ମାଟିର ଏହି ୪ଟି ଜିନିଷ ବ୍ୟବାହାର କରିବା ଦ୍ୱାରା ଚମକିବ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କ’ଣ କ’ଣ ?

ନୂଆଦିଲ୍ଲୀ ୦୭/୧୨: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ବ୍ୟବହୃତ ସମସ୍ତ ଜିନିଷର ନିଜସ୍ୱ ଗୁରୁତ୍ୱ ରହିଛି। ହିନ୍ଦୁ ଧର୍ମରେ ପୂଜା ସମୟରେ ମାଟି ଜିନିଷ ବ୍ୟବହାର କରାଯାଏ। ମାଟି ଦୀପ, ମୂର୍ତ୍ତି ଏବଂ ଭଗବାନଙ୍କ ବାସନ ଇତ୍ୟାଦି। ମାଟିରେ ନିର୍ମିତ ଜିନିଷଗୁଡ଼ିକର ବ୍ୟବହାର ବିଷୟରେ ଶାସ୍ତ୍ରରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯଦି ଘରେ କିଛି ମାଟି ଜିନିଷ ରଖାଯାଏ, ତେବେ ଘରେ ସକରାତ୍ମକ ଶକ୍ତି ରହିଥାଏ। ଆହୁରି ମଧ୍ୟ, ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ମାଟିରେ ନିର୍ମିତ ଏହି ୫ଟି ଜିନିଷ ବିଷୟରେ।

ମାଟିର ମୂର୍ତ୍ତି :
ବାସ୍ତୁ ଶାସ୍ତ୍ରରେ, ମାଟି ମୂର୍ତ୍ତିଗୁଡ଼ିକ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ତେଣୁ ପୂଜା ଘରେ ମାଟିରେ ନିର୍ମିତ ମୂର୍ତ୍ତିଗୁଡ଼ିକୁ ରଖନ୍ତୁ। କୁହାଯାଏ ଦେବୀ ଲକ୍ଷ୍ମୀଙ୍କ ମାଟିରେ ନିର୍ମିତ ମୂର୍ତ୍ତି ରଖିବା ଦ୍ୱାରା ଘରେ ମା’ଙ୍କ ଆଶୀର୍ବାଦ ରହିଥାଏ। ବାସ୍ତୁ ଅନୁଯାୟୀ, ମୂର୍ତ୍ତି ଘରର ଉତ୍ତର ପୂର୍ବ ଏବଂ ଦକ୍ଷିଣ ପଶ୍ଚିମ ଦିଗରେ ରଖିବା ଶୁଭ ଏବଂ ଫଳପ୍ରଦ ହୋଇଥାଏ।

ମାଟିର ଦୀପ :
ହିନ୍ଦୁ ଧର୍ମରେ ମାଟି ଦୀପର ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ ଏହା ବିନା କୌଣସି ଧାର୍ମିକ ରୀତିନୀତି ସମ୍ପୂର୍ଣ୍ଣ ହୁଏ ନାହିଁ। ବର୍ତ୍ତମାନ ଘରେ ଧାତୁର ଦୀପବ୍ୟବହାର କରାଯାଉଛି। କିନ୍ତୁ ବାସ୍ତୁ ଶାସ୍ତ୍ରରେ କେବଳ ମାଟି ଦୀପ ଶୁଭ ବୋଲି ବିବେଚନା କରାଯାଏ । ମାଟି ଦୀପ ଜାଳିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ।

ମାଟିର ମାଠିଆ:
ଖରା ଦିନେ ଥଣ୍ଡା ପାଣି ପିଇବା ପାଇଁ ଘରେ ମାଟି ପାତ୍ର ରଖାଯାଏ। ଏହା ଦ୍ୱାରା ସ୍ୱାସ୍ଥ୍ୟ ସହିତ, ବାସ୍ତୁ ଅନୁସାରେ ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ଉତ୍ତର ଦିଗରେ ଏକ ମାଟିପାତ୍ରରେ ପାଣି ଭର୍ତ୍ତି ରଖିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ଆସିଥାଏ। କିନ୍ତୁ ପାତ୍ରଟି ଯେପରି ସବୁବେଳେ ପାଣିରେ ଭରିବା ଉଚିତ୍।

ମାଟିର ଫୁଲ କୁଣ୍ଡ :
ଆଜିକାଲି ଲୋକମାନେ ଘରେ ପ୍ଲାଷ୍ଟିକ କିମ୍ବା ସିମେଣ୍ଟ ଫୁଲ କୁଣ୍ଡ ରଖନ୍ତି। କିନ୍ତୁ ବାସ୍ତୁରେ ମାଟି କୁଣ୍ଡ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହାକୁ ଶୁଭ ବୋଲି ବିବେଚନା କରାଯାଏ। ତେଣୁ ଘରେ ଫୁଲ ଏବଂ ଗଛ ଲଗାଇବା ପାଇଁ ମାଟି କୁଣ୍ଡ ବ୍ୟବହାର କରନ୍ତୁ। ଏହା ଘରର ନକାରାତ୍ମକ ଶକ୍ତିକୁ ଦୂର କରିଥାଏ ଏବଂ ଘରେ ସୁଖ-ଶାନ୍ତି ରହିଥାଏ।