ଭୁବନେଶ୍ୱର,୨୩/୧୨: ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ  ଥିବା "ଭାରତ ପର୍ବ-୨୦୨୫’ରେ ଓଡ଼ିଶାର ବର୍ଣ୍ଣାଢ଼୍ୟ ପ୍ରଜ୍ଞାପନ ମେଢ଼ ସାମିଲ ହେବ । ଏନେଇ ଓଡ଼ିଶା ସରକାରଙ୍କ ସୂଚନା ଓ  ଲୋକସମ୍ପର୍କ ବିଭାଗ ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି ।  "ସ୍ୱର୍ଣ୍ଣିମ ଭାରତରେ ହସ୍ତତନ୍ତ ଓ ବୟନର ଐତିହ୍ୟ ଓ ବିକାଶ’  ବିଷୟବସ୍ତୁ ଉପରେ ଆଧାରିତ ଓଡ଼ିଶାର ମେଢ଼ ଆମ ରାଜ୍ୟର  ପ୍ରାଚୀନ ଐତିହ୍ୟକୁ ପ୍ରତିପାଦନ କରୁଛି । 

ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ଜାତୀୟ ସାଧାରଣତନ୍ତ୍ର ଦିବସ-୨୦୨୪ରେ "ବିକଶିତ  ଭାରତ'କୁ ନେଇ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ ହୋଇଥିଲା । ଦୀର୍ଘ ୩ ବର୍ଷ ପରେ ଜାତୀୟ ପରେଡ୍‌ରେ ସୁଯୋଗ ମିଳିଥିଲା । ଯିଦିଓ ଏଯାଏଁ ଜାତୀୟ ସାଧାରଣତନ୍ତ୍ର ଦିବସରେ ମେଢ଼ ସାମିଲ  ନେଇ ସୂଚନା ମିଳିନାହିଁ କିନ୍ତୁ "ଭାରତ ପର୍ବ ୨୦୨୫’ରେ ସାମିଲ ହେବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଥିବା ନେଇ ବିଭାଗ ପକ୍ଷରୁ  କୁହାଯାଇଛି । ଏନେଇ ମେଢ଼ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇସାରିଛି । ଆସନ୍ତା ଜାନୁଆରୀ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର  ଲାଲକିଲ୍ଲା ଠାରେ ଏହି ଭାରତ ପର୍ବ ମହୋତ୍ସବ ଅନୁଷ୍ଠିତ ହେବ।