PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଟଙ୍କା ଡିପୋଜିଟ୍‌ କରିବାକୁ ଧାଡ଼ିରେ ଛିଡ଼ା ହୋଇଥିଲେ, ପଛରୁ ଗାଏବ ହୋଇଗଲା ୧ ଲକ୍ଷ ଟଙ୍କା : ସିସିଟିଭିରେ କଏଦ ହେଲା ସବୁ ଦୃଶ୍ୟ

ରାଉରକେଲା ୫/୦୭ : ଟଙ୍କା ଡିପୋଜିଟ୍‌ କରିବାକୁ ବ୍ୟାଙ୍କ ଯାଇଥିଲେ । କ୍ୟାସ୍‌ କାଉଣ୍ଟର ସମ୍ମୁଖରେ ଧାଡ଼ିରେ ଛିଡ଼ା ହୋଇଥିଲେ । ମାତ୍ର ପଛରୁ ବ୍ୟାଗ୍‌ ଖୋଲି ୧ ଲକ୍ଷ ଟଙ୍କା ଜଣେ ବ୍ୟକ୍ତି ଲୁଟି ଚମ୍ପଟ ମାରିଛି । ଏଭଳି ଘଟଣା ବିର୍ସା ଛକ ସ୍ଥିତ ଏସ୍‌ବିଆଇର ମୁଖ୍ୟଶାଖାରେ ଘଟିଛି । ଲୁଟ୍‌ ବେଳର ସମସ୍ତ ଦୃଶ୍ୟ ବ୍ୟାଙ୍କରେ ଲାଗିଥିବା ସିସି କ୍ୟାମେରାରେ କଏଦ୍‌ ହୋଇଛି । ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣକ ପ୍ଲାଣ୍ଟସାଇଟ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍‌ ବ୍ୟାଙ୍କରେ ପହଞ୍ଚି ସିସିଟିଭି ଫୁଟେଜ୍‌କୁ ଆଧାର କରି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଆନନ୍ଦଭବନ ଲେନ୍‌ରେ ଥିବା ଏକ କମ୍ପ୍ୟୁଟର ଦୋକାନରେ ମହମ୍ମଦ ଆକିବ କାର୍ଯ୍ୟ କରନ୍ତି ।

ନିଜ ଘରର କୌଣସି କାର୍ଯ୍ୟ ପାଇଁ ଆକିବ ମାଲିକ ମହମ୍ମଦ ନୌସଦଙ୍କୁ ଦୁଇ ଲକ୍ଷ ଟଙ୍କା ମାଗିଥିଲେ । ସୋମବାର ଦୁଇଲକ୍ଷ ଟଙ୍କ ଧରି ସେ ନିଜ ବାପାଙ୍କ ଆକାଉଣ୍ଟରେ ଜମା କରିବା ଲାଗି ବିର୍ସା ଛକରେ ଥିବା ଏସ୍‌ବିଆଇର ମୁଖ୍ୟଶାଖାକୁ ଯାଇଥିଲେ । ବ୍ୟାଙ୍କର କ୍ୟାସ୍‌ କାଉଣ୍ଟର ସମ୍ମୁଖରେ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ପଛରେ ଜଣେ ବୟସ୍କ ବ୍ୟକ୍ତି ଛିଡ଼ା ହୋଇଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣକ ଆକିବଙ୍କ ବ୍ୟାଗ୍‌ରୁ ଚେନ୍‌ ଖୋଲି ଟଙ୍କା ଧରି ଭଦ୍ର ବ୍ୟକ୍ତିଙ୍କ ଭଳି ବାହାରକୁ ଚାଲି ଯାଇଥିଲେ । ବ୍ୟାଗ୍‌ରୁ ଟଙ୍କା ବାହାର କରି ବ୍ୟକ୍ତି ଜଣକ ନେଇ ଯାଇଥିବା ବେଳେ ଆକିବ କିଛି ସରାକ୍‌ ପାଇନଥିଲେ । ଟଙ୍କା ଚୋରି ସମୟର ସମସ୍ତ ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଥିଲା