ରାମଦେବଙ୍କ କମ୍ପାନୀ ପତଞ୍ଜଳି ଲଞ୍ଚ କଲା ଟୋନଡ୍ ମିଲ୍କ,ଲିଟର ପିଛା ଅନ୍ୟମାନଙ୍କ ଠାରୁ ରହିଛି ଏତିକି ଶସ୍ତା

ନୂଆଦିଲ୍ଲୀ,୨୭।୫: ପତଞ୍ଜଳି ଆର୍ୟୁବେଦ ଲିମିଟେଡ୍ ସୋମବାର ଟୋନଡ୍ ମିଲକ୍ ଲଞ୍ଚ କରିବାର ଘୋଷଣା କରିଛି। ଏହା ପୂର୍ବରୁ ପତଞ୍ଜଳି ଟୋନଡ୍ ଉତ୍ତରାଖଣ୍ଡ, ଦିଲ୍ଲୀ-ଏନସିଆର, ଜୟପୁର,ମହାରାଷ୍ଟ୍ରରେ ଗାଈ କ୍ଷୀର ବିକ୍ରି କରୁଛି। ପତଞ୍ଜଳି ଟୋନଡ୍ କ୍ଷୀରର ମୂଲ୍ୟ ଲିଟରକୁ ୪୦ ଟଙ୍କା। ଯାହାକି ଅମୁଲ ଓ ମଦର ଡାଏରୀ ଭଳି କମ୍ପାନୀ ତୁଳନାରେ ୪ଟଙ୍କା ଲିଟର ପ୍ରତି ଶସ୍ତା। ଅମୁଲ ଓ ମଦର ଡାଏରୀ ନିକଟରେ କ୍ଷୀରର ମୂଲ୍ୟ ବଢାଇଛି।ପତଞ୍ଜଳି ଆର୍ୟୁବେଦ ଲିମିଟେଡର ପ୍ରବର୍ତ୍ତକ ବାବା ରାମଦେବ ଟୋନଡ୍ କ୍ଷୀର ଆଗତ କରିବା ସହ କହିଛନ୍ତି, ପତଞ୍ଜଳି ଡାଏରୀ ଏବଂ ଅନ୍ୟ ଫ୍ରେସ୍ ପ୍ରଡକ୍ଟ କ୍ଷେତ୍ରରେ ସେପ୍ଟେମ୍ବର ୨୦୧୮ରେ ପାଦ ରଖିଥିଲା। ଦିଲ୍ଲୀ-ଏନସିଆରରେ ଗାଈ କ୍ଷୀରର ବଜାରରେ ପତଞ୍ଜଳି ୨୦ ପ୍ରତିଶତ ଅଂଶୀଦାରି ହାସଲ କରିଥିଲା।
ବର୍ତ୍ତମାନ ଦିଲ୍ଲୀ-ଏନସିଆରରେ ପ୍ରତିଦିନ ୬୦ ଲକ୍ଷ ଲିଟର କ୍ଷୀର ବ୍ୟବହାର କରାଯାଏ। ଏଥିରେ ୧୦ ଲକ୍ଷ ଲିଟର ପ୍ରତିଦିନ ଗାଈ କ୍ଷୀର ରହିଛି। ଦ୍ବିତୀୟ ସ୍ଥାନରେ ଟୋନଡ୍ ମିଲକ୍ ପ୍ରତିଦିନ ୧୫ ଲକ୍ଷ ଲିଟର ଖର୍ଚ୍ଚ ହୋଇଥାଏ। ପତଞ୍ଜଳି ଆର୍ୟୁବେଦ ଦ୍ବାରା ସୋମବାରରୁ ହିଁ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଟୋନଡ୍ ମିଲକର ବିକ୍ରି ଆରମ୍ଭ କରାଯାଉଛି ଓ ଆମର ଲକ୍ଷ୍ୟ ହେଉଛି ପ୍ରଥମ ଦିନରୁ ହିଁ ଦିଲ୍ଳୀ-ଏନସିଆାର ଅଞ୍ଚଳରେ ୧୫ ପ୍ରତିଶତ ଆବଶ୍ୟକତା ପତଞ୍ଜଳି ଦ୍ବାରା ପୂରଣ କରାଯାଉ ବୋଲି ବାବା ରାମଦେବ କହିଛନ୍ତି।