ଲକ୍ଷ୍ନୌ ; ୧୦/୧ : ରାମ ମନ୍ଦିର ପରିସରରେ ନମାଜ ପାଠ କରିବା ପାଇଁ ପ୍ରୟାସ କରିଥିଲେ ଅବଦୁଲ୍ଲ ଆହାଦ୍ ଶେଖ୍ । କାଶ୍ମୀରର ଏହି ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ପୁଲିସ ଏବଂ ସୁରକ୍ଷାକର୍ମୀମାନେ ଅକ୍ତିଆରକୁ ନେଇଛନ୍ତି । ତେବେ ସେ କାହିଁକି ଏମିତି କରିବାକୁ ପ୍ରୟାସ କଲେ ? ରାମ ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଏହି ବ୍ୟକ୍ତି ଜଣକ କିଏ ? କେମିତି ଏତେ ବଡ଼ ସାହସ କଲେ ବୋଲି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । ତେବେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଅଜଣା କଥା ।

ଏବେ ସେ ପୁଲିସ ହେପାଜତରେ ରହିଛନ୍ତି । ତେବେ ତାଙ୍କ ବ୍ୟାଗରୁ କାଜୁ ଏବଂ କିସମିସ ରହିଥିବା ଦେକିବାକୁ ମିଳିଥିଲା । ତେବେ ସେ କାହା କଥାରେ ଏବଂ କାହିଁକି ଆସିଥିବା ପ୍ରଶ୍ନ କରିଥିଲେ । ମାତ୍ର ସେ ଏହାକୁ ସିଧା ସିଧା ମନା କରି ଦେଇଛନ୍ତି । ସେପଟେ ଗୁଇନ୍ଦା ବିଭାଗ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଏନେଇ କାଶ୍ମୀରରେ ପଚରାଉଚରା କରାଯାଇଛି । ପରିବାର ଲୋକେ କହିଛନ୍ତି କି, ସେ ୪ଦିନ ହେବ ଘରୁ କୁଆଡ଼େ ଚାଲି ଯାଇଥିଲେ । ସେ କାହିଁକି ସେଠାକୁ ଯାଇଛନ୍ତି ଏବଂ କଣ କରିଛନ୍ତି ସେସମ୍ପର୍କରେ ସେମାନଙ୍କୁ କିଛି ଜଣା ନଥିବା ପୁଅ ଇମ୍ରାନ କହିଛନ୍ତି । ଏହାସହ ସେମାନେ ଜଣାଇଛନ୍ତି ସେ ଟିକେ ମାନସିକ ବିକାରଗ୍ରସ୍ତ । ଏବେ ତାଙ୍କର ଚିକିତ୍ସା ମଦ୍ୟ ଚାଲିଛି । ସେପଟେ ଏହି ଘଟଣା ପରେ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।