ଇସଲାମାବାଦ,୯।୮: ପାକିସ୍ତାନର ଜାଭେଲିନ୍ ଥ୍ରୋୟର ଅର୍ଶଦ ନଦୀମ କମନଓ୍ବେଲଥ୍ ଗେମ୍ସ ୨୦୨୨ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଅର୍ଶଦ ଭାରତୀୟ ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜଙ୍କଠାରୁ ଗୋଟିଏ ପାଦ ଆଗକୁ ଯାଇ ୯୦ ମିଟରରୁ ଲମ୍ବା ଥ୍ରୋ କରି ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେଭଳି ନୀରଜ ୮୯.୯୪ ମିଟରରୁ ଅଧିକ ଦୂରକୁ ଜାଭେଲିନ୍ ଫୋପାଡିଥିଲେ।
ଅର୍ଶଦ ନଦୀମ ଆହତ ପରେ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡାରେ ୯୦.୧୮ ମିଟର ଦୂରକୁ ଜାଭେଲିନ୍ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେଭଳି ନୀରଜ ଚୋପ୍ରାଙ୍କ ସ୍ବପ୍ନ ୯୦ ମିଟର ଦୂରକୁ ଜାଭେଲିନ୍ ଥ୍ରୋ କରିଥିଲେ। କିନ୍ତୁ ନଦୀମଙ୍କ ଏକ ବୟାନରୁ ତାଙ୍କର ପାଇଁ ସାମାନ୍ୟ ଅସୁବିଧା ସୃଷ୍ଟି କରିଛି। ନଦୀମ କହିଛନ୍ତି, କମନଓ୍ବେଲଥ୍ରେ ୯୫ ମିଟର ଦୂରକୁ ଜାଭେଲିନ୍ ଫୋପାଡିବାକୁ ଚାହୁଁଥିଲେ, କିନ୍ତୁ ଆଘାତ କାରଣରୁ ଏଭଳି ହୋଇପାରିନଥିଲା।ଯଦି ନଦୀମଙ୍କ ନୂଆ ଟାର୍ଗେଟ ଓ୍ବାର୍ଲ୍ଡ ରେକର୍ଡ ଭାଙ୍ଗିଦିଏ, ତେବେ ନୀରଜଙ୍କ ପାଇଁ ଆଗକୁ ବହୁତ ବଡ ଚ୍ୟାଲେଞଜ ରହିଛି।
ଉଲ୍ଲେଖନୀୟ ଯେ, ଜାଭେଲିନ୍ରେ ଓ୍ବାର୍ଲ୍ଡ ରେକର୍ଡ ଜର୍ମାନୀର ଜାନ ଜେଲେଞ୍ଜନିଙ୍କ ନାମରେ ରହିଛି, ଯିଏକି ୨୫ ମଇ ୧୯୯୬ ରେ ୯୮.୪୮ ମିଟର ଦୂରକୁ ଜାଭେଲିନ୍ ଥ୍ରୋ କରିଥିଲେ। ନଦୀମ କହିଛନ୍ତି, ଓ୍ବାର୍ଲ୍ଡ ରେକର୍ଡ(୯୮.୪୮ ମିଟର) ଭାଙ୍ଗିବା ପାଇଁ ସେ ଟ୍ରେନିଂ ନେବେ। ତାଙ୍କର ଏହି ଘୋଷଣା ପରେ ନୀରଜ ଚୋପ୍ରାଙ୍କ ପାଇଁ ନିହାତି ପକ୍ଷେ ବଡ଼ ଚ୍ୟାଲେଞ୍ଜ ଆଗକୁ ଆସୁଛି। ନୀରଜଙ୍କୁ ଏବେ ଯଦି ଭବିଷ୍ୟତରେ ବଡ ଟୁର୍ଣ୍ଣାମେଣ୍ଟରେ ନଦୀମଙ୍କୁ ପାର କରିବାକୁ ହେବ, ତେବେ ତାଙ୍କୁ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହେବାକୁ ପଡିବ।