ପ୍ରମୂଖ ଖବର

ଫୁଟ୍‌ବଲ୍‌ ସୁପରଷ୍ଟାର, ରାଜନୀତିରେ ଫେଲ୍‌ : ସିକ୍କିମ ନିର୍ବାଚନରେ ବାଇଚୁଙ୍ଗ୍‌ଙ୍କ ୬ଷ୍ଠ ପରାଜୟ

ନୂଆଦିଲ୍ଲୀ ୦୩/୦୬: ଭାରତୀୟ ଫୁଟ୍‌ବଲ୍‌ର ପୂର୍ବତନ କ୍ୟାପ୍‌ଟେନ ବାଇଚୁଙ୍ଗ୍‌ ଭୂତିଆଙ୍କୁ ପୁଣି ଥରେ ନିର୍ବାଚନରେ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି । ରବିବାର ସିକ୍କିମ ବିଧାନସଭା ନିର୍ବାଚନ ଫଳାଫଳ ଜାରି ହୋଇଥିବାବେଳେ ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍‌କେଏମ୍‌)ର ରିକ୍‌ଶଲ ଧୋରଜୀ ବାଇଚୁଙ୍ଗ୍‌ ଭୂତିଆଙ୍କୁ ୪,୩୪୬ ଭୋଟରେ ହରାଇଛନ୍ତି । ଭୂତିଆ ବାରଫୁଙ୍ଗ୍‌ ଆସନରୁ ପ୍ରାର୍ଥୀ ହୋଇଥିଲେ । ତାଙ୍କ ସିକ୍କିମ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ ପାର୍ଟି ଏହି ନିର୍ବାଚନରେ ମାତ୍ର ଗୋଟିଏ ଆସନ ଜିତିପାରିଛି । ଶାସକ ଏସ୍‌କେଏମ୍‌ ୩୨ରୁ ୩୧ ଆସନ ଜିତିଛି । ୨୦୧୮ରେ ଭୂତିଆ ତାଙ୍କ ଦଳ ହମ୍‌ରୋ ସିକ୍କିମ ପାର୍ଟି ଗଠନ କରିଥିବାବେଳେ ଗତବର୍ଷ ତାହା ସିକ୍କିମ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ରେ ବିଲୟ ହୋଇଥିଲା । ଗତ ଏପ୍ରିଲ ୧୯ରେ ସିକ୍କିମ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଥିଲା ।  

ବାଇଚୁଙ୍ଗ ଭୂତିଆ ୨୦୧୪ରେ ପ୍ରଥମେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ତରଫରୁ ଦାର୍ଜିଲିଂ ଆସନରୁ ଲୋକସଭା ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ହେଲେ ଏଥିରେ ସେ ପରାଜୟର ସାମ୍‌ନା କରିଥିଲେ । ୨୦୧୬ରେ ସେ ଟିଏମ୍‌ସିରୁ ସିଲିଗୁଡ଼ି ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବାର ସୁଯୋଗ ପାଇଥିଲେ । ଏଥର ମଧ୍ୟ ତାଙ୍କୁ ପୁଣି ପରାଜୟ ସ୍ୱୀକାର କରିବାକୁ ପଡ଼ିଥିଲା । ପରେ ୨୦୧୮ରେ ସେ ତାଙ୍କ ନିଜର ଦଳ ଗଢ଼ିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ସେ ଗ୍ୟାଙ୍ଗ୍‌ଟକ ଏବଂ ତୁମେନ-ଲିଙ୍ଗିରୁ ଲଢ଼ିଥିଲେ ବି ଜିତିପାରି ନ ଥିଲେ । ପୁଣି ୨୦୧୯ରେ ଗ୍ୟାଙ୍ଗଟକ୍‌ ଆସନରେ ହେହାଇଥିବା ଉପନିର୍ବାଚନରେ ସେ ପୁଣି ପରାଜୟର ସାମ୍‌ନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.