ନୂଆଦିଲ୍ଲୀ,୦୪/୦୩; ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କିମ୍ବଦନ୍ତୀ କ୍ରିକେଟର୍ ସଚିନ୍ ତେନ୍ଦୁଲକର ପୁଅ ଅର୍ଜୁନ । ବନ୍ଧୁ ସାନିଆ ଚାନ୍ଦୋକଙ୍କୁ ଜୀବନସାଥୀ କରିବାକୁ ଯାଉଛନ୍ତି ଅର୍ଜୁନ ତେନ୍ଦୁଲକର । ଦୁହିଁଙ୍କର ବିବାହ ପାଇଁ ମେହେନ୍ଦୀ ଏବଂ ସଙ୍ଗୀତ ସେରିମନି ଆରମ୍ଭ ହୋଇଛି । ମୁମ୍ବାଇ ସ୍ଥିତ ବାସବଭନରେ ସଙ୍ଗୀତ-ମେହେନ୍ଦୀ ସେରିମନି ହୋଇଛି । ଅର୍ଜୁନ ଏବଂ ସାନିଆଙ୍କ ଲୁକ୍ ଜବରଦସ୍ତ ଦେଖାଯାଉଛି । ଏହି ସମାରୋହରେ ରବି ଶାସ୍ତ୍ରୀ, ଅଜିତ୍ ଅଗରକର, ଇର୍ଫାନ ପଠାନ, ୟୁନୁସ ପଠାନ, ଜାହିର ଖାନଙ୍କ ସମେତ ବହୁ ନାମିଦାମୀ ବ୍ୟକ୍ତିତ୍ୱ ସାମିଲ ହୋଇଛନ୍ତି । ଅର୍ଜୁନ-ସାନିଆଙ୍କ ସଙ୍ଗୀତ-ମେହେନ୍ଦୀର ଫଟୋ ଦେଖନ୍ତୁ ।