ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ପିପିଲିରେ ବାପା ଗଡ଼ ରଖି ପାରିଲେନି ପୁଅ ରୁଦ୍ର ପ୍ରତାପ, ଆଶ୍ରିତ ଫୁଟାଇଲେ ପଦ୍ମ

Published By : Prameya | June 4, 2024 6:23 PM

ଭୁବନେଶ୍ବର,୪/୬ : ବିଜେଡିର ଗଡ଼ କୁହାଯାଉଥିବା ପୁରୀ ଜିଲ୍ଲା ପିପିଲି ନିର୍ବାଚନୀ ମଣ୍ଡଳୀରେ ପରାଜୟର ସାମ୍ନା କରିବାକୁ ପଡ଼ିଛି ବିଜେଡିକୁ । ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୯୮୮୦୩ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ନିକଟତମ ପ୍ରତିଦ୍ବନ୍ଦୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ୧୪୯୯୮ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ରୁଦ୍ର ମୋଟ ୮୩୮୦୫ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ଜ୍ଞ୍ୟାନରଞ୍ଜନ ପଟ୍ଟନାୟକ ମୋଟ ୩୪୨୫ଖଣ୍ଡ ଭୋଟ୍ ପାଇଛନ୍ତି ।

ପ୍ରକାଶ ଯେ, ଦିବଙ୍ଗତ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଗଡ଼ ଭାବେ ଏହା ବେଶ ପରିଚିତ ଥିଲା । ସେ ବିଜେଡିର ଟାଣୁଆ ନେତା ଭାବେ ବେଶ ଜଣାଶୁଣା ଥିଲେ । ମାତ୍ର ତାଙ୍କର ଦେହାନ୍ତ ପରେ ବିଜେଡି ତାଙ୍କ ପୁଅ ଉପରେ ଭରସା କରିଥିଲା । ଉପନିର୍ବାଚନରେ ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବିଜୟ ଲାଭ କରିଥିଲେ । ୨୦୨୪ନିର୍ବାଚନରେ ବିଜେଡି ମଧ୍ୟ ତାଙ୍କ ଉପରେ ଭରସା କରିଥିଲା । କିନ୍ତୁ ସେ ତାଙ୍କର ଏହି ପାରମ୍ପରିକ ଆସନ ବଞ୍ଚାଇବାରେ ସଫଳ ହୋଇପାରିନାହାନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.