ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଜୁନ୍‌ ୧ରେ ବିଞ୍ଝାରପୁରରେ ମହାଲଢ଼େଇ; ତିନି ପ୍ରମୁଖ ପ୍ରାର୍ଥିନୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାଦ୍ଦନ...

ଯାଜପୁର,୨୯/୦୫:ଯାଜପୁର ଜିଲ୍ଲାରେ ଥିବା ସାତୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ୧୯୬୭ ମସିହା ଠାରୁ ପଛୁଆ ବର୍ଗଙ୍କ ପାଇଁ ଏହି ଆସନଟି ସଂରକ୍ଷିତ ରହିଛି। ବିଞ୍ଝାରପୁର ବ୍ଲକର ୨୯ ଟି ପଞ୍ଚାୟତ ଓ ଦଶରଥପୁର ବ୍ଲକର ୧୫ଟି ପଞ୍ଚାୟତକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଗଠିତ। ଏକଦା କଂଗ୍ରେସର ଗଡ଼ ଥିବା ଏହି ନିର୍ବାଚନ ମଣ୍ଡଳୀଟି ତିନି ଦଶନ୍ଧି ଧରି ବିଜୁ ଜନତା ଦଳ ହାତରେ ରହିଛି।

ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା ଏଥର ବିଞ୍ଝାରପୁରରେ ମହିଳା କାର୍ଡ ଖେଳିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି,ବିଜେପି ଓ କଂଗ୍ରେସ। ବିଜୁ ଜନତା ଦଳ ପକ୍ଷରୁ ଅଷ୍ଟମ ଥର ଲାଗି ନିର୍ବାଚନ ଲଢୁଛନ୍ତି ପୂର୍ବରୁ ଛଅଥର ବିଧାୟିକା ଥିବା ଶ୍ରୀମତୀ ପ୍ରମିଳା ମଲ୍ଲିକ। ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରୁ ନିଜର ରାଜନୀତି ଜୀବନ ଆରମ୍ଭ କରିଥିବା ପ୍ରମିଳା ମଲ୍ଲିକ ପରବର୍ତୀ ସମୟରେ ବିଜେଡି ସରକାରରେ ବିଭିନ୍ନ ବିଭାଗରେ ମନ୍ତ୍ରୀ, ସରକାରୀ ଦଳର ମୁଖ୍ୟ ସଚେତକ, ବିଜୁ ମହିଳା ଦଳର ରାଜ୍ୟ ସଭାପତି ଏବଂ ଓଡିଶା ବିଧାନସଭାରେ ବାଚସ୍ପତି ପଦରେ ମଧ୍ୟ ରହିସାରିଛନ୍ତି। 

ଏପଟେ ତାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ୁଥିବା ଭାରତୀୟ ଜନତା ପାର୍ଟିର ଶ୍ରୀମତୀ ବବିତା ମଲ୍ଲିକ ପୂର୍ବ ଦୁଇଟି ନିର୍ବାଚନରେ ପ୍ରମିଳା ମଲ୍ଲିକଙ୍କ ଠାରୁ ପରାଜୟ ହୋଇଥିବା ବେଳେ ଚଳିତ ନିର୍ବାଚନରେ ସେ ଚାଷୀ ଓ ଚାଷକୁ ପ୍ରସଙ୍ଗ କରିବା ସହ ମୋଦିଙ୍କ ଲୋକାଭୁମୁଖୀ ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଇ ଭୋଟ ଭିକ୍ଷା କରିଛନ୍ତି। 

ଅନ୍ୟପଟେ ପୂର୍ବରୁ ପଞ୍ଚାୟତ ସମିତିର ଅଧକ୍ଷା ଥିବା ଶ୍ରୀମତୀ କନକଲତା ମଲ୍ଲିକଙ୍କ ଉପରେ ଆସ୍ଥା ପ୍ରକଟ କରିଛି କଂଗ୍ରେସ। ପୂର୍ବ ଦୁଇଟି ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିବା ବେଳେ ଚଳିତ ନିର୍ବାଚନରେ କଂଗ୍ରେସ ପକ୍ଷ୍ୟରୁ ଦିଆ ଯାଇଥିବା ଗ୍ୟାରେଣ୍ଟି କାର୍ଡ ବାଣ୍ଟିବା ସହ ଭୋଟରମାନଙ୍କ ନିକଟରେ ପହଂଚି ବିଜୟ ହାସଲ କରିବାକୁ ପ୍ରୟାସ କରୁଛନ୍ତି ଶ୍ରୀମତୀ କନକଲତା ମଲ୍ଲିକ। ଯଦି ଚଳିତ ନିର୍ବାଚନ କଥା ଦେଖିବା ଏଠାରେ ଶାସକ ଦଳ ବିଜେଡି ଓ ବିଜେପି ମଧ୍ୟ୍ୟରେ କଡା ଟକର ହେବ ବୋଲି ସ୍ଥାନୀୟ ଭୋଟରମାନଙ୍କ ମତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.