ପ୍ରମୁଖ ଖବର
  • ଯାଜପୁର,ଯୋକଡିଆ ନିକଟ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ପାଣିରେ ଭାସିଯାଇ ୨ ଭାଇ ନିଖୋଜ
  • ||
  • ବିଧାନସଭା କ୍ଷେତ୍ର ପାଇଁ ଆଉ ୪ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ପ୍ରକାଶ ପାଇଁ ଓଡ଼ିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି, ମେ ୧୩ ତାରିଖରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ
  • ||
  • ବିଶ୍ୱ ଐତିହ୍ୟ ଦିବସ: ଆଜି ସୂର୍ଯ୍ୟମନ୍ଦିରରେ ମାଗଣା ପ୍ରବେଶ କରିପାରିବେ ପର୍ଯ୍ୟଟକ
  • ||
  • ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
  • ||
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

ଭାରତରେ କରୋନାକୁ ନେଇ ଏକ ଭଲ ଖବର - ସ୍ୱଦେଶୀ ଭାକ୍‌ସିନ୍‌ର ଟକ୍ସିସିଟି ଅଧ୍ୟୟନ ସଫଳ ବୋଲି କହିଲା ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ - ଭାରତରେ କରୋନାକୁ ନେଇ ଏକ ଭଲ ଖବର ଆସିଛି । ଦେଶରେ ଏବେ ପରୀକ୍ଷଣରେ ଆଗୁଆ ରହିଥିବା ଦୁଇଟି ସ୍ୱଦେଶୀ ଭ୍ୟାକ୍‌ସିନ୍‌ର ଟକ୍ସିସିଟି ଅଧ୍ୟୟନ ସଫଳ ହୋଇଛି । ଏବେ ଏହା ମାନବୀୟ ପରୀକ୍ଷଣ ପାଇଁ ପ୍ରଯୁଜ୍ୟ ବୋଲି ଆଇସିଏମ୍‌ଆର୍‌ ସୂଚନା ଦେଇଛନ୍ତି । ଏବେ ଦେଶରେ ୨ଟି ସ୍ୱେଦେଶୀ ଭାକ୍‌ସିନ୍‌ର ପରୀକ୍ଷଣ ଚାଲିଛି । ମାନବୀୟ ପରୀକ୍ଷଣ ପୂର୍ବରୁ ଏହାର କ୍ଲିନିକାଲ୍‌ ଟ୍ରାଏଲ୍‌ କରାଯାଇଥାଏ । ଏହାପରେ ଏହାର ଟକ୍ସିସିଟି ପରୀକ୍ଷଣ କରାଯାଇଥାଏ । ପରେ ଏହାକୁ ବହୁଳମାତ୍ରାରେ ମାନବୀୟ ପରୀକ୍ଷଣ କରାଯାଏ ଯାହାର ଷ୍ଟେଜ୍‌ ଓ୍ୱାନ ବା ପ୍ରଥମ ପର୍ଯ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ ରହିଛି । ଭାରତୀୟ ଆର୍ୟୁ ବିଜ୍ଞାନ ଅନୁସନ୍ଧାନ ପରିଷଦ ବା ଆଇସିଏମ୍‌ଆର୍‌ ଏହି ଦୁଇ ସ୍ୱଦେଶୀ ବା ସମ୍ପୂର୍ଣ୍ଣ ଭାବେ ଭାରତରେ ତିଆରି ହୋଇଥିବା କରୋନା ଭାକ୍‌ସିନ୍‌ର ସଫଳ ଟକ୍ସିସିଟି ପରୀକ୍ଷଣ କରାଯାଇଥିବା ସୂଚନା ଦେଇଛି । ଏହାର ଟକ୍ସିସିଟି ପରୀକ୍ଷଣ ବା ଅଧ୍ୟୟନ ସଫଳ ହୋଇଛି ।

ଆଇସିଏମ୍‌ଆର୍‌ ମହାନିର୍ଦେଶ ଡାକ୍ତର ବଳରାମ ଭାର୍ଗବ ଏନେଇ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏହି ଦୁଇ ସ୍ୱଦେଶୀ ଭାକ୍‌ସିନ୍‌ର ସଫଳ ଭାବେ ଟକ୍ସିସିଟି ଅଧ୍ୟୟନ କରାଯାଇଥିବା ସୂଚନା ଦେଇଛନ୍ତି ।ଏବେ ଏହା ମଣିଷଙ୍କ ଉପରେ ପରୀକ୍ଷା କରାଯାଇ ପାରିବ ।

ଡାକ୍ତର ବଳରାମ ଭାର୍ଗବଙ୍କ ଅନୁସାରେ ପ୍ରାଥମିକ ଚରଣ ପରୀକ୍ଷା ପାଇଁ ଅନୁମତି ମିଳିଯାଇଛି । ଦୁଇଟି ଯାକ ଟୀକା ପାଇଁ ଟେଷ୍ଟିଙ୍ଗ ପ୍ରସ୍ତୁତ ହୋଇ ସାରିଛି । ୧-୧ ହଜର ଲୋକଙ୍କ ଉପରେ ଏହାର କ୍ଲିନିକାଲ୍‌ ଷ୍ଟଡିଜ୍‌ ହେଉଛି ।
ଜୀବ ଜନ୍ତୁଙ୍କ ଉପରେ କରାଯାଇଥିବା ଟକ୍ସିସିଟି ପରୀକ୍ଷଣରେ ଏହା ସଫଳ ହୋଇଛି । ଏବେ ଏହି ଦୁଇ ସ୍ୱଦେଶୀ ଭାକ୍‌ସିନ୍‌ର ପରୀକ୍ଷଣ ଚାଲିଛି। ଏବେ ମଣିଷଙ୍କ ଉପରେ କ୍ଲିନିକାଲ୍‌ ଷ୍ଟଡିଜ୍‌ ଚାଲିଛି । ଏନ୍‌ଆଇଭି ପୁନେରେ ଦିନି ରାତି ପ୍ରି କ୍ଲିନିକାଲ୍‌ ଟେଷ୍ଟ ଚାଲିଛି। ବୈଜ୍ଞାନିକମାନେ ଏଥିପାଇଁ ଦିନ ରାତି କାମ କରୁଛନ୍ତି । ଦ୍ରୁତ ଗତିରେ ଏହି କାମ ଚାଲିଛି ।

ଋଷ୍‌ରେ ବି ଟୀକା ପ୍ରସ୍ତୁତିର ପ୍ରକ୍ରିୟା ଦ୍ରୁତ ଗତିରେ ଚାଲିଛି ବୋଲି ଡାକ୍ତର ବଳରାମ ଭାର୍ଗବ କହିଛନ୍ତି । ଚୀନ୍ ମଧ୍ୟ ତ୍ୱରିତ ଗତିରେ ଏଥିରେ କାମ କରୁଛି। ବ୍ରିଟେନ୍‌ ମଧ୍ୟ ଏଥିରେ ଆଗରେ ରହିଛି । ଆମେରିକାରେ ବହୁ ପୂର୍ବରୁ ଏଥିରେ କାମ ଚାଲିଛି । ଭାରତ ଦ୍ରୁତ ଗତିରେ ଭାକ୍‌ସିନ୍‌ର ପରୀକ୍ଷଣରେ ଲାଗିଛି ବୋଲି ସେ କହିଛନ୍ତି ।
ଏବେ itolizumab କରୋନା ଆକ୍ରାନ୍ତଙ୍କ ଉପରେ ପ୍ରୟୋଗ ପାଇଁ ମଞ୍ଜୁରୀ ଦିଆଯାଇଛି ବୋଲି ସେ କହିଛନ୍ତି। ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କୁ ଏଥିରେ କାମ କରୁଥିବା କୁହାଯାଇଛି। ଭାରତରେ ସ୍ୱଦେଶୀ ଟୀକା ପ୍ରସ୍ତୁତିରେ ଏକ ପ୍ରମୁଖ ଭୂମିକା ନେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.