ପ୍ରମୁଖ ଖବର
  • ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ, ଦଳୀୟ ସଭାପତିଭ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଆସିଲା ବିଜେଡ଼ିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ସୁପ୍ରିମୋ
  • ||
  • କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ, ପେଟରୁ ମଲା ଶାବକ ଉଦ୍ଧାର ପରେ ଆଖିବୁଜିଲା ମାଇ ହାତୀ
  • ||
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

‘ବାଏ ବାଏ ଦିଲ୍‌’ର ଅଡିଓ ରିଲିଜ୍‌, ଜୁଲାଇ ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ

ଭୁବନେଶ୍ୱର ୭/୭(ବ୍ୟୁରୋ): ମହ୍ଲାର ଏଣ୍ଟରଟେନ୍‌ମେଣ୍ଟ୍‌ ଓ ଏଭି ସଲ୍ୟୁସନ୍‌ ମିଳିତ ବ୍ୟାନରରେ ପ୍ରସ୍ତୁତ ନୂଆ ଓଡ଼ିଆ ସିନେମା ‘ବାଏ ବାଏ ଦିଲ୍‌'ର ଅଡିଓ ରିଲିଜ୍‌ ବୁଧବାର ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ମନ୍ତ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବିଧାୟକ ପ୍ରଭୁ ଜାନି, ବିଧାୟକ ପ୍ରୀତମ ପାଢ଼ୀ, ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଅଡିଓ ରିଲିଜ୍‌ କରିଥିଲେ । ଏହା ଏକ ଟିନ୍‌ ଏଜ୍‌ର କାହାଣୀ ହୋଇଥିବାବେଳେ ଏଥିରେ ନୂଆ ନାୟକ, ନାୟିକାଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ନାୟକ ରାଜ୍‌ଙ୍କୁ ଏକ ଦମଦାର୍‌ ଚରିତ୍ରରେ ସୁଯୋଗ ଦିଆଯାଇଥିବାବେଳେ ତାଙ୍କ ନାୟିକା ସାଜିଛନ୍ତି ନବାଗତା ପଲ୍ଲବୀ ଓ ବିଦେଶିନୀ ସାଶା । ଋଷର ଅଭିନେତ୍ରୀ ସାଶାଙ୍କୁ ପ୍ରଥମ ଥର ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ ଦର୍ଶକ । ତାଙ୍କ ଛଡ଼ା ଅନ୍ୟାନ୍ୟ ଚରିତ୍ରରେ ବର୍ଷିଆନ କଳାକାର ତେଲୁଗୁ ଷ୍ଟାର୍‌ ରାମବାବୁ, ଜୀବନ ପଣ୍ଡା, ଜୟାଲକ୍ଷ୍ମୀ, ପ୍ରୀତିରାଜ, ଶମ୍ଭୁ, ମୁମ୍ବାଇର କଳାକାର ଆଶିଷ, ଟୁଲୁ ଓ ବିଟୁ ଅଭିନୟ କରଥିବାବେଳେ ମୁଖ୍ୟ ଖଳନାୟକ ଭୂମିକାରେ ନିଜେ ନିର୍ଦ୍ଦେଶକ କୁନାଲ୍‌ ପଟ୍ଟନାୟକ ଗୁରୁ ଦାୟିତ୍ୱ ବହନ କରିଛନ୍ତି ।

କାହାଣୀରେ ନୂତନତ୍ୱ ସାଙ୍ଗକୁ ଲଭ୍‌, ରୋମାନ୍ସ, ଆକ୍ସନ୍‌, ଇମୋସନ୍‌, ଫ୍ୟାମିଲି ସେଣ୍ଟିମେଣ୍ଟ ଓ କମେଡିର ତଡ୍‌କା ଦେଖିବାକୁ ମିଳିବ । ସୁବ୍ରତ ଓ କୁନାଲ୍‌ଙ୍କ ବଳିଷ୍ଠ ସଂଳାପ ସାଙ୍ଗକୁ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି କୁନାଲ୍‌ ପଟ୍ଟନାୟକ । ବରିଷ୍ଠ ଗୀତିକାର ସଚ୍ଚି ମହାନ୍ତି ଓ ସନ୍ତୋଷଙ୍କ ଗୀତକୁ ସ୍ୱରରେ ସଜେଇଛନ୍ତି ଟୁନା ଭାଇ ଓ ଉନା ଭାଇ । ଫିଲ୍ମରେ ମୋଟ୍‌ ୫ଟି ଗୀତ ରହିଛି । ଏହାକୁ ଗାଇଛନ୍ତି ଅନନ୍ୟା, ବିଶ୍ୱଜିତ, ନାଭ୍ୟା ଓ କୁଲଦୀପ । କୋରିଓଗ୍ରାଫି କରିଛନ୍ତି ବିଦୁ । ଚିତ୍ର ଉତ୍ତୋଳନ ରଞ୍ଜନ ମିଶ୍ର କରିଥିବାବେଳେ ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି ଦେବୀପ୍ରସାଦ କର । ଅନ୍ୟାନ୍ୟ ବିଭାଗ ଯଥାକ୍ରମେ³ ଫାଇଟ୍‌ସରେ ରେହମାନ୍‌ ଓ ଚିଣ୍ଟୁ, କଳାରେ ଲକ୍ଷ୍ମୀଧର ନିଜ ଦକ୍ଷତା ଦେଖାଇଛନ୍ତି । ଜୟଲକ୍ଷ୍ମୀ ମିଶ୍ରଙ୍କ ପ୍ରଯୋଜିତ ଏହି ସିନେମାର ଲାଇନ୍‌ ପ୍ରଡ୍ୟୁସର ରହିଛନ୍ତି ଦଣ୍ଡପାଣି ଦାସ । ସିନେମାଟି ତଳିତ ମାସ ଶେଷ ସପ୍ତାହର ପ୍ରେକ୍ଷାଳୟକୁ ଆସିବ ବୋଲି ରିଲିଜ୍‌ ଅବସରରେ ପ୍ରଯୋଜନା ସଂସ୍ଥା
ତରଫରୁ ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.