ପ୍ରମୂଖ ଖବର
  • କୋଣାର୍କ : ୨ ବେଆଇନ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ବରଗଡ ମୁଖ୍ୟ କାରାଗାରରେ ଅଘଟଣ, ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • ସୁନ୍ଦରଗଡ଼ : ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ, ଯୁବକ ମୃତ
  • ||
  • ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରଦବ ପରେ ଜଳକ୍ରୀଡା, ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼
  • ||
  • କୋରାପୁଟ : ସ୍କୁଟି ଉପରେ ଚଢିଗଲା ଟ୍ରକ୍‌; ଜଣେ ମୃତ, ଜଣେ ଆହତ
  • ||
  • ବଣାଇ : ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ
  • ||
  • ଦଶମଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ୬.୫%ରେ ହିଁ ରେପୋ ରେଟ୍ ସ୍ଥିର
  • ||
  • ଚାନ୍ଦବାଲି : ମଦ୍ୟପଙ୍କ ଆତ୍ମହତ୍ୟା ଉଦ୍ୟମ, ପଚାଶ ଫୁଟ ବିଜୁଳି ଖୁଣ୍ଟିରୁ ଜଳି ଜଳି ତଳକୁ ଖସିଲେ ଯୁବକ
  • ||
  • ଖୋର୍ଦ୍ଧା : ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ, ୨ ଗୁରୁତର
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଧାମନଗର ଓ ଦୋବଲରୁ ହଟିଲା ୧୬୩ ଧାରା
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଶ୍ରୀଲଙ୍କା ଟକ୍କର, ଏସିଆ କପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ, ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଲମତାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଫୋକସ୍‌ରେ ବିସ୍ଫୋରକ ବ୍ୟାଟିଂ, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଖଲ୍ଲିକୋଟ : ୨ ମାସ ପରେ ମିଳିଲା ଚୋରି ସୁନା, ସୁନା ଜବତ କରି ମାଲିକକୁ ହସ୍ତାନ୍ତର କଲା ପୋଲିସ
  • ||
  • ଆଜି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବାରିପଦାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା: ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ
  • ||

ଏଥର ଚକିତ କରିବ ରିଙ୍ଗ୍ ଅଫ୍‌ ଫାୟାର୍‌, ଜାଣନ୍ତୁ ଭାରତରେ କେଉଁଠି ଦୃଶ୍ୟମାନ ହେବ ବଳୟାକାର ସୂର୍ଯ୍ୟପରାଗ

ନୂଆଦିଲ୍ଲୀ ,୨୧/୦୯: ଅକ୍ଟୋବର ୨ରେ ବଳୟାକାର ସୂର୍ଯ୍ୟପରାଗ । ଚନ୍ଦ୍ର ଦ୍ୱାରା ସୂର୍ଯ୍ୟ ଆଂଶିକ ଭାବେ ଆଚ୍ଛାଦିତ ହେବେ । ଭାରତ ଏହି ସୂର୍ଯ୍ୟପରାଗ ଆଂଶିକ ଭାବେ ଦୃଶ୍ୟମାନ ହେବ । ସୂର୍ଯ୍ୟଙ୍କ ସାମ୍ନାକୁ ଚନ୍ଦ୍ର ଆସିବା ପରେ ଏକ ଅଗ୍ନି ବଳୟ ବା ରିଙ୍ଗ ଅଫ୍ ଫାୟାର ଦେଖିବାକୁ ମିଳିବ । ବିଶେଷକରି ଏହା ପ୍ରଶାନ୍ତ ମହାସାଗର, ଦକ୍ଷିଣ ଚିଲି ଏବଂ ଦକ୍ଷିଣ ଆର୍ଜେଣ୍ଟିନାର କିଛି ଭାଗରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଏହି ଅଞ୍ଚଳରେ ଲୋକେ ଚନ୍ଦ୍ରଙ୍କ ପ୍ରତିବିମ୍ୱକୁ ସୂର୍ଯ୍ୟଙ୍କର ଚତୁଃପାର୍ଶ୍ୱରେ ଏକ ଆକର୍ଷକ ବଳୟ ଦେଖିପାରିବେ । ଏହିସବୁ ସ୍ଥାନକୁ ଛାଡ଼ି ବାକି ଅଞ୍ଚଳରେ ଆଂଶିକ ବଳୟ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । 

ବଳୟାକାର ସୂର୍ଯ୍ୟପରାଗ କ’ଣ ?

ସାଧାରଣତଃ ପୃଥିବୀ ଚାରିପାଖରେ ଚନ୍ଦ୍ର ପରିକ୍ରମା କରିଥାଏ । ସୂର୍ଯ୍ୟ-ଚନ୍ଦ୍ର-ପୃଥିବୀ ଏକ ସରଳରେଖାରେ ରହିଲେ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଥାଏ । ହେଲେ ବଳୟାକାର ସୂର୍ଯ୍ୟପରାଗରେ ପୃଥିବୀ ଠାରୁ ଚନ୍ଦ୍ରର ଦୂରତା ବଢିଯାଇଥାଏ ଏବଂ ଏହା ନିଜ ଆକାର ଠାରୁ ଆହୁରି କ୍ଷୁଦ୍ର ଦେଖାଯାଏ । ସୂର୍ଯ୍ୟ ସାମ୍ନାରେ ଚନ୍ଦ୍ର ଆସିବା ପରେ ରହିବା ପରେ ସୂର୍ଯ୍ୟର ବାହାର ଅଂଶ ଚନ୍ଦ୍ରର ଚାରିପାଖରେ ଏକ ଅଗ୍ନିବଳୟ ଭଳି ଦୃଶ୍ୟମାନ ହୋଇଥାଏ । 

ସୂର୍ଯ୍ୟପାରଗର କେତେ ପ୍ରକାର;

ସୂର୍ଯ୍ୟପରାଗ ମୁଖ୍ୟତଃ ଚାରି ପ୍ରକାର ଭାବେ ଦୃଶ୍ୟମାନ ହୋଇଥାଏ । ସଂପୂର୍ଣ୍ଣ ସୂର୍ଯ୍ୟପରାଗ, ଆଂଶିକ ସୂର୍ଯ୍ୟପରାଗ, ବଳୟାକାର ସୂର୍ଯ୍ୟପରାଗ ଏବଂ ହାଇବ୍ରିଡ୍ ସୂର୍ଯ୍ୟପରାଗ । 

ସଂପୂର୍ଣ୍ଣ ସୂର୍ଯ୍ୟପରାଗ କ’ଣ ?

ସୂର୍ଯ୍ୟ-ଚନ୍ଦ୍ର-ପୃଥିବୀ ଗୋଟିଏ ସରଳରେଖାରେ ଏବଂ ଅତି ନିକଟରେ ଥିଲେ ପୂର୍ଣ୍ଣ-ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଥାଏ । ଏହି ସମୟରେ ଚନ୍ଦ୍ରର ବ୍ୟାସ ବଡ଼ ହୋଇଥାଏ। ଫଳରେ ସୂର୍ଯ୍ୟକୁ ଚନ୍ଦ୍ରର ବ୍ୟାସ ସମ୍ପୂର୍ଣ୍ଣ ଭାବେ ଆଚ୍ଛାଦିତ କରିଥାଏ ଏବଂ ପୃଥିବୀ ପୃଷ୍ଠରେ ଅନ୍ଧକାର ଉତ୍ପନ୍ନ ହୋଇଥାଏ । ଏହାକୁ ବିଜ୍ଞାନରେ ପୂର୍ଣ୍ଣ ସୂର୍ଯ୍ୟପରାଗ ବୋଲି କୁହାଯାଏ । 

ଆଂଶିକ ସୂର୍ଯ୍ୟପରାଗ କ’ଣ ?

ଚନ୍ଦ୍ର ସୂର୍ଯ୍ୟକୁ ଆଂଶିକ ଭାବରେ ଘୋଡାଇବା ଦ୍ୱାରା, ଆଂଶିକ ସୂର୍ଯ୍ୟପରାଗ ହୋଇଥାଏ । ଏହି ସମୟରେ ଅସମ୍ପୂର୍ଣ୍ଣ ଶ୍ରେଣୀବଦ୍ଧତା ହେତୁ ଏକ ସଂକୀର୍ଣ୍ଣ ବକ୍ର ଆକୃତିର ଉତ୍ପନ୍ନ ହୋଇଥାଏ । ଏହାକୁ ବିଜ୍ଞାନରେ ଆଂଶିକ ସୂର୍ଯ୍ୟପରାଗ ବୋଲି କୁହାଯାଏ । 

ବଳୟାକାର ସୂର୍ଯ୍ୟପରାଗ କ’ଣ ?

ଯେଉଁ ସମୟରେ ସୂର୍ଯ୍ୟ-ଚନ୍ଦ୍ର-ପୃଥିବୀ ଗୋଟିଏ ସରଳରେଖାରେ ଅବସ୍ଥିତ ହୁଅନ୍ତି ଏବଂ ଚନ୍ଦ୍ରର ବ୍ୟାସ ସୂର୍ଯ୍ୟଙ୍କ ତୁଳନାରେ ଛୋଟ ହୋଇଥାଏ, ସେତେବେଳେ ବଳୟାକାର ସୂର୍ଯ୍ୟପରାଗ ଦୃଶ୍ୟମାନ ହୁଏ । ଏହି ସମୟରେ ସୂର୍ଯ୍ୟାଲୋକ ଚନ୍ଦ୍ର ଚତୁଃପାର୍ଶ୍ୱରେ ଏକ ଅଗ୍ନି ବଳୟ ଭଳି ବା ରିଙ୍ଗ ଅଫ୍ ଫାୟାର ଦେଖାଯାଇଥାଏ । 

ହାଇବ୍ରିଡ୍  ସୂର୍ଯ୍ୟପରାଗ କ’ଣ ?

ଏହା ଏକ ଦୁର୍ଲଭ ପ୍ରକାରର ଗ୍ରହଣ । ଏହି ସୂର୍ଯ୍ୟପରାଗ ବେଳେ ପୃଥିବୀର କିଛି ଭାଗରେ ସମ୍ପୂର୍ଣ୍ଣ ପରାଗ ଏବଂ କିଛି ଅଂଶରେ ବଳୟାକାର ସୂର୍ଯ୍ୟପରାଗ ଦେଖିବାକୁ ମିଳିଥାଏ । ପୃଥିବୀର ଘୂର୍ଣ୍ଣନ୍ନ ପ୍ରକୃତି ପାଇଁ ଏପରି ହୋଇଥାଏ । ଏହି କାରଣରୁ ସୂର୍ଯ୍ୟପରାଗର ପ୍ରଭାବ ପରିବର୍ତ୍ତନ ହୋଇଥାଏ ।

ଚଳିତବର୍ଷର ସୂର୍ଯ୍ୟପରାଗ;

ଚଳିତବର୍ଷ ବଳୟାକାର ତଥା ଦୁର୍ଲଭ ସୂର୍ଯ୍ୟପରାଗ ଅକ୍ଟୋବର ୨ ତାରିଖରେ ଦୃଶ୍ୟମାନ ହେବ । ପୂର୍ବହ୍ଣ ୧୧ଟା ୪୨ମିନିଟ୍‌ରେ ଆରମ୍ଭଇ ୨ଟା ୪୫ମିନିଟରେ ଗ୍ରହଣ ନିଜର ଚରମସ୍ଥାନରେ ପହଞ୍ଚି ସୂର୍ଯ୍ୟର ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଂଶକୁ ଆଚ୍ଛାଦିତ କରିବ । ଏହି ସମୟରେ ଚନ୍ଦ୍ରର ଚାରିପାଖରେ ଏକ ନିଆଁର ବଳୟ ବା ରିଙ୍ଗ ଅଫ୍ ଫାୟାର ସୃଷ୍ଟି ହେବ ।

ଏହି ଅଗ୍ନି ବଳୟର ପ୍ରଭାବ;

ଏହି ଅଗ୍ନି ବଳୟ କେବଳ ବଳୟାକାର ପଥରରେ ଦେଖିବାକୁ ମିଳିବ । ଏହାର ଦୈର୍ଘ୍ୟ ୧୬୫ରୁ ୨୦୬ ମାଇଲ ରହିବ । ପ୍ରଶାନ୍ତ ମହାସାଗର, ଦକ୍ଷିଣ ଚିଲି ଏବଂ ଦକ୍ଷିଣ ଆର୍ଜେଣ୍ଟିନାର କିଛି ଅଂଶ ବଳୟାକାର ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଏହି ଅଞ୍ଚଳରେ ସୂର୍ଯ୍ୟ ୯୩ ପ୍ରତିଶତ ଚନ୍ଦ୍ର ଦ୍ୱାରା ଆଚ୍ଛାଦିତ ହେବେ । ତେବେ ଏହି ପଥର ବାହ୍ୟ ଅଂଶରେ ରହିଥିବା ଲୋକେ ଆଂଶିକ ଗ୍ରହଣ ଦେଖିବାର ସୁଯୋଗ ପାଇବେ ।

ଏହା ଭାରତରୁ ଦୃଶ୍ୟମାନ ହେବ କି ?

ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଟାଇମ ଅନୁଯାୟୀ, ଚଳିତବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଅକ୍ଟୋବର ୨ ତାରିଖର ରାତି ୯ଟା ୧୩ମିନିଟରୁ ଆରମ୍ଭ ହୋଇ ଏହାର ପରଦିନ ଅର୍ଥାତ୍ ଅକ୍ଟୋବର ୩ ତାରଖ ଭୋରୁ ୩ଟା ୧୭ମିନିଟରେ ସମାପ୍ତ ହେବ । ଯେହେତୁ ଭାରତରେ ଏହି ପରାଗ ରାତିରେ ହେବ, ତେଣୁ ଏହା ଭାରତରେ ଦୃଶ୍ୟମାନ ହେବନାହିଁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.