ପ୍ରମୂଖ ଖବର
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ସିରିଜ ବାଇକ ଦୁର୍ଘଟଣା : ଚିତ୍ରକୋଣ୍ଡା ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ସମେତ ୨ମୃତ

ମାଲକାନଗିରି/ଚିତ୍ରକୋଣ୍ଡା /କୋରକୁଣ୍ଡା,୨୪/୬ : ସିରିଜ ବାଇକ ଦୁର୍ଘଟଣାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସହକାରୀ ବ୍ଲକ ଶିକ୍ଷାଧିକାରୀଙ୍କ ସହ ଅନ୍ୟ ଜଣେ ଯୁବକର ମୃତ୍ୟୁ ଘଟିଛି। ସେହିପରି ବ୍ଲକ ଶିକ୍ଷାଧିକାରୀଙ୍କ ସହ ଅନ୍ୟ ୫ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ବ୍ଲକ ସହକାରୀ ଶିକ୍ଷାଧିକାରୀ ଅଂଜନ କୁମାର ଚୌଧୁରୀ ଓ ବ୍ଲକ ଶିକ୍ଷାଧିକାରୀ ଡ଼ଃ ଗାୟତ୍ରୀ ଦେବୀ କୁଡୁମୁଲୁଗୁମ୍ମା ସ୍ଥିତ ପୂରୂଣା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ନିଜର କାର୍ଯ୍ୟ ସାରି ଅପରାହ୍ନ ସମୟରେ ଏକ ମୋଟର ସାଇକେଲରେ ବାଲିମେଳା ଫେରୁଥିଲେ।  ସୁନା ନଗର ହାତିଆମ୍ବ ଗ୍ରାମ ନିକଟ ଏକ ବୁଲାଣି ରାସ୍ତାରେ ବାଲିମେଳା ପଟୁ ଅନ୍ୟ ଗୋଟିଏ ବାଇକ ଦ୍ରୁତଗତିରେ ଆସୁଥିବା ଦେଖି  ଶ୍ରୀ ଚୌଧୁରୀ ନିଜ ବାଇକକୁ  ଅଟକାଇଥିଲେ । ତେବେ ଠିକ ଏହି ସମୟରେ ଦ୍ରୁତ ଗତିରେ ପଛପଟୁ ଅନ୍ୟ ଦୁଇଟି ବାଇକ ଆସି ଶ୍ରୀ ଚୌଧୁରୀଙ୍କ ବାଇକକୁ ଧକ୍କା ଦେଇଥିଲ। । ଯାହା ଫଳରେ ଶ୍ରୀ ଚୌଧୁରୀ ଓ ଗାୟତ୍ରୀ ଦେବୀ ଗାଡିରୁ ଛିଟିକି ରାସ୍ତାରେ ପଡି ଯାଇଥିଲୋ । ଏହି ଦୁର୍ଘଟଣାରେ ଚୌଧୁରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ବ୍ଲକ ଶିକ୍ଷାଧିକାରି ଗାୟତ୍ରୀ ଦେବୀଙ୍କ ସହିତ ଅନ୍ୟ ୫ଜଣ ଆହତ ହୋଇଥିଲେ। ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ଚୌଧୁରୀ ଓ ଗାୟତ୍ରୀ ଦେବୀଙ୍କୁ  ଗୁମ୍ମା ଡାକ୍ତରଖାନାଙ୍କୁ ନିଆଯାଇଥିଲା । ସେଠାରେ ଡାକ୍ତର  ଶ୍ରୀ ଚୌଧୁରୀଙ୍କୁ ମୃତ ଘୋଷଣା କରିଥିଲ। 

ଗୋଷ୍ଠୀ ଶିକ୍ଷାଧିକାରୀ ଗାୟତ୍ରୀ ଦେବୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ସମାଜସେବୀ ଅଶୋକ ପରିଡ଼ା ତାଙ୍କ କାରରେ ବାଲିମେଳା ଡାକ୍ତରଖାନାକୁ ନେଇ ଆସିଥିଲେ। ଅନ୍ୟ ଆହତ ୪ ଜଣଙ୍କୁ ପୁଲିସ ଉଦ୍ଧାର କରି କୁଡୁମୁଲୁଗୁମ୍ମା ଡାକ୍ତରଖାନାକୁ ପଠାଇଥିଲେ। ତେବେ ଗାୟତ୍ରୀ ଦେବୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସାମାନ୍ୟ ଥିବା ବେଳେ ଚିତାପାରି ୩ ଗ୍ରାମର ଘାସି କିର୍ଷାନୀଙ୍କ ପୁଅ ଜୟ କିର୍ଷାନୀ(୩୮)ଙ୍କ ଅବସ୍ଥା ଗୁରୁତର ହେବାରୁ  କୁଡୁମୁଲୁଗୁମ୍ମା ଡାକ୍ତରଖାନାରୁ ମାଲକାନଗିରି ପଠାଇଥିଲେ । କିନ୍ତୁ ଅଧା ବାଟରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ମାଲକାନଗିରି ଡାକ୍ତର କହିଥିଲେ। ଏହି ଦୁର୍ଘଟଣାରେ ଅନ୍ୟ ଆହତମାନେ ହେଲେ  ଓର୍କେଲ ଅନ୍ତର୍ଗତ ଧାଙ୍ଗଡାଗୁଡା ଗାଁର ବାବୁନା ବିଶୋଇ , ନାଗାର୍ଜୁନ କିର୍ଷାନୀ , ଚିତାପାରି ୩ ଗାଁର ଧନ କିର୍ଷାନୀ ।  ଓର୍କେଲ ପୁଲିସ ଘଟଣା ସ୍ଥଳରେ ପହଁଚି ଦୁର୍ଘଟଣା ଗ୍ରସ୍ତ ୪ଟି ବାଇକ ଓ ମୃତ ଅଞ୍ଜନ ଚୌଧୁରୀଙ୍କ ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲ କୁ ପଠାଇ   ଘଟଣାର ତଦନ୍ତ ଜାରି ରହିଥିବା ଥାନାଧିକାରୀ ଧିରେନ ପଟ୍ଟନାୟକ ସୂଚନା ଦେଇଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.