ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଅତିଥି ଦେବୋ ଭବଃ: ମାଳଦ୍ବୀପର ରାଷ୍ଟ୍ରପତି ମୁଇଜ୍ଜୁଙ୍କ ପାଖରେ ବସି ଡିନର କଲେ ମୋଦି

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି, ଦେଶ-ବିଦେଶର ଅତିଥି। ସମସ୍ତ ଅତିଥି ରାଷ୍ଟ୍ରପତି ଭବନରେ ଆୟୋଜିତ ରାତ୍ରୀ ଭୋଜନରେ ରବିବାର ସାମିଲ ହୋଇଥିଲେ। ତୃତୀୟ ଥର ପାଇଁ ମୋଦି ଶପଥ ନେବାପରେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁଙ୍କ ସହ ବସି ରାତ୍ରୀ ଭୋଜନ ଦେଖିବାକୁ ମିଳିଛନ୍ତି। ଫଟୋଟି ଏଭଳି ସମୟରେ ସାମନାକୁ ଆସିଛି, ଯେତେବେଳେ ଦୁଇ ଦେଶ ଭିତରେ ବିବାଦ ସୃଷ୍ଟି ହୋଇଛି।

ରାଷ୍ଟ୍ରପତି ଭବନର ଅଫିସିଆଲ ହ୍ୟାଣ୍ଡେଲରୁ ଏକ ଫଟୋ ସେୟାର କରାଯାଇଛି। ଯେଉଁଥିରେ ଦୁନିଆର ବହୁ ବଡ ନେତା ଏକାଠି ଦେଖିବାକୁ ମିଳିଛନ୍ତି। ଏହା ସହିତ ଲେଖା ହୋଇଛି ଭାରତର ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଆସିଥିବା ବିଦେଶୀ ଅତିଥିଙ୍କ ସମ୍ମାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାତ୍ରୀ ଭୋଜନ ଆୟୋଜନ କରିଛନ୍ତି।’ ରବିବାର ମୋଦି ୩.୦ ସରକାରର ୭୨ ମନ୍ତ୍ରୀ ଶପଥ ନେଇଛନ୍ତି।

ରାଷ୍ଟ୍ରପତି ଭବନର ପୋଷ୍ଟ ଅନୁସାରେ, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମାସିଙ୍ଘେ, ମାଳଦ୍ବୀପର ରାଷ୍ଟ୍ରପତି ମହମ୍ମଦ ମୋଇଜ୍ଜୁ, ସେଶେଲ୍ସର ଉପରାଷ୍ଟ୍ରପତି ଅହମ୍ମଦ ଅଫିଫ୍, ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ମରିସସ୍‌ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜୁଗନୋଥ, ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପଦହଲ କମଲ, ଭୁଟାନର ପ୍ରଧାନମନ୍ତ୍ରୀ ଶେରିଂ ତୋବଙ୍ଗେ ଡିନରରେ ଯୋଗ ଦେଇଥିଲେ। ସବୁଠାରୁ ବଡ କଥା ହେଲା ମୁଇଜୁ ଚୀନ୍‌ର ସମର୍ଥକ ନେତା ବୋଲି ମନେକରାଯାଏ। ମାଳଦ୍ବୀପର ନିର୍ବାଚନ ସମୟରେ ସେ ମାଳଦ୍ବୀପରୁ ଭାରତୀୟ ସୈନିକ ଖାଲି କରିବା ନେଇ ଅଭିଯାନ ଆରମ୍ଭ କରିଥିଲେ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.