ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ବେଙ୍ଗାଲୁରୁ ଏକ୍ସପ୍ରେସ ରେସ୍ତୋରାଁରେ ହଙ୍ଗାମା ମାମଲା: ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ, ମୁଖ୍ୟ ଅଭିଯୁକ୍ତ ଫେରାର

ଚନ୍ଦ୍ରଶେଖରପୁର,୧୨/୦୯: ଚେୟାର ନମିଳିବାରୁ ପଥରଗାଡିଆ ନିକଟ ବେଙ୍ଗାଲୁରୁ ଏକ୍ସପ୍ରେସ ରେସ୍ତୋରାଁରେ  ହଙ୍ଗମା ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ ।  ସେମାନେ ହେଲେ ପଥରଗାଡିଆ ଗାଁର କାଳନ୍ଦୀ ବେହେରା  (୩୮), କୃଷ୍ଣଚନ୍ଦ୍ର ବେହେରା (୨୩), ଦେବାଶିଷ ବେହେରା  (୨୩) ଓ ଲକ୍ଷ୍ମଣ ବେହେରା (୩୨) । ଗିରଫ ପରେ ସମସ୍ତଙ୍କୁ  କୋର୍ଟଚାଲଣ କରାଯାଇଛି । ଫେରାର ଥିବା ମୁଖ୍ୟ ଅଭିଯୁକ୍ତ  ଆଶୁତୋଷ ବେହେରାଙ୍କୁ ପୁଲିସ ଖୋଜାଖୋଜି କରୁଛି ।  

ଗତ ୮ ତାରିଖ ସନ୍ଧ୍ୟାରେ ଏକ ଘରୋଇ ବିଶ୍ୱବିଦ୍ୟାଳୟ  ଛାତ୍ର ଶାଶ୍ୱତ ମହାନ୍ତି ତାଙ୍କର ସାଙ୍ଗ ଦେଶ ପ୍ରକାଶ ରାଉତ,  ନଚିକେତ ଦାସ ଓ କପିଳ ପ୍ରସାଦ ଧଳଙ୍କ ସହ ଉକ୍ତ  ରେସ୍ତୋରାଁକୁ ଖାଇବାକୁ ଯାଇଥିଲେ । ୪ଟି ଚେୟାରରେ  ବସି ଚା ଅର୍ଡର କରିଥିଲେ । ଏହି ସମୟରେ ଆଶୁତୋଷ  ବେହେରା ସେଠାରେ ପହଞ୍ଚିଥିଲେ । ସେ ସେଠାରେ ପୂର୍ବରୁ  ବସିଥିଲେ, ତେଣୁ ଉଠି ଯିବାକୁ ସେମାନଙ୍କୁ କହିଥିଲେ ।  ହେଲେ ଶାଶ୍ୱତଙ୍କ ସାଙ୍ଗମାନେ ତାଙ୍କ ସହ ଯୁକ୍ତିତର୍କ ରିଥିଲେ । ସେଥିରୁ ଜଣେ ସାଙ୍ଗ ଚା ଆଣିବାକୁ ଯିବା ସମୟରେ  ଆଶୁତୋଷ ତାଙ୍କ ଚେୟାରରେ ବସି ପଡିଥିଲେ । ଏହାକୁ  ନେଇ ବଚସା ହୋଇଥିଲା । ଆଶୁତୋଷ ତାଙ୍କର କିଛି ସାଙ୍ଗକୁ  ସେଠାକୁ ଡାକି ଦେଇଥିଲେ । ସେମାନେ ପହଞ୍ଚିବା ପରେ  ଶାଶ୍ୱତ ଓ ନଚିକେତାଙ୍କୁ ରେସ୍ତୋରାଁରୁ ଟାଣି ରାସ୍ତା ଉପରକୁ  ନେଇ ଯାଇଥିଲେ । ସଂଘବଦ୍ଧ ଭାବେ ସେମାନଙ୍କୁ ପିଟିଥିଲେ ।ନଚିକେତା ଓ ଶାଶ୍ୱତ ଅନ୍ୟ ସାଙ୍ଗଙ୍କ ସହ ସେଠାରୁ ଖସି  ଯିବାକୁ ବାହାରିବା ବେଳେ ଆକ୍ରମଣକାରୀମାନେ ତାଙ୍କ କାର  କାଚ ଭାଙ୍ଗି ଦେଇଥିଲେ । ଆକ୍ରମଣରେ ନଚିକେତା ଓ ଶାଶ୍ୱତ  ଆହତ ହୋଇଥିଲେ । ଘରୋଇ ହସ୍ପିଟାଲରେ ଚିକିତ୍ସିତ  ହୋଇ ଫେରିବା ପରେ ଉଭୟେ ପ୍ରଥମେ ଇନ୍‌ଫୋସିଟି  ଥାନା ଯାଇଥିଲେ । ବେଙ୍ଗାଲୁରୁ ଏକ୍ସପ୍ରେସ୍‌ ଉକ୍ତ ଥାନ  ଅଧୀନରେ ଯାଉନଥିବା ଦର୍ଶାଇ ପୁଲିସ ସେମାନଙ୍କୁ ଫେରାଇ ଦେଇଥିଲା । ପୀଡି଼ତଙ୍କୁ ଚନ୍ଦକା ଥାନାରେ ମଧ୍ୟ ସମାନ ଉତ୍ତର  ମିଳିଥିଲା । ପରେ ଇନ୍‌ଫୋସିଟି ଥାନା ପୁଲିସ ଏତାଲା ଗ୍ରହଣ  କରିଥିଲା । ପୁଲିସ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ  ଚିହ୍ନଟ କରିଥିଲା । ମଙ୍ଗଳବାର ରାତିରେ ୪ ଜଣଙ୍କୁ ଅଟକ  ରଖି ପଚରାଉଚରା କରୁଥିଲା ପୁଲିିସ। ବୁଧବାର ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.