ଗଳସୂତ୍ର କାଟି ନେଇ ପାଦରୁ ପାଉଁଜି  ଖୋଲିବା ବେଳେ ହାଠାତ୍‌ ତାଙ୍କ ସ୍ୱାମୀଙ୍କ ନିଦ ଭାଙ୍ଗିଗଲା । ସାମ୍ନାରେ ଚୋରକୁ ଦେଖି ଚିତ୍କାର କରିବା ପରେ ଘେରିଗଲେ ପରିବାର  ଲୋକେ । ଶେଷରେ ଚୋର ଧରାପଡ଼ିଲା । ଏନେଇ ସମୁଦ୍ର କୂଳ ଥାନାରେ ଅଭିଯୋଗ ହୋଇଥିବାବେଳେ ପୁଲିସ  ଚୋରି ମାମଲା ରୁଜୁ କରି ଅଭିଯୁକ୍ତକୁ ବାନ୍ଧିଛି । ସେ ହେଲା ଧୋବାଖାଲ ତାରିଣୀ  ବସ୍ତିର ପି.ସୁରେଶ (୨୩) । ତା’ ଠାରୁ ମଙ୍ଗଳସୂତ୍ର, ପାଉଁଜି ଓ ଏକ ମୋବାଇଲ୍‌ ଜବତ କରିଛି ପୁଲିସ । ଏତଲାକାରୀ ହେଲେ ଦମ୍ପତିଙ୍କ ପୁଅ ପେଣ୍ଠକଟାର  ୱାଇ.ଆପଲା ରାଜୁ (୩୨) । 

ଅଭିଯୋଗ ହୋଇଛି ଯେ, ବୁଧବାର ରାତିରେ ପରିବାର ଲୋକେ ଶୋଇଯିବା ପରେ ଘରେ ପଶିଥିଲା ସୁରେଶ । ଆପଲାଙ୍କ ବାପାମା’ ଶୋଇଥିବା ଘରେ ପଶି  ସୁରେଶ ଚୋରି କରିଥିଲା । ପ୍ରଥମେ ଏକ ମୋବାଇଲ୍‌ ଚୋରି କରିବା ପରେ ତାଙ୍କ  ମା’ଙ୍କ ବେକରୁ ମଙ୍ଗଳସୂତ୍ର କାଟି ନେଇଥିଲା । ପରେ ମା’ଙ୍କ ଗୋଟିଏ ପାଦରୁ  ପାଉଁଜି ଖୋଲିଥିଲା । ଅନ୍ୟ ପାଦରୁ ପାଉଁଜି ଖୋଲିବାବେଳେ ଶବ୍ଦ ହୋଇଥିଲା । ଏଥିରେ ତାଙ୍କ ବାପାଙ୍କ ନିଦ ଭାଙ୍ଗି ଯାଇଥିଲା । ସୁରେଶକୁ ଘରେ ଭିତରେ ଚୋରି  କରୁଥିବା ଅବସ୍ଥାରେ ଦେଖି ଆପଲାଙ୍କ ବାପା ୱାଇ.ଜଗନ୍ନାଥମ୍‌ ଚିତ୍କାର କରିଥିଲେ । ଏହି ସମୟରେ ଚୋରି ଜିନିଷ ଧରି ଦୌଡ଼ିଥିଲା ସୁରେଶ । ଚିତ୍କାର ଶୁଣି ପରିବାର  ଲୋକେ ଉଠିପଡ଼ି ତାକୁ ଗୋଡ଼ାଇଥିଲେ । ସୁରେଶକୁ କାବୁ କରିଥିଲେ ଆପଲା ।  ପରେ ପୁଲିସ ଜିମା ଦେବା ସହ ଲିଖିତ ଅଭିଯୋଗ କରିଥିଲେ ଆପଲା । ସୁରେଶକୁ  ଗୁରୁବାର ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ପୁଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.