ନୂଆଦିଲ୍ଲୀ, ୯ ।୬ : ଜାତୀୟ ଶିକ୍ଷା ନୀତ ଅନ୍ତର୍ଗତ ଭାରତୀଯ ଶିକ୍ଷା ବ୍ୟବସ୍ଥାର ଆନ୍ତର୍ଜାତୀୟକରଣ ଦିଗରେ ଏକ ଐତିହାସିକ ସଫଳତା ମିଳିଛି । ବିଶ୍ବର ୩ଟି ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ଦିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ବର ତନୋଟି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା ୟୁନିଭର୍ସିଟ ଅଫ୍ ୟର୍କ, ୟୁନିଭର୍ସିଟ ଅଫ୍ ବ୍ରିଷ୍ଟଲ, ୟୁକେ ଏବଂ ୟୁନିଭର୍ସିଟ ଅଫ୍ ନ୍ୟୁ ସାଉଥ୍ ୱେଲ୍ସ, ଅଷ୍ଟ୍ରେଲିଆକୁ ଭାରତରେ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ  'ଲେଟର ଅଫ୍ ଆପ୍ରୁଭାଲ' ହସ୍ତାନ୍ତର କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିର ଦୂରଦୃଷ୍ଟିକୁ ସାକାର କରି ଭାରତ ଆଜି ବିଶ୍ବର ଅଗ୍ରଣୀ ବିଶ୍ବବିଦ୍ୟାଳୟଗୁଡିକୁ ନିଜ ଆଡକୁ ଆକର୍ଷିତ କରୁଛି । ଏହି ବିଶ୍ବସ୍ତରୀୟ ସହଭାଗିତା ଆମର ଆଗାମୀ ପତ୍ରର ଗବେଷକ, ଶିକ୍ଷାବିତ୍ ଏବଂ ନବସୃଜନକାରୀ ମାନଙ୍କୁ ଏକ ନୂଆ ଦିଗ୍ଦର୍ଶନ ଦେବ। ଏହି ୩ଟି ପ୍ରତିଶତ ଆନ୍ତର୍ଜାତୀୟ ବିଶ୍ଵବିଦ୍ୟାଳୟ ଭାରତୀୟ ଶିକ୍ଷା ବ୍ୟବସ୍ଥା ସହ ଯୋଡି ହେବା ଫଳରେ ଭାରତୀୟ ଛାତ୍ରଛାତ୍ରୀମାନେ ଦେଶରେ ରହି ବିଶ୍ଵସ୍ତରୀୟ ଶିକ୍ଷା ଗ୍ରହଣ କରିପାରିବେ।

ଏହି ଅନୁଷ୍ଠାନଗୁଡ଼ିକ ନିଜର ବୈଜ୍ଞାନିକ ଅନୁସନ୍ଧାନ, ଆନ୍ତଃ-ଶୃଙ୍ଖଳିତ ଶିକ୍ଷା ଏବଂ ଏକାଡେମିକ ଦକ୍ଷତା ମାଧ୍ଯମରେ ଭାରତର ଶିକ୍ଷା ଓ ଶିଳ୍ପ ଜଗତ ସହ ମଶି ଦୃଢ ସହଯୋଗ ସ୍ଥାପନ କରିବେ। ଏହି ପଦକ୍ଷେପ ଭାରତକୁ ବିଶ୍ବର ଏକ ପ୍ରମୁଖ ଜ୍ଞାନ, ଶିକ୍ଷା ଏବଂ ଇନୋଭେସନ ହବ୍ ଭାବରେ ପ୍ରତିଷ୍ଠିତ କରିବାରେ ସହାୟକ ହେବ।ଶିକ୍ଷା ମନ୍ତ୍ରଣାଳୟ ଏହି ସମସ୍ତ ଗ୍ଲୋବାଲ୍ ପାର୍ଟନରସିପ୍କୁ ସ୍ବାଗତ କରିବା ସହ ଭାରତରେ ଶିକ୍ଷାର ମାନକୁ ଆହୁରି ସମୃଦ୍ଧ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବ୍ରିଟିଶ୍ ହାଇକମିଶନର ଲିଣ୍ଡି କ୍ୟାମେରନ୍, ସମ୍ପୃକ୍ତ ବିଶ୍ବବିଦ୍ୟାଳୟଗୁଡ଼ିକର ବରିଷ୍ଠ ପଦାଧିକାରୀ, ଅଷ୍ଟ୍ରେଲିଆ ଏବଂ ବ୍ରିଟିଶ ହାଇକମିଶନର ପ୍ରତିନିଧ୍ ଏବଂ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆହୁରି ପଢନ୍ତୁ : ଗୃହରକ୍ଷୀଙ୍କ ଦୈନିକ ଭତ୍ତା ବଢିଲା , ୬୫୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ