ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଆସାମରେ ସୁଧୁରୁଛି ବନ୍ୟା ସ୍ଥିତି, ଜୋରଦାର ଆରମ୍ଭ ହୋଇଛି ରେସକ୍ୟୁ

ନୂଆଦିଲ୍ଲୀ,୧୧/୭: ଆସାମରେ ଧୀରେ ଧୀରେ ସୁଧୁରୁଛି ବନ୍ୟା ସ୍ଥିତି। ଏନେଇ ଉଦ୍ଧାର କାର୍ଯ୍ୟକୁ କରାଯାଇଛି ଅଧିକ ତ୍ବରାନ୍ବିତ । ତେବେ  ପ୍ରଳୟଙ୍କାରୀ ବନ୍ୟା ହେତୁ କେବଳ ମନୁଷ୍ୟ ନୁହଁନ୍ତି ବନ୍ୟ ପ୍ରାଣୀ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ରାଜ୍ୟର ୨୬ ଜିଲ୍ଲାର ପ୍ରାୟ ୨୩ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ପୂର୍ବରୁ ବନ୍ୟା ଯୋଗୁ ୭ ଜୀବନ ଯାଇଥିବା ବେଳେ ଗତ କିଛି ଘଣ୍ଟାରେ ଆଉ ୫ ଜଣ ଅକାଳରେ ଆଖି ବୁଜିଥିବା ଜଣାଯାଇଛି। ଫଳରେ ଏହି ସଂଖ୍ୟା ସମୁଦାୟ ୧୨ରେ ପହଞ୍ଚିଛି। ଆସାମ ବନ୍ୟା ବିଭୀଷିକାରୁ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନ ମଧ୍ୟ ବାଦ୍‌ ପଡ଼ିନାହିଁ। ବନ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା କାଜିରଙ୍ଗା ଉଦ୍ୟାନରେ ୧୫୯ ବନ୍ୟଜନ୍ତୁ ପାଣିରେ ବୁଡି ମରିଥିବାବେଳେ ୧୩୫ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଛି । ଏବେ ସାମାନ୍ୟ ପାଣି କମିଥିବା ବେଳେ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। 

ତେବେ ବନ୍ୟା ସ୍ଥିତିକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଉଭୟ ମନୁଷ୍ୟ ଏବଂ ବନ୍ୟଜନ୍ତୁ ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଟିମ୍ ଆସାମ ସମସ୍ତଙ୍କୁ ସହାୟତା ପାଇଁ ୨୪ ଘଣ୍ଟା କାମ କରୁଛି। ୨୯ ଜିଲ୍ଲାରେ ପାଖାପାଖି ୨୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପାଣି କମିଥିବାରୁ ରେସ୍କ୍ୟୁ ମିଶନକୁ ଏବେ ଆହୁରି ଜୋରଦାର କରାଯିବ ।ପୂର୍ବାତ୍ତର ରାଜ୍ୟ ଗୁଡିକରେ ଥିବା ପ୍ରମୁଖ ନଦୀମାନଙ୍କରେ ଜଳସ୍ତର ବିପଦ ସଂକେତ ଉପରେ ରହୁଥିବାରୁ ସବୁ ସମୟରେ ବନ୍ୟାର ଭୟ ଲାଗି ରହିଛି। ରାଜ୍ୟର ୨୯ ଜିଲ୍ଲାର ପ୍ରାୟ ୨୩,୯୬,୬୪୮ ଲକ୍ଷ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ୬୮,୭୬୮.୫ ହେକ୍ଟର ଫସଲ ଜଳମଗ୍ନ ହୋଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.