ବାଲେଶ୍ୱର/ଖନ୍ତାପଡ଼ା/ବାହାନଗା,୧୦/୦୬: ବାଲେଶ୍ୱରରେ ଏବେବି ଯାଞ୍ଚ ଚଳାଇଛନ୍ତି ସିବିଆଇ ଅଧିକାରୀ । ଖୋଳତାଡ ବେଳେ ବୋଧ ହୁଏ ତାଙ୍କ ହାତରେ ଲାଗିଛି କିଛି ଖିଅ । ସେଥିପାଇଁ ବାଲେଶ୍ୱର ସହ ବାହାନଗା ଷ୍ଟେସନକୁ ବାରମ୍ବାର ଗସ୍ତ କରୁଛନ୍ତି ସିବିଆଇ ଟିମ୍ । ସିବିଆଇ ତଦନ୍ତ ନ ସରିବା ଯାଏଁ ବାହାନଗା ଷ୍ଟୋସନରେ କୌଣସି ଟ୍ରେନ ଅଟକିବ ନାହିଁ ।
{"id":585257,"width":771,"height":413,"sizeSlug":"full","linkDestination":"none"}
ସୂଚନା ମୁତାବିକ, ବାହାନଗା ରେଳ ଦୁର୍ଘଟଣାର କ୍ରମାଗତ ତୃତୀୟ ଦିନରେ ସିବିଆଇ ତଦନ୍ତ ଜାରି ରଖିଛି । ଶୁକ୍ରବାର ସିବିଆଇର ୨ଜଣିଆ ଟିମ୍ ଦୁର୍ଘଟଣାସ୍ଥଳ ବୁଲି ଦେଖିଥିଲେ । ପରେ ବିଭିନ୍ନ ସ୍ଥାନରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ । ଅପରାହ୍ଣ ଦେଢ଼ଟା ବେଳେ ଏହି ଟିମ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲା । ପରେ ସେଠାରୁ ଟିମ୍ ପ୍ୟାନେଲ ରୁମ୍କୁ ଯାଇଥିଲା । ସେଠାରେ ଅଧିକାରୀମାନେ ବେଶ୍ କିଛି ସମୟ ଯାଞ୍ଚ କରିଥିଲେ । ପରେ ରିଲେ ରୁମ୍କୁ ଯାଇଥିଲେ । ସେଠାରେ ମଧ୍ୟ ସେମାନେ ତନାଘନା କରିଥିଲେ ।
{"id":585256,"sizeSlug":"full","linkDestination":"none"}
୨ ଘଣ୍ଟା ପରେ ଏହି ଟିମ୍ ଫେରିଥିଲା । ଏହି ସମୟ ଭିତରେ ସେମାନେ ଷ୍ଟେସନରେ ଥିବା ବିଭିନ୍ନ କମ୍ପ୍ୟୁଟରର ହାର୍ଡ ଡିକ୍ସ ଜବତ କରିଥିଲେ । ଏହାବ୍ୟତୀତ ସେଠାରେ ରେକର୍ଡ ହୋଇଥିବା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ । ପରେ ବାହାନଗା ବଜାର ଷ୍ଟେସନ ଭିତରେ ଥିବା ପ୍ରାଇଭେଟ ନମ୍ବର ଏକ୍ସଚେଞ୍ଜ ବୁକ୍ ଯାଞ୍ଚ କରିଥିଲେ । ଶେଷରେ ରିଲେ ରୁମ୍କୁ ଯାଇ କିଛି ସମୟ ରହିଥିଲେ । ଏହି ସମୟ ଭିତରେ ଏହି ଟିମ୍ ରିଲେ ରୁମ୍, ପ୍ୟାନେଲ ରୁମ୍, ଡାଟା ଲକର ସିଲ୍ କରିଥିଲେ ।
wp:embed {"url":"https://www.prameya.com/bahanaga-train-tragedy-cbi-also-interrogated-7-people/","type":"wp-embed","providerNameSlug":"prameya"}