PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ

ଭୁବନେଶ୍ଵର, ୦୬/୧୦ : ଆଜି ଧରାପୃଷ୍ଠରୁ ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା। ଦଶହରାରେ ମା’ଙ୍କ ଘଟ ବିସର୍ଜନ ସରିଛି । ଭସାଣୀ ପାଇଁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଟ୍ଵିନ୍ ସିଟିରେ ବ୍ୟାପକ ଆୟୋଜନ କରାଯାଇଛି। ଘଣ୍ଟଘଣ୍ଟା ସହ ପାରମ୍ପରିକ ବାଦ୍ୟରେ ଦୁଲୁକିବ ଟ୍ଵିନ୍ ସିଟି ।

ତେବେ ମା’ଙ୍କ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ଭୁବନେଶ୍ଵରରେ ୩ଟି ଭସାଣୀ କମିଟି ରହଛି । ସମସ୍ତ କମିଟି ପାଇଁ ସ୍ୱତନ୍ତ୍ର ରୁଟ ଲାଇନ ବ୍ୟବସ୍ଥା କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ଭସାଣୀ ପାଇଁ ୧୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୩ ଜଣ ଅତିରିକ୍ତ ଡିସିପି ଭସାଣୀ ଦାୟିତ୍ୱରେ ରହିବେ ଏବଂ ଟ୍ରାଫିକ ସମସ୍ୟା ଯେପରି ନଉପୁଜେ ସେନେଇ ପୋଲିସ ପକ୍ଷରୁ ଗୁରୁତ୍ଵ ଦିଆଯାଇଛି । ଭସାଣୀ ବେଳେ ୩୫ ଡିସିବେଲରୁ ଅଧିକ ଉଚ୍ଚ ଡିଜେ ନବଜାଇବା ପାଇଁ ସମସ୍ତ କମିଟିକୁ ତାଗିଦ୍ କରାଯାଇଛି।