ନୂଆଦିଲ୍ଲୀ,୦୨/୧୨: ଶିକ୍ଷକତାରୁ ରାଜନୀତି ମୈଦାନକୁ ଏଣ୍ଟ୍ରୀ । ୟୁପିଏସସି ପିଲାଙ୍କୁ କୋଚିଂ ଦେଉଥିଲେ । ଏପେ ଆପ୍ ନେତା ହେଲେ । ପଲିଟିକ୍ସରେ ଏଣ୍ଟ୍ରି ମାରିଛନ୍ତି ୟୁପିଏସସି ଗୁରୁ ଅବଧ ଓଝା । ଆସନ୍ତାବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାରି ଭିତରେ ଦଳମାନଙ୍କର ମିଶ୍ରଣ ପର୍ବ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଆପରେ ଯୋଗ ଦେଇଛନ୍ତି ବିଶିଷ୍ଟ ଶିକ୍ଷକ ଅବଧ ଓଝା । ଯାହା ଆପର ବଳ ବଢାଇଛି ।

ଆପରେ ଯୋଗ ଦେଇ ଅବଧ ଓଝା କହିଛନ୍ତି, ରାଜନୀତି ଜରିଆରେ ଶିକ୍ଷା ପାଇଁ କିଛି କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ । ଶିକ୍ଷା ଏପରି ଏକ ମାଧ୍ୟମ ଯାହା ପରିବାର, ସମାଜ ଓ ରାଷ୍ଟ୍ରର ଆତ୍ମା । ସମସ୍ତଙ୍କ ଜୀବନରେ ଶିକ୍ଷାର ଭୂମିକା ରହିଛି । ରାଜନୀତିରେ ଆସି ଶିକ୍ଷାର ବିକାସ ମୋର ସର୍ବୋତ୍ତମ ଉଦ୍ଦେଶ୍ୟ । 

ବିଶିଷ୍ଟ ଶିକ୍ଷକ ଓ ମୋଟିଭେସନାଲ ସ୍ପିକର ଅବଧ ଓଝା ରାଜନୀତି କ୍ଲାସରେ ପ୍ରବେଶ କରିଛନ୍ତି । ଏବେ ଆପ୍ ନେତା ହୋଇଛନ୍ତି ଅବଧ ଓଝା । ଅନଲାଇନରେ ୟୁପିଏସସି ପିଲାଙ୍କୁ ଦେଉଥିଲେ ଏବେ ରାଜନୀତିରେ ପ୍ରବେଶ କରିଛନ୍ତି । ଓଝା ସାର ନାମରେ ପ୍ରସିଦ୍ଧ ଅବଧଙ୍କ ପାଖରେ ପ୍ରାୟ ୧୧କୋଟି ଟଙ୍କାର ସମ୍ପତ୍ତି ଅଛି । ୟୁଟ୍ୟୁବ ଚ୍ୟାନେଲ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ତାଙ୍କର ଏହି ରୋଜଗାର । 

ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ତାଙ୍କ ଘର । ୟୁପିଏସସି ପରୀକ୍ଷାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପରେ ସେ ଆହ୍ଲାବାଦର କୋଚିଂ ସେଣ୍ଟରରେ ଶିକ୍ଷାଦାନ ଆରମ୍ଭ କରିଥିଲେ । ଦିଲ୍ଲୀର ଅନେକ ନାମିଦାମୀ ଆଇଏଏଶ କୋଚିଂ ସେଣ୍ଟରରେ ଶିକ୍ଷାଦାନ କରିଛନ୍ତି । ୨୦୧୯ରେ ମହରାଷ୍ଟ୍ର ପୁଣେରେ ଆଇକ୍ୟୁଆରଏ ଆଇଏଏସ ଏକାଡେମୀ ପ୍ରତିଷ୍ଠା କରିଥିଲେ ।ଦିଲ୍ଲୀ ବିଧାନସଭା ନିର୍ବାଚନ ନିକଟ ହେଉଥିବାରୁ ଆପ୍ ଟିକେଟରେ ଅବଧ ଓଝା ନିର୍ବାଚନ ଲଢିପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ  ସେ ମନୀଷ ସିସୋଦିଆଙ୍କ ଆସନରୁ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।