ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଏସିଆର ସର୍ବବୃହତ୍‌ ହେଲିକପ୍ଟର ଫ୍ୟାକ୍ଟ୍ରି ପ୍ରସ୍ତୁତ, ୬ରେ ରାଷ୍ଟ୍ରକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୦୫/୦୨: କର୍ଣ୍ଣାଟକରେ ଏସିଆର ସବୁଠୁ ବଡ଼ ହେଲିକପ୍ଟର ତିଆରି କାରଖାନା ନିର୍ମାଣ ଶେଷହୋଇଛି । ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ତୁମକୁରୁରେ ଏଚ୍‌ଏଏଲ୍‌ର ଏହି ହେଲିକପ୍ଟର ଫ୍ୟାକ୍ଟ୍ରିର ଉଦ୍‌ଘାଟନ କରିବେ । ଏହା ଗ୍ରୀନ୍‌ଫିଲ୍ଡ ହେଲିକପ୍ଟର କାରଖାନା, ଯାହା କି ହେଲିକପ୍ଟର ନିର୍ମାଣ କ୍ଷମତା ଏବଂ ଇକୋ-ପ୍ରଣାଳୀକୁ ବଢ଼ାଇବ । ଆସନ୍ତା ୨୦ବର୍ଷରେ ଏଠାରେ ୪ ଲକ୍ଷ କୋଟି ଟଙ୍କା କାରବାର ସହ ୧ ହଜାରରୁ ଅଧିକ ହେଲିକପ୍ଟର ନିର୍ମାଣ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

୬୧୫ ଏକର ଜମିରେ ହୋଇଥିବା ଏହି କାରଖାନାରେ ପ୍ରଥମେ ଲାଇଟ୍‌ ୟୁଟିଲିଟି ହେଲିକପ୍ଟର(ଏଲ୍‌ୟୁଏଚ୍‌) ନିର୍ମାଣ ହେବ । ଏଲ୍‌ୟୁଏଚ୍‌ ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ୍‌ ଏବଂ ବିକଶିତ ୩-ଟନ୍‌ ବର୍ଗର ସିଙ୍ଗଲ ଇଞ୍ଜିନ ହେଲିକପ୍ଟର । ପ୍ରାରମ୍ଭରୁ ଏହି କାରଖାନାରେ ପ୍ରତିବର୍ଷ ପ୍ରାୟ ୩୦ ହେଲିକପ୍ଟର ନିର୍ମାଣ କରାଯିବ । ପରେ ପ୍ରତିବର୍ଷ ଏହାର କ୍ଷମତା ୬୦ରୁ ୯୦ ହାର୍‌ରେ ବଢ଼ାଯିବ । ଏଲ୍‌ୟୁଏଚ୍‌ର ଉଡ଼ାଣ ପରୀକ୍ଷଣ ସରିଥିବା ଅଧିକାରୀମାନେ କହିଛନ୍ତି । ଏଲ୍‌ୟୁଏଚ୍‌ ପରେ ସେଠାରେ ଲାଇଟ୍‌ କମ୍ବାଟ୍‌ ହେଲିକପ୍ଟର (ଏଲ୍‌ସିଏଚ୍‌) ଏବଂ ଇଣ୍ଡିଆନ୍‌ ମଲ୍ଟିରୋଲ ହେଲିକପ୍ଟର (ଆଇଏମ୍‌ଆର୍‌ଏଚ୍‌) ନିର୍ମାଣ କରାଯିବାକୁ ଯୋଜନା ରହିଛି । ଏଥିସହ ଏଲ୍‌ୟୁଏଚ୍‌, ଏଲ୍‌ସିଏଚ୍‌, ସିଭିଲ ଏଏଲ୍‌ଏଚ୍‌ ଏବଂ ଆଇଏମ୍‌ଆର୍‌ଏଚ୍‌ର ମରାମତି ମଧ୍ୟ ଏଠାରେ କରାଯିବ । କାରଖାନାର ଆଖପାଖ ଅଞ୍ଚଳକୁ ବିକଶିତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.